ଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ହରିନଗର ଅଞ୍ଚଳରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଗତକାଲି ହୋଲିରେ ଦିଲ୍ଲୀର ହରିନଗର ଅଞ୍ଚଳରେ ଆତ୍ମହତ୍ୟା କରିଛନ୍ତି ପଶ୍ଚିମ ଦିଲ୍ଲୀ ଭାଜପାର ପୂର୍ବତନ ଉପାଧ୍ୟକ୍ଷ ଜିଏସ ବାୱା । ତାଙ୍କ ବାସଭବନ ନିଟକସ୍ଥ ଏକ ପାର୍କ ଗ୍ରିଲରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ମାତ୍ର ଜିଏସ ବାୱାଙ୍କ ଏଭଳି ଆତ୍ମହତ୍ୟା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ମୁତାବକ, ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ ଜବତ କରାଯାଇ ନାହିଁ। ତେବେ ଆତ୍ମହତ୍ୟା ପଛରେ ପାରିବାରିକ ବିବାଦ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ ଯେ, ବାୱା ଦିର୍ଘ ସମୟରୁ ପଶ୍ଚିମ ଦିଲ୍ଲୀ ରାଜନୀତି ସହ ଜଡିତ ଥିଲେ । ଗତ ବିଧାନସଭା ନିର୍ବାଚନରେ ସେ ବିଜେପି ଦଳ ପାଇଁ ଜିଲ୍ଲାରେ ଖୁବ ପ୍ରଚାର କରିଥିଲେ । ତାଙ୍କ ମୃତ୍ୟୁ ଖବରରେ ଭାଜପା କାର୍ଯ୍ୟକର୍ତ୍ତା ଗଭୀର ମର୍ମାହତ ହୋଇଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ