ETV Bharat / bharat

ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ୍: ରବ୍ଦ ହୋଇପାରେ ଲୋକସଭା ସଦସ୍ୟତା - ରାମଶଙ୍କର କାଥେରିଆ

ବିଜେପି ସାଂସଦ ରାମଶଙ୍କର କାଥେରିଆଙ୍କୁ ୨ ବର୍ଷ ଜେଲ୍ । ଲୋକସଭା ସଦସ୍ୟତା ରବ୍ଦ ହୋଇପାରେ । ଅଧିକ ପଢନ୍ତୁ

ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ୍
ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ୍
author img

By

Published : Aug 6, 2023, 8:07 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ୍ । ୨୦୧୧ ମସିହାରେ ଏକ ମଲରେ ଭଙ୍ଗାରୁଜା କରିବା ମାମଲାରେ ବିଜେପି ସାଂସଦ ରାମଶଙ୍କର କାଥେରିଆଙ୍କୁ ଜେଲଦଣ୍ଡ ମିଳିଛି । ଆଗ୍ରାରେ ଏମ୍‌ପି-ଏମଏଲଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି । ସାଂସଦ କାଥେରିଆଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିଥିବାରୁ ତାଙ୍କର ସଂସଦ ସଦସ୍ୟତା ରବ୍ଦ ହୋଇପାରେ । ଯାହାକି ପୂର୍ବରୁ ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ଘଟିଥିଲା ।

ସୂଚନା ଅନୁଯାୟୀ, ୨୦୧୧ ମସିହା ନଭେମ୍ବର ୧୬ରେ ବିଜେପି ସାଂସଦ ରାମ ଶଙ୍କର କାଥେରିଆ ଗୋଟିଏ ମଲରେ ଥିବା ଟୋରେଣ୍ଟ ପାୱାର ଅଫିସରେ ପଶି ଭଙ୍ଗାରୁଜା କରିଥିଲେ । ଜଣେ ଅଫିସର କର୍ମଚାରୀଙ୍କୁ ମାଡ ମଧ୍ୟ ମାରିଥିଲେ । ଏହି ମାମଲାରେ ଶନିବାର ଆଗ୍ରା କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଏନେଇ କାଥେରିଆ କହିଛନ୍ତି, ''ମୁଁ ଆଜି କୋର୍ଟରେ ହାଜର ହୋଇଥିଲି । କୋର୍ଟ ମୋ ବିରୋଧରେ ରାୟ ଶୁଣାଇଛନ୍ତି । ମୁଁ ଅଦାଲତଙ୍କୁ ସମ୍ମାନ ଦେଉଛି । ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିବାର ମୋର ଅଧିକାର ଅଛି ଏବଂ ମୁଁ ଏହା କରିବି । ''

ଏହାମଧ୍ୟ ପଢନ୍ତୁ : Modi Surname remark: ରାହୁଲଙ୍କୁ ସୁପ୍ରିମ ଆଶ୍ବସ୍ତି, ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ

ରାମ ଶଙ୍କର କାଥେରିଆ ଉତ୍ତର ପ୍ରଦେଶ ଇଟୱା ସାଂସଦ ଅଛନ୍ତି । ସେ ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଆଇପିସିର ଧାରା ୧୪୭ ଏବଂ ୩୨୩ ଅଧିନରେ କାଥେରିଆ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡ ପାଇଛନ୍ତି । ତେଣୁ ତାଙ୍କର ଲୋକସଭା ସଦସ୍ୟତା ରବ୍ଦ ହେବ । କାରଣ ଜନ ପ୍ରତିନିଧି ଆଇନ ଅନୁସାରେ, କୌଣସି ଅପରାଧିକ ମାମଲାରେ ଜଣେ ବିଧାୟକ କିମ୍ବା ସାଂସଦଙ୍କୁ ୨ ବର୍ଷ କିମ୍ବା ତା' ଠାରୁ ଅଧିକ ଜେଲଦଣ୍ଡ ମିଳିଲେ ତାଙ୍କର ସଦସ୍ୟତା ପଦ ରବ୍ଦ ହୋଇଥାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ମୋଦି ସାଙ୍ଗିଆ ମାନହାନୀ ମାମଲାରେ ସୁରଟ କୋର୍ଟ ୨ ବର୍ଷ ଜେଲଦଣ୍ଡ ଶୁଣାଇବା ପରେ ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରବ୍ଦ ହୋଇଥିଲା । କିନ୍ତୁ ଦୁଇ ଦିନ ତଳେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଯାହାଫଳରେ ରାହୁଲଙ୍କ ସଦସ୍ୟତା ଫେରିବା ନେଇ ଏକପ୍ରକାର ବାଟ ଫିଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.