ଲକ୍ଷ୍ନୌ: ସମ୍ବିଧାନ ଦିବସ ଅବସରରେ ବିଜେପି ଉପରେ ବର୍ଷିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଆଜି ସମ୍ବିଧାନ ଦିବସ ଅବସରରେ କାନପୁରରେ 'ସମ୍ବିଧାନ ବଚାଓ' ନାମରେ ଏକ ରାଲି ହୋଇଥିଲା । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଖିଳେଶ କହିଥିଲେ ଯେ ବିଜେପି ନେତୃତ୍ବାଧୀନ ସରକାର ଆଇନ କିମ୍ବା ସମ୍ବିଧାନ କାହା ଉପରେ ବି ବିଶ୍ବାସ କରେ ନାହିଁ । ଏଣୁ ୨୦୨୪ ମସିହାରେ ଜନତା ସମାଜବାଦୀ ପାର୍ଟିକୁ ଭୋଟ ଦେଇ ସରକାର ଗଢିବା ଲାଗି ସୁଯୋଗ ଦିଅନ୍ତୁ ।
-
"मैं दावे के साथ कह कर जा रहा हूं आज अगर पूरे प्रदेश में भू माफिया कोई है तो भारतीय जनता पार्टी के नेता है। उत्तर प्रदेश में सबसे ज्यादा जमीनें कोई खरीद रहा है तो भारतीय जनता पार्टी के लोग हैं।"
— Samajwadi Party (@samajwadiparty) November 26, 2023 " class="align-text-top noRightClick twitterSection" data="
- माननीय राष्ट्रीय अध्यक्ष श्री अखिलेश यादव जी, कानपुर pic.twitter.com/r0IAqTrdOO
">"मैं दावे के साथ कह कर जा रहा हूं आज अगर पूरे प्रदेश में भू माफिया कोई है तो भारतीय जनता पार्टी के नेता है। उत्तर प्रदेश में सबसे ज्यादा जमीनें कोई खरीद रहा है तो भारतीय जनता पार्टी के लोग हैं।"
— Samajwadi Party (@samajwadiparty) November 26, 2023
- माननीय राष्ट्रीय अध्यक्ष श्री अखिलेश यादव जी, कानपुर pic.twitter.com/r0IAqTrdOO"मैं दावे के साथ कह कर जा रहा हूं आज अगर पूरे प्रदेश में भू माफिया कोई है तो भारतीय जनता पार्टी के नेता है। उत्तर प्रदेश में सबसे ज्यादा जमीनें कोई खरीद रहा है तो भारतीय जनता पार्टी के लोग हैं।"
— Samajwadi Party (@samajwadiparty) November 26, 2023
- माननीय राष्ट्रीय अध्यक्ष श्री अखिलेश यादव जी, कानपुर pic.twitter.com/r0IAqTrdOO
ସମ୍ବିଧାନ ଦିବସ ଅବସରରେ ଅଖିଳେଶ କହିଥିଲେ, " ବିଜେପି ନେତୃତ୍ବାଧୀନ ସରକାର ଆଇନ କି ସମ୍ବିଧାନ ଉପରେ ବିଶ୍ବାସ କରେ ନାହିଁ । ୨୦୨୪ରେ ସମାଜବାଦୀ ପାର୍ଟି ସହିତ ସମ୍ବିଧାନକୁ ଜିତିବାକୁ ସୁଯୋଗ ଦିଅନ୍ତୁ । ଯଦି ରାଜ୍ୟରେ କେଉଁଠି ମାଫିଆଙ୍କ ଆଡ୍ଡାସ୍ଥଳୀ ରହିଛି, ସେଠାରେ ବିଜେପି ରାଜ୍ କରୁଛି । ରାଜ୍ୟରେ ଯଦି ଅନ୍ୟ କିଏ ଜମି କିଣୁଛି, ତାହାକୁ ମଧ୍ୟ ବିଜେପିର ନେତାମାନେ କିଣୁଛନ୍ତି ।"
ସୂଚନା ଥାଉ କି ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ଭାରତରେ 'ସମ୍ବିଧାନ ଦିବସ' ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଏହାକୁ ଦେଶରେ ଲାଗୁ କରାଯାଇଥିଲା । ଏହାପରେ ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ସେହି ଦିନଠାରୁ ପ୍ରତିବର୍ଷ ଏହି ଦିବସ ଭାରତରେ ପାଳିତ ହୋଇଆସୁଛି । ଭାରତର ସମ୍ବିଧାନ ଏହାର ନାଗରିକମାନଙ୍କୁ ଦେଶର ଜଣେ ମୁକ୍ତ ନାଗରିକ ଭାବେ ଅନୁଭବ କରାଇଥାଏ ।
ଦେଶରେ ଶାସନ ପାଇଁ ସମ୍ବିଧାନ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ । କାରଣ ଏହା ନାଗରିକଙ୍କ ଆବଶ୍ୟକତା ଓ ଆଗ୍ରହକୁ ଗୁରୁତ୍ବ ଦେଇଥାଏ । ଭାରତରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଅନେକ କ୍ଷେତ୍ରରେ ବିବିଧତା ଦେଖିବାକୁ ମିଳେ । ତେବେ ଦେଶର ସମ୍ବିଧାନ ପ୍ରତ୍ୟେକ ଅଞ୍ଚଳର ପରମ୍ପରା, ଭାଷା, ଜୀବନଶୈଳୀକୁ ସମ୍ମାନ ଦିଏ । ସମ୍ବିଧାନ ହେଉଛି ଏମିତି ଏକ ବିଚାରଧାରା ଯାହାକି ପ୍ରତ୍ୟେକ ଭାରତୀୟଙ୍କୁ ଏକାଠି କରିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ