ETV Bharat / bharat

ବିଜେପିର ଦକ୍ଷିଣ ମିଶନ: ପ୍ରବେଶ ପଥ ହେବ ତେଲେଙ୍ଗାନା !

author img

By

Published : Jul 2, 2022, 1:54 PM IST

18 ବର୍ଷ ପରେ ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜାରି । 2024 ପାଇଁ ଦକ୍ଷିଣ ଭାରତ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦଳର ରଣନୀତି । ପ୍ରବେଶ ପଥ ହେବ ତେଲେଙ୍ଗାନା । ଆଜି ମାନସମନ୍ଥନ କରୁଛନ୍ତି 3ଶହ ଜାତୀୟ କାର୍ଯ୍ୟକାରିଣୀ କାର୍ଯ୍ୟକର୍ତ୍ତା । ଅଧିକ ପଢନ୍ତୁ

ବିଜେପିର ଦକ୍ଷିଣ ମିଶନ: ପ୍ରବେଶ ପଥ ହେବ ତେଲେଙ୍ଗାନା !
ବିଜେପିର ଦକ୍ଷିଣ ମିଶନ: ପ୍ରବେଶ ପଥ ହେବ ତେଲେଙ୍ଗାନା !

ହାଇଦ୍ରାବାଦ: ଦୀର୍ଘ 18 ବର୍ଷ ପରେ ହାଇଦ୍ରାବାଦରେ ପୁଣି ଅନୁଷ୍ଠିତ ହେଉଛି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ତେବେ ହାଇଦ୍ରାବାଦରେ ଏହି ବୈଠକ ଆୟୋଜନ ହେବା ରାଜନୈତିକ ଦୃଷ୍ଟିକୋଣରୁ ଖୁବ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି । ମହାରାଷ୍ଟ୍ରରେ ଅଢେଇ ବର୍ଷ ପରେ ଏବେ ପୁଣି ଥରେ କ୍ଷମତାର ସ୍ବାଦ ଚାଖିଥିବା ବିଜେପି, ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକରେ ମଧ୍ୟ ପ୍ରଭାବ ବିସ୍ତାର କରିବା ନେଇ ରଣନୀତି ଆରମ୍ଭ କରିସାରିଛି । ସେହି କ୍ରମରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ତେଲେଙ୍ଗାନା ମଧ୍ୟ ସାମିଲ ରହିଛି ।

ବିଜେପି ଅପେକ୍ଷାକୃତ ଦକ୍ଷିଣ ଭାରତୀୟ ରାଜ୍ୟରେ ଦୁର୍ବଳ ରହିଛି । କ୍ଷମତାରେ ଥିବା ଏକମାତ୍ର ଦକ୍ଷିଣ ଭାରତ ରାଜ୍ୟ କର୍ଣ୍ଣାଟକରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ତେଲେଙ୍ଗାନାରେ ମଧ୍ୟ ନିଜ ମୂଳଦୁଆ ସୁଦୃଢ କରିବା ପାଇଁ ଦଳ କାର୍ଯ୍ୟ ଆରମ୍ଭ କରିସାରିଛି । 345 ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ 300 ଏହି ଅଧିବେଶନରେ ସାମିଲ ହେବା ପାଇଁ ହାଇଦ୍ରାବାଦ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ 19 ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ତାଲିକାରେ ଅଛନ୍ତି ।

ଦୀର୍ଘ 48 ଘଣ୍ଟା ଧରି ସଂଗଠନର ଆଗାମୀ ରଣନୀତି ନେଇ ମାନସମନ୍ଥନ କରିବ ଦଳ । ଆଜି ଅପରାହ୍ନ କିମ୍ବା ସଂଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ପହଞ୍ଚି କାର୍ଯ୍ୟକ୍ରମରେ ସାମିଲ ହେବେ । ଆସନ୍ତାକାଲି(ରବିବାର) ଏକ ବିଶାଳ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ତେଲଙ୍ଗାନାରେ ଶାସକ ଟିଆରଏସ ଏବେ ବିଜେପି ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛି । ଦଳମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶଖର ରାଓ 2024 ସାଧାରଣ ନିର୍ବାଚନ ପାଇଁ ମୋଦି ବିରୋଧୀ ମେଳି ଗଠନ ପାଇଁ କଥାବାର୍ତ୍ତା ଜାରି ରଖିଛନ୍ତି । ସେ ଏକାଧିକ ବିଜେପି ବରୋଧୀ ନେତାଙ୍କୁ ମଧ୍ୟ ସେ ଭେଟି ଆଲୋଚନା କରିସାରିଛନ୍ତି ।

ଅନ୍ୟପଟେ ହାଇଦ୍ରାବାଦ ସହରରେ ସ୍ଥାନୀୟ ସାଂସଦ ଅସଦୁଦ୍ଦିନ ଓଓ୍ବେସୀଙ୍କର ମଧ୍ୟ ପ୍ରଭାବ ରହିଛି । ତେଲେଙ୍ଗାନାକୁ ବାଦ ଦେବା ପରେ ଅନ୍ୟ 4 ଦକ୍ଷିଣ ରାଜ୍ୟ, ତାମିଲନାଡୁ, କର୍ଣ୍ଣାଟକ, କେରଳ ଓ ଆନ୍ଧ୍ର ପ୍ରଦେଶରେ ଦଳର ଲୋକସଭା ପ୍ରତିନିଧିତ୍ବ ପ୍ରାୟ ଶୂନ୍ୟ । ତେଣୁ ଏହି ଦକ୍ଷିଣ ମିଶନରେ ଦଳ ତେଲେଙ୍ଗାନାକୁ ପ୍ରବେଶ ପଥ ଭାବେ ବ୍ୟବହାର କରିବା ନେଇ ରାଜନୈତିକ ବିଷାରଦ ମାନେ ଆକଳନ କରୁଛନ୍ତି । ଦଳର ଦୁର୍ବଳ ପ୍ରଭାବ କ୍ଷେତ୍ରରେ ଥିବା ଦକ୍ଷିଣ ରାଜ୍ୟରେ 90 ଲୋକସଭା ଆସନ ରହିଛି । 2024 ସାଧାରଣ ନିର୍ବାଚନ ପାଇଁ ଦଳ ତାର ରଣନୀତି ଆରମ୍ଭ କରିସାରିଥିବା ବେଳେ ଏବେ ଦକ୍ଷିଣ ଭାରତକୁ ସ୍ବତନ୍ତ୍ର ଦୃଷ୍ଟି ଦେବା ନେଇ ଯୋଜନା ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.