ETV Bharat / bharat

ବିବାଦର ନାମ ରାଜା ସିଂହ, ୧୮ ବର୍ଷରେ ୧୦୧ ମାମଲା - ରାଜା ସିଂହ ନାମରେ ୧୦୧ ମାମଲା ରୁଜୁ

ବିବାଦୀୟ ବୟାନ ଦେଇ ବର୍ତ୍ତମାନ୍‌ ଜେଲ୍‌ରେ ଅଛନ୍ତି ନିଲମ୍ବିତ ବିଜେପି ନେତା ଟି. ରାଜା ସିଂହ (BJP MLA Raja Singh is an address for disputes ) । ବୟାନବାଜି ଯୋଗୁଁ ଟି. ରାଜା ସିଂହଙ୍କ ବିରୋଧରେ ମୋଟ ୧୦୧ଟି ମାମଲା ରୁଜୁ ହୋଇଛି । ଅଧିକ ପଢ଼ନ୍ତୁ

ବିବାଦର ନାଁ ରାଜା ସିଂହ, ୧୮ ବର୍ଷରେ ୧୦୧ ମାମଲା ରୁଜୁ

author img

By

Published : Aug 26, 2022, 10:47 PM IST

ହାଇଦ୍ରାବାଦ: ଏକ ନିର୍ଦ୍ଦିଷ୍ଟ ସମୁଦାୟ ବିରୋଧରେ ବିବାଦୀୟ ବୟାନ ଦେଇ ବର୍ତ୍ତମାନ୍‌ ଜେଲ୍‌ରେ ଅଛନ୍ତି ନିଲମ୍ବିତ ବିଜେପି ନେତା ଟି. ରାଜା ସିଂହ (BJP MLA Raja Singh is an address for disputes) । ତେବେ ଜଣେ କର୍ପୋରେଟର ଭାବରେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ଟି. ରାଜା ସିଂହ କେବଳ ଏବେ ବିବାଦ ଘେରରେ ଯେ ଅଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । ବୟାନବାଜି ଯୋଗୁଁ ଟି. ରାଜା ସିଂହଙ୍କ ବିରୋଧରେ ମୋଟ ୧୦୧ଟି ମାମଲା ରୁଜୁ ହୋଇଛି ।

୧୮ ବର୍ଷର ରାଜନୈତିକ ଜୀବନରେ ବୟାନବାଜି ଯୋଗୁଁ ଟି ରାଜା ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଜାତିଆଣ ଆକ୍ଷେପ ଅଭିଯୋଗରେ ତାଙ୍କ ବିରୋଧରେ ମୋଟ ୧୮ଟି ମାମଲା ରୁଜୁ ହୋଇଥିବା ବେଳେ ଅପରାଧିକ ମାମଲାରେ ମୋଟ ୪୩ଟି ମାମଲା ରୁଜୁ କରାଯାଇଛି । ୨୦୧୮ରେ ଗୋଶାମହଲ ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

ତେଲୁଗୁ ଦେଶମ ପାର୍ଟିରୁ ରାଜନୈତିକ କ୍ୟାରିଅରରେ ପାଦ ରଖିଥିଲେ ଟି. ରାଜା ସିଂହ । ୨୦୦୯ରେ ସେ ହାଇଦ୍ରାବାଦ ମ୍ୟୁନିସିପାଲ ନିର୍ବାଚନରେ ବିଜୟୀ ହୋଇ କର୍ପୋରେଟର ହୋଇଥିଲେ । ଏହାପରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।

୨୦୧୦ରୁ ବିଭିନ୍ନ ଧାର୍ମିକ ସଭାରେ ଟି ରାଜା ସିଂହ ଯୋଗଦେଇ ଥାଆନ୍ତି । ବିଶେଷ କରି ଯୁବବର୍ଗଙ୍କ ସହ ସେ କାର୍ଯ୍ୟ କରି ଆସିଛନ୍ତି । ୨୦୧୦ରୁ ସେ ନିୟମିତ ଭାବରେ ଶ୍ରୀରାମ ଶୋଭାଯାତ୍ରା କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିଧାୟକ ଭାବରେ ନିର୍ବାଚିତ ହେବାପରେ ସେ ଗଙ୍ଗାବୌଲିରେ ୧୫୦ ଫୁଟ୍‌ ଉପରେ ୫୧ ଫୁଟର ବିରାଟ ହନୁମାନ ମୂର୍ତ୍ତି ସ୍ଥାପନ କରାଇଥିଲେ । ଏହାକୁ ସେ ଆକାଶପୁରୀ ହନୁମାନ ମନ୍ଦିର ନାମକରଣ କରିଥିଲେ । ଏହାପରେ ଅନେକ ଗୋଶାଳାଗୁଡ଼ିକୁ ମଧ୍ୟ ସେ ସ୍ଥାପନ କରିଥିଲେ । ବେଆଇନ ଗୋଚାଲାଣ ପାଇଁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା ।

ପୂର୍ବରୁ ଟି. ରାଜାସିଂହଙ୍କ ପରିବାର କରୱାନ୍‌ ଅମଲାପୁରରେ ରହୁଥିଲେ । କିନ୍ତୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଇଣ୍ଟେଲିଜେନ୍ସି ଏଜେନ୍ସି ସୂଚନା ଦେବାରୁ ସେ ମଙ୍ଗଲହାଟକୁ ଚାଲି ଆସିଥିଲେ । ଏହାପରେ ସେ ଦିଲବରଗଞ୍ଜ ଅପର ଧୁଲପେଟ୍‌ରେ କିଛି ଦିନ ଧରି ଭଡ଼ାରେ ରହୁଥିଲେ । ଏହାପରେ ସେ ଆରମଘର କଲୋନୀରେ ନିଜ ଘର ତିଆରି କରି ରହି ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.