ETV Bharat / bharat

ଭୋଟରଙ୍କୁ ମାରପିଟ୍‌ ଅଭିଯୋଗରେ ବିଜେପି ନେତା ଗୁରମିତ ସିଂହ ସୋଧି ଗିରଫ

ନିର୍ବାଚନ ଦିନ ମାରପିଟ୍‌ କରିବା ଏବଂ ଭୋଟରଙ୍କୁ ଧମକାଇବା ଅଭିଯୋଗରେ ବିଜେପି ନେତା ଗୁରମିତ ସିଂହ ସୋଧି ଗିରଫ । ଅଧିକ ପଢନ୍ତୁ

ଭୋଟରଙ୍କୁ ମାରପିଟ୍‌ ଅଭିଯୋଗରେ ବିଜେପି ନେତା ଗୁରମିତ ସିଂହ ସୋଧି ଗିରଫ
ଭୋଟରଙ୍କୁ ମାରପିଟ୍‌ ଅଭିଯୋଗରେ ବିଜେପି ନେତା ଗୁରମିତ ସିଂହ ସୋଧି ଗିରଫ
author img

By

Published : Mar 5, 2022, 9:20 AM IST

ଚଣ୍ଡୀଗଡ: ବିଜେପି ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ରାଣା ଗୁରୁମିତ ସିଂହ ସୋଧି ଗିରଫ । ରାଣା ସୋଧିଙ୍କ ସହ ପୂର୍ବତନ ବିଧାୟକ ସୁଖପାଲ ସିଂହ ମଧ୍ୟ ଗିରଫ ହୋଇଛନ୍ତି । ଫେବୃୟାରୀ ୨୦ ତାରିଖ ଦିନ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଜଣଙ୍କୁ ମାଡ ମାରିବା ଏବଂ ଧମକାଇବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଛି ପୋଲିସ ।

୨୯ ବର୍ଷୀୟ ସୁରଜିତ୍‌ ସିଂହ ରାଣା ସୋଧି ଏବଂ ସୁଖପାଲ ସିଂହଙ୍କ ବିରୁଦ୍ଧରେ ତାଙ୍କୁ ମାଡ ମାରିବାର ଅଭିଯୋଗ ଆଣିଛନ୍ତି । ଧାରା ୩୨୩ ଏବଂ ୫୦୬ ଅଧିନରେ ଦାୟର ଏତଲା ଆଧାରରେ ଦୁହିଁଙ୍କୁ ଗିରଫ କରାଯାଇଛି । କହିରଖୁଛୁ କି, ରାଣା ସୋଧି ଗୁରୁହରସାହେ(Guruharsahai) ଆସନରୁ ୪ ଥର ବିଧାୟକ ରହିଛନ୍ତି । ପରେ ସେ କଂଗ୍ରେସ ଦଳ ଛାଡି ଫିରୋଜପୁର ସହରରୁ ବିଜେପିର ପ୍ରାର୍ଥୀ ହୋଇଥିଲେ । ସେହିପରି ସୁଖପାଲ ସିଂହ ପୂର୍ବତନ ବିଧାୟକ ଏବଂ ମୁଖ୍ୟ ସଂସଦୀୟ ସଚିବ ଅଟନ୍ତି ।

ପୀଡିତଙ୍କ ଅନୁଯାୟୀ, ନିର୍ବାଚନ ଦିନ ଯେତେବେଳେ ସେ ଭୋଟ ଦେବାକୁ ଯାଉଥିଲେ, ତାଙ୍କୁ ମାରପିଟ୍‌ କରିବାକୁ ବିଜେପି ପ୍ରାର୍ଥୀ ରାଣା ସୋଧି ଏବଂ ସୁଖପାଲ ସିଂହ ୨୦ ରୁ ୨୫ ଜଣ ଲୋକଙ୍କୁ କହିଥିଲେ । ଏପରିକି ସୁଖପାଲ ଏକ ବନ୍ଧୁକ ଜରିଆରେ ତାଙ୍କ ମୁଣ୍ଡକୁ ଆଘାତ କରିବା ସଙ୍ଗେ ସଙ୍ଗେ ମୋବାଇଲ ଫୋନ ଛଡାଇ ନେଇଥିବାର ଅଭିଯୋଗକାରୀ ସୁରଜିତ୍ ସିଂହ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.