ନୂଆଦିଲ୍ଲୀ: କଂଗ୍ରେସ ସହିତ ଦୀର୍ଘ ଦଶନ୍ଧିର ସମ୍ପର୍କ ଛିନ୍ନ କରିଛନ୍ତି ଗୁଲାବ ନବୀ ଆଜାଦ । ଏହାକୁ ନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ବିଜେପି ନେତା ସୁନୀଲ ଜାଖର(BJP leader Sunil Jakhar targets congress) । ଏବେଠାରୁ କଂଗ୍ରେସର ପତନ ଆରମ୍ଭ ହେଲା ବୋଲି ସେ ସାଙ୍ଘାତିକ ବୟାନ ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ପାଇଁ ଗୁଲାମ ନବୀ ଆଜାଦଙ୍କୁ ବାଧ୍ୟ କରାଗଲା ବୋଲି ସେ କହିଛନ୍ତି ।
ଚଳିତ ବର୍ଷ ମେ ମାସରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ସୁନୀଲ ଜାଖର । ବିରୋଧୀ ଦଳ ଗଡ଼ ଧୀରେଧୀରେ ଗଡ଼ିବାରେ ଲାଗିଛି । କଂଗ୍ରେସର ହାତ ଧୀରେଧୀରେ ଦୁର୍ବଳ ହେଉଛି ।
ସୁନୀଲ ଜାଖର କହିଛନ୍ତି, "କଂଗ୍ରେସର ଏଭଳି ଅବସ୍ଥାକୁ ନେଇ ମୁଁ ଆଉ କଣ କହି ପାରିବି । କଂଗ୍ରେସରେ ଯାହା ସବୁ ଘଟୁଛି ତାହା ବୁଝିବାକୁ ନାରାଜ ଅଛନ୍ତି ଦଳ ହାଇକମାଣ୍ଡ । ସମସ୍ତ ସଦସ୍ୟ ଏଥିପ୍ରତି ଅବଗତ ଅଛନ୍ତି । ଅନେକ ଭାବୁଥିବେ ମୁଁ ଖୁସି ଥିବି କାରଣ ମୁଁ ଯାହା ସବୁ କହିଥିଲି ତାହା ସତ ହେଉଛି । କିନ୍ତୁ ବାସ୍ତବରେ ତାହା ନୁହେଁ । ମୁଁ ଗଣତନ୍ତ୍ରକୁ ନେଇ ଚିନ୍ତିତ ରହିଛି । ତାସ୍ର ଘର ଭଳି ଦେଶର ଏକ ବିରୋଧୀର ଗଡ଼ ଭୁଷୁଡ଼ିବାରେ ଲାଗିଛି ।"
କଂଗ୍ରେସ ଦଳକୁ ବର୍ତ୍ତମାନ କିଛି ଅଯୋଗ୍ୟ ଚଳାଉଛନ୍ତି । ଛୋଟ ଚିନ୍ତାଧାରା ରଖୁଥିବା ସଦସ୍ୟ ଉଚ୍ଚ ପଦପଦବୀରେ ରହିଛନ୍ତି । ଏମାନେ ହିଁ କଂଗ୍ରେସରେ ନୀତି ନିର୍ଦ୍ଧାରଣ କରୁଛନ୍ତି । ଅନ୍ୟ ସଦସ୍ୟଙ୍କ ସହୟତାରେ ସେମାନେ ଦଳ ଚଳାଉଛନ୍ତି । ତାହା ସେମାନେ ବୁଝିବାରେ ଅସମର୍ଥ ଅଛନ୍ତି ବୋଲି କହିଛନ୍ତି ସୁନୀଲ ଜାଖର । ଦଳୀୟ ଆଭ୍ୟାନ୍ତରୀଣ ସମସ୍ୟାକୁ ନେଇ କୌଣସି ଉଚିତ ପଦକ୍ଷେପ ନିଆଯାଇ ନପାରିବା ଏହାର କାରଣ ହୋଇପାରେ ବୋଲି କହିଛନ୍ତି ବିଜେପି ନେତା ସୁନୀଲ ଜାଖର ।
ଶୁକ୍ରବାର କଂଗ୍ରେସର ତୁଙ୍ଗ ନେତା ଗୁଲାମ ନବୀ ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଆଜାଦ ଦଳ ଛାଡ଼ିବା ପରେ କଂଗ୍ରେସକୁ ନେଇ ଅନେକ କଟାକ୍ଷ କରିଛନ୍ତି(Ghulam Nabi Azad harsh words for congress) । ବିଶେଷ କରି ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି । ସେପଟେ ଏହିଭଳି ଭାବରେ ଆଜାଦ ଦଳ ଛାଡ଼ିବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତାଏ(Congress leaders targets Ghulam Nabi Azad) ।