ETV Bharat / bharat

ଟିଏମସି ନେତା କୁନାଲ ଘୋଷଙ୍କ ବାସଭବନରେ ବିଜେପି ନେତା ରାଜୀବ ବାନାର୍ଜୀ, ଜୋର ଧରିଲା ଦଳବଦଳ ଚର୍ଚ୍ଚା - TMC leader Kunal Ghosh

ବିଧାନସଭା ନିର୍ବାଚନ ପରେ ପୁଣି ଚର୍ଚ୍ଚାରେ ବଙ୍ଗ ରାଜନୀତି । ଟିଏମସି ନେତା କୁନାଲ ଘୋଷଙ୍କୁ ବାସଭବନରେ ଭେଟିଲେ ବିଜେପି ନେତା ରାଜୀବ ବାନାର୍ଜୀ । ଅଧିକ ପଢନ୍ତୁ...

ଟିଏମସି ନେତା କୁନାଲ ଘୋଷଙ୍କ ବାସ ଭବନରେ ବିଜେପି ନେତା ରାଜୀବ ବାନାର୍ଜୀ , ଜୋର ଧରିଲା ଦଳବଦଳ ଚର୍ଚ୍ଚା

author img

By

Published : Jun 12, 2021, 8:43 PM IST

କୋଲକାତା: ବିଧାନସଭା ନିର୍ବାଚନ ଓ ପରବର୍ତ୍ତୀ ହିଂସା ପରେ ସାମାନ୍ୟ ଶାନ୍ତ ପଡିଥିବା ପଶ୍ଟିମବଙ୍ଗ ରାଜନୀତିରେ ପୁଣି ହଲଚଲ ଆରମ୍ଭ ହୋଇଛି । ଗତକାଲି ରାଜ୍ୟର ବରିଷ୍ଠ ନେତା ମୁକୁଲ ରାୟ ବିଜେପି ଛାଡି ଟିଏମସି ପୁନର୍ବାର ସାମିଲ ହେବାପରେ ଆଜି ପୁଣି ବିଜେପି ନେତା ରାଜୀବ ବାନାର୍ଜୀ ଟିଏମସି ନେତା କୁନାଲ ଘୋଷଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବା ପରେ ରାଜନୈତିକ ଚର୍ଚ୍ଚା ପୁଣି ଉଷ୍ମ ହୋଇଛି ।

ଦଳବଦଳ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ଚର୍ଚ୍ଚାକୁ ଉଭୟ କୁନାଲ ଘୋଷ ଓ ରାଜୀବ ବାନାର୍ଜୀ ଖଣ୍ଡନ କରିଛନ୍ତି । ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷତକାର ସୌଜନ୍ୟମୂଳକ ବୋଲି ଉଭୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସଫେଇ ଦେଇଛନ୍ତି । କିନ୍ତୁ କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି ।

ଆଜି କୁନାଲ ଘୋଷଙ୍କ ବାସ ଭବନରେ ପହଞ୍ଚି ରାଜୀବ ବାନାର୍ଜୀଙ୍କ ସହ ସାକ୍ଷାତ କରିଥିଲେ । ପରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଏହା ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଥିଲେ । ରାଜନୀତି ସମ୍ପର୍କିତ କୌଣସି ଆଲୋଚନା ଉଭୟଙ୍କ ସାକ୍ଷାତକାରରେ ସ୍ଥାନ ପାଇନଥିବା ସେ କହିଥିଲେ । ବିଜେପି ଛାଡି ପୁନଃ ତୃଣମୂଳ କଂଗ୍ରେସରେ ସାମିଲ ହେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜୀବ କହିଥିଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପିରେ ଅଛନ୍ତି । ଦଳ ଛାଡିବା ନେଇ କିଛି କାରଣ ନାହିଁ କି ସେ ସମ୍ପର୍କରେ କିଛି ଆଲୋଚନା ମଧ୍ୟ ହୋଇନଥିବା ସେ ପ୍ରକାଶ କରିଥିଲେ ।

ତେବେ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତି କରିବା ପରେ ମଧ୍ୟ ବିଧାନସଭାରେ କ୍ଷମତା ହାସଲ କରିପାରିଲା ନାହିଁ । ମମତା ପୁଣିଥରେ କ୍ଷମତା ବଜାର ରଖିବାରେ ସକ୍ଷମ ହେଲେ । କିନ୍ତୁ ନିର୍ବାଚନ ପୂର୍ବରୁ ମମତାଙ୍କ କ୍ୟାମ୍ପ ଛାଡି ବିଜେପିର ସାମିଲ ହୋଇଥିଲେ । ତେବେ ଟିଏମସି କ୍ଷମତା ବଜାର ରଖିବା ପରେ ଦଳ ଛାଡିଥିବା କିଛି ନେତା ପୁଣି ମମତାଙ୍କ କ୍ୟାମ୍ପକୁ ଫେରିବା ନେଇ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.