ETV Bharat / bharat

ବିଜେପି MLCଙ୍କ ବିସ୍ଫୋରକ ବୟାନ: ଦଳରେ ସାମିଲ ହେବାକୁ ଟଙ୍କା ଅଫର ହୋଇଥିଲା - ବିଜେପି ବିରୁଦ୍ଧରେ ଟଙ୍କା ଅଫର ଅଭିଯୋଗ

ନିଜ ଦଳ ବିରୁଦ୍ଧରେ ବିଜେପି ଏମଏଲସି ଏଚ ବିଶ୍ବନାଥଙ୍କ ବିସ୍ଫୋରକ ବୟାନ । ଜେଡିଏସ୍ ଛାଡି ବିଜେପିରେ ସାମିଲ ହେବାକୁ ତାଙ୍କୁ ଟଙ୍କା ଅଫର ହୋଇଥିବା କହିଲେ ବିଶ୍ବନାଥ । ଅଧିକ ପଢନ୍ତୁ

ବିଜେପି ଏମଏଲସିଙ୍କ ବିସ୍ଫୋରକ ବୟାନ: ବିଜେପିରେ ସାମିଲ ହେବାକୁ ଟଙ୍କା ଅଫର ହୋଇଥିଲା

author img

By

Published : Dec 16, 2022, 8:49 AM IST

ବେଙ୍ଗାଲୁରୁ: ନିଜ ଦଳ ବିରୁଦ୍ଧରେ କର୍ଣ୍ଣାଟକ ବିଜେପି ନେତାଙ୍କ ବିସ୍ଫୋରକ ବୟାନ । କର୍ଣ୍ଣାଟକ ବିଧାନ ପରିଷଦରେ MLC ଥିବା ବିଜେପି ନେତା ଏଚ ବିଶ୍ବନାଥ କହିଛନ୍ତି ଯେ, JDS ଛାଡି ବିଜେପିରେ ସାମିଲ ହେବାକୁ ତାଙ୍କୁ ଦଳ ପକ୍ଷରୁ ଟଙ୍କା ଅଫର କରାଯାଇଥିଲା । ଖୋଦ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପୁଅ ବିଜେନ୍ଦ୍ର ନିଜ ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରେ ତାଙ୍କୁ ଏହି ଅଫର୍ ଦେଇଥିଲେ । ଏହି ସମୟରେ ଉଭୟ ୟେଦୁରପ୍ପା ଓ ସାଂସଦ ଶ୍ରୀନିବାସ ପ୍ରସାଦ ଉପସ୍ଥିତ ରହିଥିଲେ । ତାଙ୍କ ଲିଖିତ ପୁସ୍ତକ Bombay Daysର ପ୍ରଥମ ଅଧ୍ୟାୟରେ ଏ ସମ୍ପର୍କରେ ଉଲ୍ଲେଖ ଥିବା ବିଶ୍ବନାଥ ଜଣାଇଛନ୍ତି ।

ମହୀଶୂର ସ୍ଥିତ ସାମ୍ବାଦିକ ଭବନରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ବିଜେପି ଏମଏଲସି ଏହି ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ''ମୁଁ ଜେଡିଏସର ରାଜ୍ୟ ସଭାପତି ଓ ବିଧାୟକ ଥିବା ସମୟରେ ସାଂସଦ ଶ୍ରୀନିବାସ ପ୍ରସାଦ ମୋତେ ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ(BJP)ରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ଏହି ସମୟରେ ବି ୱାଇ ବିଜେନ୍ଦ୍ର ନିଜ ବେଙ୍ଗାଲୁରୁ ଆପାର୍ଟମେଣ୍ଟରେ ମୋତେ ଟଙ୍କା ପ୍ରଲୋଭନ ଦେଖାଇ ଏହି ନିଷ୍ପତ୍ତି ନେବାକୁ କହିଥିଲେ ।''

ଏହାମଧ୍ୟ ପଢନ୍ତୁ: Watch Video: ଟ୍ରକ ରଶିରେ ଟାଣି ହୋଇ ଓଲଟି ପଡିଲେ ବାଇକ ଚାଳକ

ତେବେ ସେ କେତେ ଟଙ୍କା ଅଫର କରିଥିଲେ ବୋଲି ଗଣମାଧ୍ୟମର ପ୍ରଶ୍ନରେ ଏଚ ବିଶ୍ବନାଥ କହିଛନ୍ତି ଯେ, ତାଙ୍କ Bombay Days ପୁସ୍ତକରେ ଏ ବାବଦରେ ଉଲ୍ଲେଖ ଅଛି ଏବଂ ଏହାକୁ ସେ ଆଗାମୀ ନିର୍ବାଚନ ପୂର୍ବରୁ ପ୍ରକାଶନ କରିବାକୁ ଯୋଜନା କରୁଛନ୍ତି । ଆହୁରି ମଧ୍ୟ ବିଶ୍ବନାଥ ଅଭିଯୋଗ ଆଣିଛନ୍ତି ଯେ, ''ସେ ବିଜେପିରେ ମିଶିବା ପରେ ତାଙ୍କ ସହ ଭଲ ଆଚରଣ କରାଯାଇନଥିଲା । ଉପନିର୍ବାଚନ ହାରିବା ପରେ ତାଙ୍କୁ କର୍ଣ୍ଣାଟକ ବିଧାନ ପରିଷଦ ସଦସ୍ୟ(MLC) କରିବା ପାଇଁ ୟେଦୁରପ୍ପା ଅନିଚ୍ଛା ପ୍ରକାଶ କରିଥିଲେ । ଏତିକି ବେଳେ ଆରଏସଏସ ନେତା ମୁକୁନ୍ଦ ବିଜେପିର ଏମଏଲସି ଲିଷ୍ଟରେ ତାଙ୍କର ନାଁ ସାମିଲ କରିଥିଲେ ।'' ଏପରିକି ଉପନିର୍ବାଚନ ହାରିବା ପରେ କୌଣସି ବିଜେପି ନେତା ତାଙ୍କୁ ସାହାଯ୍ୟ ପାଇଁ ଆଗକୁ ଆସିନଥିବା କହି ଅସନ୍ତୋଷ ଜାହିର କରିଛନ୍ତି ବିଶ୍ବନାଥ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.