ETV Bharat / bharat

କେନ୍ଦ୍ର ଦେଇଥିବା ସୁରକ୍ଷା ବ୍ୟବସ୍ଥାକୁ ଲକେଟ୍ ଚାଟାର୍ଜୀଙ୍କ ଅଗ୍ରାହ୍ୟ

author img

By

Published : May 24, 2021, 9:52 AM IST

ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାଖାନ କରିଛନ୍ତି ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ । କେନ୍ଦ୍ର ଦ୍ବାରା ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ସେ ଅଗ୍ରାହ୍ୟ କରିଛନ୍ତି । ଅଧିକ ପଢନ୍ତୁ...

ଲକେଟ୍ ଚାଟାର୍ଜୀ
ଲକେଟ୍ ଚାଟାର୍ଜୀ

କୋଲକାତା : ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାଖାନ କରିଛନ୍ତି ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ । କେନ୍ଦ୍ର ଦ୍ବାରା ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ସେ ଅଗ୍ରାହ୍ୟ କରିଛନ୍ତି । ତାଙ୍କ କହିବାନୁସାରେ, ‘ଯଦି ମୁଁ ମୋ ଜନତାଙ୍କ ସୁରକ୍ଷା ଦେଇ ପାରୁନି ତେବେ ମୁଁ କେମିତି ସୁରକ୍ଷିତ ରହିପାରିବି’ ।

ଇମେଲ୍ ମାଧ୍ୟମରେ ସେ କେନ୍ଦ୍ର ସରକାରଙ୍କୁ ଏହି ଅନୁରୋଧ କରିଛନ୍ତି । ସେ କହିଛନ୍ତି, ‘ରାଜ୍ୟରେ ଲୋକେ ହିଂସାର ସାମ୍ନା କରୁଛନ୍ତି, ମହିଳାମାନେ ସୁରକ୍ଷିତ ନାହାଁନ୍ତି । ଏଭଳି ସ୍ଥିତିରେ ମୁଁ ଜନତାଙ୍କ ପ୍ରତିନିଧି ହିସାବରେ କିପରି ସୁରକ୍ଷାବ୍ୟବସ୍ଥାକୁ ଗ୍ରହଣ କରିବି’ । ପ୍ରକାଶଥାଉକି, ଲକେଟ୍ ଚାଟାର୍ଜୀ ବର୍ତ୍ତମାନ ହୁଗୁଳିର ସାଂସଦ ଅଛନ୍ତି । କିଛି ଦିନ ତଳେ ଏଠାରେ ବିଜେପିର ପ୍ରାୟ 9ଜଣ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ହୋଇଛି ।

ତେବେ ଏହି ହତ୍ୟାକାଣ୍ଡ ଟିଏମସି କରିଥିବା ଅଭିଯୋଗ ହୋଇଥିବା ବେଳେ ଟିଏମସି ଏହାକୁ ପ୍ରତ୍ୟାଖାନ କରିଛି । ମେ 7ରେ କେନ୍ଦ୍ର ଦ୍ବାରା 4 ଜଣିଆ ଟିମ୍ ଗଠନ କରାଯାଇଥିଲା । ଦକ୍ଷିଣ 24 ପାରାଗନରେ ହୋଇଥିବା ହିଂସାର ଗ୍ରାଉଣ୍ଡ ସ୍ଥିତି ଯାଞ୍ଚ କରିବାକୁ ଟିମ୍ ସେଠାରେ ପହଞ୍ଚିଛିଲା । ତେବେ ମେ 2 ରେ ନିର୍ବାଚନ ଫଳାଫଳ ଘୋଷଣା ପରେ ପଶ୍ଚିମବଙ୍ଗରେ ଲଗାତାର ହିଂସାର ଖବର ସାମ୍ନାକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

(ANI)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.