ETV Bharat / bharat

‘କିଛି ଦେଶଦ୍ରୋହୀଙ୍କୁ ନେଇ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି ବିଜେପି ’ - mamta banarjee statement

ଟିଏମସିରୁ କିଛି ଦେଶଦ୍ରୋହୀଙ୍କୁ ନେଇ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି ବିଜେପି । ଅଧିକ ପଢନ୍ତୁ ....

‘ କିଛି ଦେଶଦ୍ରୋହୀଙ୍କୁ ନେଇ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି ବିଜେପି ’

author img

By

Published : Feb 4, 2021, 10:49 PM IST

କୋଲକାତା : ଟିଏମସିରୁ କିଛି ଦେଶଦ୍ରୋହୀଙ୍କୁ ନେଇ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି ବିଜେପି । ଟିଏମସି ସହ ବିଶ୍ୱାସଘାତକତା କରି ଦଳ ଛାଡି ବିଜେପିରେ ଯୋଗ ଦେଇଥିବା କିଛି ନେତାଙ୍କ ସହାୟତାରେ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି ବଙ୍ଗଳା ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।

ମମତା କହିଛନ୍ତି ଯେଉଁମାନେ ବିଜେପିରେ ସାମିଲ ହେଉଛନ୍ତି, ସେମାନେ ମନେ ରଖିବା ଉଚିତ୍ ଯେ ବିଜେପି ଦଙ୍ଗାକାରୀଙ୍କ ଦଳ । ଯେଉଁମାନଙ୍କୁ ନିଜ ସମ୍ପତ୍ତି ଓ ନିଜକୁ ସୁରକ୍ଷିତ ରଖିବାର ଚିନ୍ତାଥାଏ ସେମାନେ ହିଁ ବିଜେପିରେ ଯୋଗ ଦେଉଛନ୍ତି । କାରଣ ଏମାନେ ବହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଛନ୍ତି । ସେମାନଙ୍କୁ ନେଇ ବିଜେପି ବଙ୍ଗଳାରେ କ୍ଷମତା ହାତେଇବାକୁ ଚେଷ୍ଟା କରୁଥିବା କଥା କହିଛନ୍ତି ମମତା ।

ଅନ୍ୟପଟେ ବଙ୍ଗଳାରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଅନେକ ତୁଙ୍ଗ ନେତା ଟିଏମସି ଛାଡି ଏବେ ବିଜେପିରେ ଯୋଗ ଦେବାରେ ଲାଗିଛନ୍ତି । ଏହି ସଂଖ୍ୟାକୁ ଦେଖି ନିର୍ବାଚନ ସମୟରେ ମମତା ଏକା ହୋଇଯିବା ନେଇ ମଧ୍ୟ ବିବୃତି ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ ଏତେ ସଂଖ୍ୟକ ଟିଏମସି ନେତାଙ୍କ ବିଜେପିରେ ଗଣଯୋଗଦାନ ପ୍ରସଙ୍ଗରେ ମଧ୍ୟ ପଶ୍ଚିମବଙ୍ଗର ସ୍ଥାନୀୟ ବିଜେପି ଶିବିରରେ ଅସନ୍ତୋଷ ପ୍ରକାଶ ପାଇବା ଦେଖାଯାଇଛି। ଏହା ବିଜେପିର ଛବି ଖରାପ କରୁଛି ବୋଲି ମଧ୍ୟ ସ୍ଥାନୀୟ ନେତାମାନେ ସମାଲୋଚନା କରିଛନ୍ତି ।

ଏହି ଦଳୀୟ ଅସନ୍ତୋଷକୁ ଦୃଷ୍ଟିରେ ରଖି ଆଗକୁ ବିଜେପିରେ ମିଶିବାକୁ ଆଗ୍ରହୀ ଥିବା ଟିଏମସି ନେତାଙ୍କ ପୃଷ୍ଠଭୂମି ତଦାରଖ କରାଯିବାପରେ ସେମାନଙ୍କୁ ସାମିଲ କରାଯିବା ନେଇ ଚିନ୍ତା କରାଯିବ ବୋଲି କହିଛନ୍ତି ରାଜ୍ୟର ବିଜେପି ପ୍ରଭାରୀ ତଥା ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.