ETV Bharat / bharat

ବିଜେପି ନେତାଙ୍କ ଜଘନ୍ୟ କାଣ୍ଡ: ନାବାଳିକାକୁ ଦୁଷ୍କର୍ମ କଲେ, ବିରୋଧ କରିବାରୁ ବାପାର ଜୀବନ ନେଲେ

ଉତ୍ତର ପ୍ରଦେଶରେ ଦଳିତ ନାବାଳିକାକୁ ଦୁଷ୍କର୍ମ । ଜଣେ ବିଜେପି ନେତା ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 6, 2023, 12:04 PM IST

ଦଳିତ ନାବାଳିକାକୁ ଦୁଷ୍କର୍ମ
ଦଳିତ ନାବାଳିକାକୁ ଦୁଷ୍କର୍ମ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମହାରାଜଗଞ୍ଜରେ ଜଣେ ୧୭ ବର୍ଷୀୟା ଦଳିତ ନାବାଳିକା ସହ ଦୁଷ୍କର୍ମ ହୋଇଛି । ଜଣେ ବିଜେପି ନେତା ନାବାଳିକାକୁ ଦୁଷ୍କର୍ମ କରିବା ସହିତ ଏହାକୁ ବିରୋଧ କରିବାରୁ ତାଙ୍କର ବାପାଙ୍କୁ ହତ୍ୟା କରିଛି । ଅଭିଯୁକ୍ତର ନାମ ମାସୁମ ରଜା ରାହି ଏବଂ ସେ ମହାରାଜଗଞ୍ଜ ଜିଲ୍ଲାର ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଥିବା ସୂଚନା ମିଳିଛି । ଏନେଇ ପୀଡିତାଙ୍କ ଅଭିଯୋଗ କ୍ରମେ କୋତବାଲି ପୋଲିସ ଏକ ଏଫଆଇର ରୁଜୁ କରିଛି ।

ଗତ ଅଗଷ୍ଟ ୨୮ ତାରିଖରେ ଏହି ଘଟଣା ଘଟିଥିଲା । ପୀଡିତା ଅଭିଯୋଗ ଅନୁସାରେ, କିଛି ବର୍ଷ ତଳେ ତାଙ୍କର ମାଆଙ୍କ ଦେହାନ୍ତ ହୋଇଥିଲା । ଏହାପରେ ସେ ନିଜର ବାପା, ତିନି ଭଉଣୀ ଓ ସାନ ଭାଇ ସହ ମହାରାଜଗଞ୍ଜ ଅଞ୍ଚଳରେ ବିଜେପି ନେତା ମାସୁମ ରଜାର ଘରେ ଭଡାରେ ରହୁଥିଲେ । ତାଙ୍କର ବାପା ଫୁଟପାଥରେ ପକୁଡି ଦୋକାନ କରି ପରିବାର ଚଳାଉଥିଲେ । ଅଗଷ୍ଟ ୨୮ ତାରିଖ ଦିନ ବାପା ଦୋକାନକୁ ଯାଇଥିଲେ । ଏହି ସୁଯୋଗରେ ବିଜେପି ନେତା ମାସୁମ ରଜା ତାଙ୍କ ଘରେ ପଶିଥିଲା ଏବଂ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ହେଲେ ଏତିକି ବେଳେ ବାପା ଘରକୁ ଚାଲି ଆସି ମାସୁମ ରଜାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

ଏହାମଧ୍ୟ ପଢନ୍ତୁ : 10 ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା 70 ବର୍ଷିୟ ବୃଦ୍ଧ, ଗିରଫ କଲା ପୋଲିସ

ଫଳରେ ଅଭିଯୁକ୍ତ ତାଙ୍କ ବାପାଙ୍କୁ ଘରୁ ଟାଣି ନେଇ ହତ୍ୟା କରିଥିଲା ଏବଂ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ କହିବା ଅନୁସାରେ, କୋତବାଲି ପୋଲିସ ବାପାଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିଲା । କିନ୍ତୁ ଏ ଯାଏଁ ରିପୋର୍ଟ ଆସିନାହିଁ । ତେବେ କିଛି ଦିନ ପୂର୍ବରୁ ଅଭିଯୁକ୍ତ ବିଜେପି ନେତା ପୀଡିତାଙ୍କ ସାନ ଭଉଣୀ ସହ ମଧ୍ୟ ଅସଦାଚରଣ କରିଥିଲା ଏବଂ ଏ ସମ୍ପର୍କରେ କାହାକୁ କିଛି କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ଏନେଇ ପୋଲିସ କହିଛି ଯେ, ନାବାଳିକାର ଅଭିଯୋଗ ଆଧାରରେ ହତ୍ୟା, ଦୁଷ୍କର୍ମ, ଧମକ, ମାରପିଟ୍ ନେଇ ଅଭିଯୁକ୍ତ ମାସୁମ ରଜା ବିରୋଧରେ ସଙ୍ଗୀନ ଧାରାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଛି । ଘଟଣାରେ ଛାନଭିନ୍ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.