ETV Bharat / bharat

Budget session: ନୀତିନ ଗଡକରୀଙ୍କୁ SpiderMan କହିଲେ BJP ସାଂସଦ - ନୀତିନ ଗଡକରୀଙ୍କୁ ସ୍ପାଇଡର ମ୍ୟାନ ବିଜେପି ଏମପି

ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ନୀତିନ ଗଡକରୀଙ୍କୁ ସ୍ପାଇଡର ମ୍ୟାନ ବୋଲି କହିଛନ୍ତି ବିଜେପି ଏମପି ତାପିର ଗାଓ । ଅଧିକ ପଢନ୍ତୁ

ନୀତିନ ଗଡକରୀଙ୍କୁ SpiderMan କହିଲେ BJP ସାଂସଦ

author img

By

Published : Mar 22, 2022, 8:25 AM IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଭାରତୀୟ ଜନତା ପାର୍ଟି ସାଂସଦ ତାପିର ଗାଓ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସ୍ପାଇଡର ମ୍ୟାନ ବୋଲି କହିଛନ୍ତି । ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ନୀତିନ ଗଡକରୀଙ୍କୁ ସ୍ପାଇଡର ମ୍ୟାନ ବୋଲି କହିଛନ୍ତି ବିଜେପି ଏମପି ।

ସେ କହିଛନ୍ତି ‘‘ମୁଁ ନୀତିନ ଗଡକରୀଙ୍କୁ ସ୍ପାଇଡନ ମ୍ୟାନ କହୁଛି । ସେ ଦେଶର କୋଣ ଅନୁକୋଣରେ ବୁଢିଆଣୀ ଜାଲ ପରି ରାସ୍ତା ମାନ ତିଆରି କରିଛନ୍ତି ’’। ଏହା ସହିତ ସେ ସଡକ ଓ ପରିବହନ ଗ୍ରାଣ୍ଟ ଡିମାଣ୍ଡକୁ ସମର୍ଥନ କରି ନୀତିନ ଗଡକାରୀଙ୍କୁ ପ୍ରଶଂସା କରିଛନ୍ତି । ସଡକ ଓ ପରିବହନ ମନ୍ତ୍ରଣାଳୟ ଅନୁସାରେ ଦେଶରେ ପ୍ରତିଦିନ ହାରାହାରି ୩୭ କିଲୋମିଟର ରାସ୍ତାର ଉନ୍ନତିକରଣ କରାଯାଉଛି ।

ବର୍ତ୍ତମାନ କର୍ଣ୍ଣାଟକରେ ୪୬ ଜାତୀୟ ରାଜପଥ ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ନୀତିନ ଗଡକରୀ । ଏ ନେଇ ୧୯,୯୩୦ ହଜାର କୋଟି ବ୍ୟୟ ବରାଦ ହୋଇଛି । କର୍ଣ୍ଣାଟକରୁ ମହାରାଷ୍ଟ୍ର ଓ ଗୋଆ ପାଇଁ ୨୮୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୩,୯୭୨ କୋଟି ବ୍ୟୟ ବରାଦ ହୋଇଛି । ଏହି ରାସ୍ତା ନିର୍ମାଣ ହେଲେ ଟ୍ରାଫିକ ସମସ୍ୟା ଓ ଇନ୍ଧନର ଅଧିକ ଖର୍ଚ୍ଚକୁ ଏଡାଯାଇ ପାରିବ ।

ପ୍ରକାଶ ଥାଉ କି, ମାର୍ଚ୍ଚ ୧୪ରୁ ଦ୍ବିତୀୟ ପାଳି ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏପ୍ରିଲ ୮ ଯାଏଁ ଚାଲିବ ଅଧିବେଶନ । ଜାନୁଆରୀ ୨୯ରୁ ଫେବୃଆରୀ ୧୧ ଯାଏଁ ଭଭୟ ଗୃହରେ ଅଲଗା ଅଲଗା ସିଫ୍ଟରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ହୋଇଥିଲା । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ବେଜେଟ ଉପସ୍ଥାପନ କରିଥିଲେ । ଏଥିରେ ୧୦ଟି କାର୍ଯ୍ୟ ଦିବସ ରହିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.