ETV Bharat / bharat

Presidential Elections: ଜେ.ପି ନଡ୍ଡାଙ୍କ ବାସଭବନରେ ବିଜେପି ନେତାଙ୍କ ବୈଠକ ଜାରି - ନଡ୍ଡାଙ୍କ ବାସଭନରେ ବିଜେପି ନେତା

ରାଷ୍ଟ୍ରପତି ନିର୍ବାଚନ ନେଇ ଜେ.ପି ନଡ୍ଡାଙ୍କ ବାସଭବନରେ ବିଜେପି ନେତାଙ୍କ ବୈଠକ । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାଓ୍ବତ, ଜି.କିଶନ ରେଡ୍ଡୀ, ଅଶ୍ବିନୀ ବୈଷ୍ଣବ, ସର୍ବାନନ୍ଦ ସୋନଓ୍ବାଲଙ୍କ ସମେତ ଅନ୍ୟ କିଛି ନେତା ଉପସ୍ଥିତ ସୂଚନା । ଅଧିକ ପଢନ୍ତୁ

Presidential elections: ଜେ.ପି ନଡ୍ଡାଙ୍କ ବାସଭବନରେ ବିଜେପି ନେPresidential elections: ଜେ.ପି ନଡ୍ଡାଙ୍କ ବାସଭବନରେ ବିଜେପି ନେତାଙ୍କ ବୈଠକ ଜାରିତାଙ୍କ ବୈଠକ ଜାରି
Presidential elections: ଜେ.ପି ନଡ୍ଡାଙ୍କ ବାସଭବନରେ ବିଜେପି ନେତାଙ୍କ ବୈଠକ ଜାରି
author img

By

Published : Jun 19, 2022, 8:12 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାସଭବନରେ ଦଳୀୟ ନେତାଙ୍କ ବୈଠକ ଆରମ୍ଭ ହୋଇଛି । ଆଜି ଅପରାହ୍ନରେ ଏହି ବୈଠକ ଆରମ୍ଭ ହୋଇଥବାବେଳେ ଏଥିରେ ନଡ୍ଡା ନିଜେ ଅଧ୍ୟକ୍ଷତା କରୁଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ହାତଗଣତି ଦିନ ଥିବା ବେଳେ ଦଳ ପ୍ରାର୍ଥୀ ନେଇ ବିଚାର ବିମର୍ଶ ଜାରି ରଖିଛି ।

  • Delhi | BJP meeting over the upcoming Presidential elections underway at party chief JP Nadda's residence. Union Ministers Gajendra Singh Shekhawat, G Kishan Reddy, Ashwini Vaishnaw and others present pic.twitter.com/DspuMdAwJ3

    — ANI (@ANI) June 19, 2022 " class="align-text-top noRightClick twitterSection" data=" ">

ଆଜି ଜାରି ରହିଥିବା ବୈଠକରେ ନଡ୍ଡା ଅଧ୍ୟକ୍ଷତା କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାଓ୍ବତ, ଜି.କିଶନ ରେଡ୍ଡୀ, ଅଶ୍ବିନୀ ବୈଷ୍ଣବ, ସର୍ବାନନ୍ଦ ସୋନଓ୍ବାଲଙ୍କ ସମେତ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ସାମିଲ ହେବା ନେଇ ମଧ୍ୟ ସୂଚନା ରହିଛି ।

ବିଜେପି ନେତୃତ୍ବାଧୀନ NDA ମେଣ୍ଟ ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ଆବଶ୍ୟକ ହେଉଥିବା ବହୁମତ ଠାରୁ ସାମାନ୍ୟ କମ ପ୍ରତିଶତର ଭୋଟ ରହିଛି । ଅନ୍ୟ ସମର୍ଥନରେ ବହୁମତ ହାସଲ କରିବା ପାଇଁ ଅନ୍ୟ ଦଳଙ୍କ ସହ କଥାବାର୍ତ୍ତା ଜାରି ରଖିଛି ବିଜେପି । ଏହି ଆଲୋଚନା ପାଇଁ ଦଳ ମୁଖ୍ୟ ଜେ.ପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ବ ମିଳିଛି । ନିକଟରେ ରାଜନାଥ ମଧ୍ୟ ବହୁ ବିରୋଧୀ ଦଳ ପ୍ରମୁଖଙ୍କ ସହ କଥା ମଧ୍ୟ ହୋଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.