ETV Bharat / bharat

ବିଜେପି ବିଧାୟକଙ୍କ ଧମକ, ଯୋଗୀ ଆଦିତ୍ୟନାଥଙ୍କୁ ଭୋଟ ନଦେଲେ ବୁଲିବ ବୁଲଡୋଜର

author img

By

Published : Feb 15, 2022, 10:55 PM IST

ଧମକାଇଲେ ତେଲେଙ୍ଗାନା ବିଜେପି ବିଧାୟକ । ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କୁ ଭୋଟ ନଦେଲେ ରାଜ୍ୟରୁ ବିତାଡିତ ହେବା ପାଇଁ ପ୍ରସ୍ତୁତ ରହିବା ପାଇଁ ଭିଡିଓରେ ଧମକ । ଭାଇରାଲ ହେବାରେ ଲାଗିଛି ଭିଡିଓ । ଅଧିକ ପଢନ୍ତୁ

ବିଜେପି ବିଧାୟକଙ୍କ ଧମକ, ଯୋଗୀଙ୍କୁ ଭୋଟ ଦିଅ, ନଚେତ ବୁଲଡୋଜରକୁ ସାମ୍ନା କର

ହାଇଦ୍ରାବାଦ: ଉତ୍ତର ପ୍ରଦେଶରେ ନିର୍ବାଚନ ଜାରି ରହିଥିବାବେଳେ ସାମ୍ନାକୁ ଆସିଛି ତେଲେଙ୍ଗାନାର ଜଣେ ବିଜେପି ବିଧାୟକଙ୍କ ଧମକପୂର୍ଣ୍ଣ ମନ୍ତବ୍ୟ । ବିଧାୟକ ଟି.ରାଜା ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭୋଟ ଦେବା ପାଇଁ ଭୋଟରମାନଙ୍କୁ ପ୍ରବର୍ତ୍ତାଉ ଥିବାବେଳେ ଭୋଟ ନଦେଲେ ବୁଲଡୋଜର ଲଗାଇ ସେମାନଙ୍କୁ ଉତ୍ତର ପ୍ରଦେଶ ବାହରକୁ ଫିଙ୍ଗି ଦିଆଯିବା ନେଇ ଧମକ ଦେଇଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

ହାଇଦ୍ରାବାଦର ଗୋଶାମର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଥିବା ଟି ରାଜା ସିଂଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ବିଧାୟକ କହିଛନ୍ତି, ଗତକାଲି ଶେଷ ହୋଇଥିବା ଉତ୍ତର ପ୍ରଦେଶ ମତଦାନରେ ଦ୍ବିତୀୟ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ଯୋଗୀଙ୍କୁ ବିରୋଧ କରୁଥିବା ଭୋଟର ମଧ୍ୟ ବିଜେପିକୁ ଭୋଟ ଦେଇଛନ୍ତି । ତେବେ ଯେଉଁମାନେ ଉତ୍ତର ପ୍ରଦେଶରେ ଯୋଗୀଙ୍କୁ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁ ନାହାନ୍ତି, ସେମାନଙ୍କର ରାଜ୍ୟରେ ରହିବାର ଅଧିକାର ନାହିଁ । ଯୋଗୀଙ୍କୁ ଭୋଟ ଦେଉନଥିବା ଭୋଟରଙ୍କୁ ଚିହ୍ନଟ କରାଯିବା ସହ ବୁଲଡୋଜର ଲଗାଇ ଉତ୍ତର ପ୍ରଦେଶ ବାହାରକୁ ବିତାଡିତ କରାଯିବ ବୋଲି ସେ ଧମକ ମଧ୍ୟ ଦେଇଛନ୍ତି ।

ସେହିପରି ସେ ହିନ୍ଦୁ ଭୋଟରମାନଙ୍କୁ ବହୁ ସଂଖ୍ୟାରେ ବିଜେପି ଓ ଯୋଗୀଙ୍କୁ ଭୋଟ ଦେବା ପାଇଁ ମଧ୍ୟ ଅନୁରୋଧ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ବିଧାୟକଙ୍କ ଏପରି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ସହ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.