ETV Bharat / bharat

ବିଜେପି ନେତାଙ୍କୁ ହାଣି ହତ୍ୟା କଲେ ନକ୍ସଲ

author img

By

Published : Jun 22, 2023, 8:04 AM IST

ଛତିଶଗଡ ବିଜେପି ନେତାଙ୍କୁ ନିର୍ମମ ଭାବେ ହାଣି ହତ୍ୟାକଲେ ନକ୍ସଲ । ରାସ୍ତା ମଝିରେ ମୃତଦେହ ସହ ଧମକପୂର୍ଣ୍ଣ ଚିଠି ଛାଡିଲେ । ଅଧିକ ପଢନ୍ତୁ

ବିଜେପି ନେତାଙ୍କୁ ହାଣି ହତ୍ୟା କଲେ ନକ୍ସଲ
ବିଜେପି ନେତାଙ୍କୁ ହାଣି ହତ୍ୟା କଲେ ନକ୍ସଲ

ରାୟପୁର: ଛତିଶଗଡରେ ଲାଲବାହିନୀର ରକ୍ତ ଖେଳ । ଛତିଶଗଡ ବସ୍ତରରେ ନକ୍ସଲମାନେ ଜଣେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି । ମୃତକଙ୍କ ନାମ କାକା ଅର୍ଜୁନ । ତାଙ୍କୁ ହତ୍ୟା କରିବା ପରେ ନକ୍ସଲମାନେ ମୃତଦେହକୁ ରାସ୍ତା ମଝିରେ ପକାଇଥିଲେ । ଏହାସହିତ ମୃତଦେହ ଉପରେ ଗୋଟିଏ ଧମକପୂର୍ଣ୍ଣ ଚିଠି ଛାଡି ଯାଇଥିଲେ । ନକ୍ସଲମାନେ ଅର୍ଜୁନଙ୍କୁ ରାଜନୀତି ଛାଡିବା ପାଇଁ ଚେତାଇ ଥିଲେ ହେଁ ସେ ସେମାନଙ୍କ କଥା ନମାନିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି ।

ନକ୍ସଲଙ୍କ ଦ୍ବାରା ଦିଆଯାଇଥିବା ଚିଠିରେ ଲେଖାଯାଇଛି, ବିଜେପି ନେତା ସେମାନଙ୍କ ଚେତାବନୀ ନମାନି ରାଜନୀତିରେ ସକ୍ରିୟ ରହିବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଛି । ତେବେ ଅର୍ଜୁନଙ୍କୁ ମିଶାଇ ଚଳିତ ବର୍ଷ ଛତିଶଗଡରେ ୪ ଜଣ ସ୍ଥାନୀୟ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଛତିଶଗଡ ବିଜେପି ସାଧାରଣ ସମ୍ପାଦକ ଓପି ଚୌଧୁରୀ ଘଟଣାକୁ ନିନ୍ଦା କରିବା ସହ ଏଥିପାଇଁ କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, "କଂଗ୍ରେସର ସମର୍ଥନ ବିନା ନକ୍ସଲ ବସ୍ତର ଡିଭିଜନରେ ବିଜେପି ନେତାମାନଙ୍କୁ ଟାର୍ଗେଟ ହତ୍ୟା କରିବା ସମ୍ଭବ ନୁହେଁ । ବିଜେପି ନେତାଙ୍କୁ ହତ୍ୟା ଟାର୍ଗେଟ କରିବା ପାଇଁ କଂଗ୍ରେସ ନକ୍ସଲ ସହ ହାତ ମିଳାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।"

ଅନ୍ୟପଟେ ଛତିଶଗଡ କଂଗ୍ରେସ ମୁଖପାତ୍ର ଧନଞ୍ଜୟ ସିଂହ କହିଛନ୍ତି, ଏହି ହତ୍ୟାକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେପି ଘଟଣାକୁ ଅଯଥା ରାଜନୀତିକରଣ କରୁଛି । ନିଜ ନେତାଙ୍କ ହତ୍ୟାରେ ବି ବିଜେପି ରାଜନୀତି କରିବାକୁ ଚେଷ୍ଟା କରିବା ଦୁର୍ଭାଗ୍ୟପୂର୍ଣ୍ଣ । ରମଣ ସିଂଙ୍କ ଶାସନ କାଳରେ ଛତିଶଗଡରେ କେମିତି ନକ୍ସଲବାଦ ବୃଦ୍ଧି ପାଇଥିଲା ସେ କଥା କିଏ କେମିତି ଭୁଲିବ । ଭୁପେଶ ବଘେଲ ସରକାର ଏହି ହତ୍ୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ସହିତ ରହିଛନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବସ୍ତରରେ ଜଣେ ପୋଲିସ କର୍ମୀଙ୍କ ସମେତ ୨ ଜଣଙ୍କୁ ନକ୍ସଲମାନେ ହତ୍ୟା କରିବାର ଦୁଇ ଦିନ ପରେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ସୋମବାର ସକାଳେ ଆସିଷ୍ଟାଣ୍ଟ କନେଷ୍ଟବଳ ସଞ୍ଜୟ କୁମାର ବେଦଜା ଛୁଟିରେ ଥିବାବେଳେ ପଟାକୁତ୍ରୁ ଗାଁରେ ତାଙ୍କୁ ହତ୍ୟା କରାଯାଇଥିଲା । ସେହିଦିନ ନକ୍ସଲମାନେ ପୋଲିସ ଇନଫର୍ମର ସନ୍ଦେହରେ ଆଉ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.