ETV Bharat / bharat

ଲୁଟପାଟ ଅଭିଯୋଗରେ BJP ବିଧାୟକଙ୍କ ପୁଅ ନାଁରେ ମାମଲା - ଲୁଟପାଟ ଘଟଣାରେ ବିଜେପି ବିଧାୟକଙ୍କ ପୁଅ ନାଁରେ ମାମଲା

ଉତ୍ତରପ୍ରଦେଶ ବିଜେପି ବିଧାୟକଙ୍କ ପୁଅ ବିରୁଦ୍ଧରେ ଲୁଟପାଟ ଅଭଯୋଗ । ମାମଲାରେ ତଦନ୍ତ ଜାରି । ଅଧିକ ପଢନ୍ତୁ

ଲୁଟପାଟ ଅଭିଯୋଗରେ ବିଜେପି ବିଧାୟକଙ୍କ ପୁଅ ନାଁରେ ମାମଲା

author img

By

Published : Apr 7, 2022, 8:34 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଜେପି ବିଧାୟକଙ୍କ ପୁଅ ବିରୁଦ୍ଧରେ ଲୁଟପାଟ ଅଭଯୋଗ । ଅଯୋଧ୍ୟା ରୁଦୌଲିର ବିଧାୟକ ରାମଚନ୍ଦ୍ର ଯାଦବଙ୍କ ପୁଅ ଆଲୋକ ଯାଦବଙ୍କ ନାଁରେ ଏହି ଅଭିଯୋଗ ହୋଇଛି । ଆଲୋକଙ୍କ ସମେତ ୩ ଜଣ ଯୁବକ ଜଣେ ବ୍ୟକ୍ତିଙ୍କୁ ମାରିପିଟ୍ କରିବା ସହ ତାଙ୍କୁ ଧମକାଇ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବାର ଥାନାରେ ମାମଲା ଦାୟର ହୋଇଛି । ଏହା ଏକ ହାଇପ୍ରୋଫାଇଲ ମାମଲା ହୋଇଥିବାରୁ ପୋଲିସ ଅତି ଗମ୍ଭୀରତାର ସହ ମାମଲାର ଯାଞ୍ଚ କରୁଛି ।

ଅଭିଯୋଗ ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କୋତବାଲି ଅଞ୍ଚଳରେ ବିଧାୟକ ରାମଚନ୍ଦ୍ର ଯାଦବଙ୍କ ପୁଅ ଆଲୋକଙ୍କ ସମେତ ତିନି ଜଣ ଯୁବକ ବାଇକ ଯୋଗେ ଆସି ଶ୍ୟାମ ବାହାଦୂର ନାମକ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ନିର୍ମମ ଭାବେ ମାଡ ଦେବା ସହ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ । ଏହାପରେ ତାଙ୍କ ପାଖରେ ଥିବା ଏକ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗକୁ ସେମାନେ ଛଡାଇ ନେଇଥିଲେ । ବ୍ୟକ୍ତିଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହେବାରୁ ସେମାନେ ସେଠାରୁ ଖସି ପଳାଇଥିଲେ । ଏହି ପୁରା ଘଟଣା ସେଠାରେ ଥିବା ଏକ ସିସିଟିଭ କ୍ୟାମେରାରେ କଏଦ ହୋଇଛି । ଏହାକୁ ଆଧାର କରି ଆଲୋକ ଯାଦବଙ୍କ ନାଁରେ ଥାନାରେ ମାମଲା ଦାୟର ହୋଇଛି ।

ଅଭିଯୋଗକାରୀ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ସମୟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିଧାୟକଙ୍କ ପୁଅ ଆଲୋକ ଯାଦବଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା । ଏହାକୁ କେନ୍ଦ୍ରକରି ସେ ଏଭଳି କାଣ୍ଡ ଭିଆଇଛନ୍ତି । ସେହିପରି ଆଲୋକଙ୍କ ନାଁରେ ଅଭିଯୋଗ କରିବା ପରେ ଯଦି ତାଙ୍କ କିମ୍ବା ତାଙ୍କ ପରିବାର ସହ କିଛି ଅଘଟଣ ଘଟେ ଏଥିପାଇଁ ବିଧାୟକ ରାମଚନ୍ଦ୍ର ଯାଦବ ଦାୟୀ ରହିବେ ବୋଲି ଅଭିଯୋଗକାରୀ କହିଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.