ETV Bharat / bharat

ଆପଣ ଯଦି ଜୀବିତ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାନ: ବିହାର ମନ୍ତ୍ରୀ ରାମସୁରତ - ଆପଣ ଯଦି ଜୀବିତ ତାହା ମୋଦିଙ୍କ ଦାନ

'ଆପଣ ଯଦି ଜୀବିତ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାନ' । ଦଳୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିବା ବିହାର ମନ୍ତ୍ରୀ ରାମସୁରତ ରାୟଙ୍କ ଏହି ବୟାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ଆପଣ ଯଦି ଜୀବିତ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାନ: ବିହାର ମନ୍ତ୍ରୀ ରାମସୁରତ

author img

By

Published : Jul 31, 2022, 8:28 PM IST

ପାଟନା: "ଭାରତରେ ଯେଉଁ ଶାନ୍ତି ବଜାୟ ରହିଛି ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସମ୍ଭବ ହୋଇଛି । ଆପଣ ଯଦି ଜୀବିତ ରହିଛନ୍ତି ତାହା କେବଳ ମୋଦିଙ୍କ ଦାନ" । ବିହାରର ମୁଜ୍ଜାଫରପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏଭଳି ବୟାନ ଦେଇଛନ୍ତି ବିହାର ମନ୍ତ୍ରୀ ରାମସୁରତ ରାୟ (BJP Minister Ramsurat Rai Statement on PM Narendra Modi) । ବିଜେପିର ୨ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ମନ୍ତବ୍ୟ ଦେଇଥିବା ବେଳେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଆପଣ ଯଦି ଜୀବିତ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାନ: ବିହାର ମନ୍ତ୍ରୀ ରାମସୁରତ

ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପିର ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଦଳ ଲଗାତାର ଭାବେ ବିକାଶମୂଳକ କାର୍ଯ୍ୟ ଜାରି ରଖିଥିବା ବେଳେ କୋରୋନା ମହାମାରୀ ଏଥିରେ ସାମାନ୍ୟ ବାଧକ ସାଜିଥିଲା । ମାତ୍ର ସ୍ଥିତି ନିୟନ୍ତ୍ରଣରେ ଆସିବା ପରେ ମୋଦି ସରକାର ପୁଣି ଏହି କାର୍ଯ୍ୟ ଜାରି ରଖିଛନ୍ତି । ରାମସୁରତ କାର୍ଯ୍ୟକ୍ରମରେ ଏହା ମଧ୍ୟ କହିଛନ୍ତି ଯେ, " କୋରୋନା ପାଇଁ ଦେଶରେ କିଛି ଯୋଜନା ବାଧାପ୍ରାପ୍ତ ହୋଇଥିଲା । ଅନ୍ୟ ଦେଶର ସ୍ଥିତି ମଧ୍ୟ ଶୋଚନୀୟ । ଆପଣ ପାକିସ୍ତାନର ଅବସ୍ଥା ଟିଭିରେ ମଧ୍ୟ ଦେଖିଛନ୍ତି ।

ତଥାପି ଭାରତରେ ଆପଣ ଶାନ୍ତିରେ ବଞ୍ଚିଛନ୍ତି । ଯାହାର ନାମ ହେଉଛି ପ୍ରଧାନମନ୍ତ୍ରୀ ମୋଦି । ଯଦି ଆପଣ ଜୀବିତ ଅଛନ୍ତି ତେବେ ଏହା ମୋଦିଙ୍କ ଦାନ । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିଶୁଳ୍କ ଟୀକାକରଣ କରାଇଛନ୍ତି । କୋରୋନା ସମୟରେ ସମ୍ପର୍କୀୟ, ପ୍ରିୟଜନ ସାଥୀରେ ନଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ଟୀକାକରଣ କରାଇଥିଲେ ।" ବିଜେପି ମନ୍ତ୍ରୀଙ୍କ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ସୂଚନା ଥାଉ କି, ବିଜେପିର ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦରୁ ଆସିଥିବା ବିଜେପି ଏସସି ଓ ଏସଟି ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦକ ଏସ କୁମାରଙ୍କ ସମେତ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୀତାରାମ ରବି ଓ କପିଲ କୁମାର, ସଞ୍ଜୀବ କୁମାର ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତା ସାମିଲ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.