ଲକ୍ଷ୍ନୌ: କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଉତ୍ତରପ୍ରଦେଶର ବିଜେପି ବିଧାୟକ କେସର ସିଂ ଗାଙ୍ଗଓ୍ବାର । କୋରୋନାରେ ଆକ୍ରାନ୍ତ ହେବା ପରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି 64 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।
କେସର ସିଂ ଉତ୍ତର ପ୍ରଦେଶ ଏବଂ ବିଜେପିର ତୃତୀୟ ବିଧାୟକ ଯିଏକି କୋରୋନାର ଦ୍ବିତୀୟ ଲହରୀରେ ମୃତ୍ୟୁ ବରଣ କରିଛନ୍ତି । ସେ ବିଏସପିରୁ 2016ରେ ଛାଡିବା ପରେ 2017ରେ ବିଜେପିରେ ଯୋଗ ଦେଇ ବିଧାନସଭା ନିର୍ବାଚନରେ ନବାଗଞ୍ଜ ଆସନରୁ ଜିତିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ