ETV Bharat / bharat

ବିଜେପି ଗଣତନ୍ତ୍ରର ସିରିଏଲ କିଲର: ଅଖିଳେଶ ଯାଦବ - ବିଜେପି ଗଣତନ୍ତ୍ରର ସିରିଏଲ କିଲର

ବିଜେପି ଗଣତନ୍ତ୍ରର ସିରିଏଲ କିଲର ଅଟେ । ଗଣତନ୍ତ୍ରରୁ କିପରି ଭୋଟ ଲୁଟ୍ କରାଯାଏ ସେଥିରେ ବିଜେପି ଅଭିଜ୍ଞ କହିଲେ ଅଖିଳେଶ ଯାଦବ । ଅଧିକ ପଢନ୍ତୁ

ବିଜେପି ଗଣତନ୍ତ୍ରର ସିରିଏଲ କିଲର: ଅଖିଶେଳ ଯାଦବ

author img

By

Published : Apr 7, 2022, 10:09 AM IST

ଲକ୍ଷ୍ନୌ: ବିଜେପି ଗଣତନ୍ତ୍ରର ସିରିଏଲ କିଲର ଅଟେ(BJP is the serial killer of democracy) । ଭାରତୀୟ ଜନତା ପାର୍ଟି ସରକାର ବ୍ୟାଙ୍କ ଲକରରୁ ଲୁଟୁଛନ୍ତି । ବିଜେପି ଆସିବା ଦିନ ଠାରୁ ବ୍ୟାଙ୍କରେ ସୁଧ କମୁଛି । ପଞ୍ଚାୟତ ଓ ବିଧାନପରିଷଦ ନିର୍ବାଚନରେ(legislative council elections) ଅନିୟମତା ହୋଇଛି । ବିଜେପି ଠାରୁ ସ୍ବଚ୍ଛ ନିର୍ବାଚନ ଆଶା କରିବା ନିଜକୁ ଧୋକା ଦେବା ସହ ସମାନ । ଉତ୍ତରପ୍ରଦେଶ କନ୍ନୌଜ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏପରି ଭାବେ ବିଜେପିକୁ ସମାଲୋଚନା କରିଛନ୍ତି ।

ଏମଏଲସି ନିର୍ବାଚନ ପୂର୍ବରୁ ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ବୁଧବାର କନ୍ନୌଜ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ କର୍ମକର୍ତ୍ତାଙ୍କ ସହ ବୈଠକ କରିଥିଲେ । ବୈଠକ ପରେ ଅଖିଳେଶ ବିଜେପି ଉପରେ ଖୁବ୍ ବର୍ଷିଛନ୍ତି । ଗଣତନ୍ତ୍ରରୁ କିପରି ଭୋଟ ଲୁଟ୍ କରାଯାଏ ସେଥିରେ ବିଜେପି ଅଭିଜ୍ଞ । କନ୍ନୌଜରେ ଅନେକ ଲୋକଙ୍କୁ ନାମାଙ୍କନ ପତ୍ର ପୂରଣ କରିବାକୁ ଦିଆଯାଇ ନଥିଲା । ବିଜେପି ଠାରୁ ସ୍ବଚ୍ଛ ନିର୍ବାଚନ ଆଶା କରିବା ବୃଥା । ଯେବେଠାରୁ ବିଜେପି ସରକାର ଆସିଛି, ସେବେଠାରୁ ବ୍ୟାଙ୍କରେ ସୁଧ କମୁଛି ।

ଦେଶରେ ଦରଦାମ ବୃଦ୍ଧି ସହ ବିଜେପି ସରକାରରେ ବେକାରୀ ହାର ମଧ୍ୟ ବୃଦ୍ଧି ପାଇଛି । ଯୁବବର୍ଗ ଭଲ ପାଠ ପଢିବା ପରେ ଆଜି ଡିଗ୍ରୀ ଧରି ଘରେ ବସିଛନ୍ତି । ଏପରିକି ରୋଜଗାର ନଥିବା ଯୁବକ ଚାପଗ୍ରସ୍ତ ହୋଇ ଶେଷରେ ଆତ୍ମହତ୍ୟା କରୁଛନ୍ତି । ଏହି ସରକାରରେ ଭଷ୍ଟ୍ରାଚାର ବଢୁଛି । ସାମ୍ବାଦିକମାନେ ମଧ୍ୟ ବିଜେପି ସରକାରରେ ସୁରକ୍ଷିତ ନାହାନ୍ତି । ସତ ଖବର ପ୍ରସାରଣ କଲେ ସେମାନଙ୍କୁ ଜେଲ୍ ଯିବାକୁ ପଡୁଛି ।

ବିଜେପି ସରକାରରେ ଅଯୋଧ୍ୟା ଭଳି ସ୍ଥାନରେ ପାଞ୍ଚ ବର୍ଷର ନିରୀହ ଶିଶୁ ସହ ଦୁଷ୍କର୍ମ ହେଉଛି । ପିଲା କାନ୍ଦୁଛନ୍ତି, ମାଆମାନେ କାନ୍ଦୁଛନ୍ତି ବୋଲି ଅଖିଳେଶ କହିଛନ୍ତି । ଆହୁରି ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସେ କହିଛନ୍ତି ଯେ, ମୁଁ ପୂର୍ବରୁ କହିଥିଲେ କି ନିର୍ବାଚନ ପରେ ଦେଶରେ ତେଲ ଦର ବଢିବ । ତାହା ହିଁ ହେଲା । ଦରଦାମ ସହ ବେକାରୀ ସମସ୍ୟା ମଧ୍ୟ ବଢୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.