ETV Bharat / bharat

BJP Reply To Rahul: ‘ପଛୁଆବର୍ଗଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅପମାନ କରିଆସୁଛନ୍ତି ରାହୁଲ’

author img

By

Published : Mar 25, 2023, 8:05 PM IST

ପଛୁଆବର୍ଗଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅପମାନ କରିଆସୁଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ପ୍ରେସମିଟର ପାଲଟା ଜବାବ ରଖି ଏପରି କହିଛି ବିଜେପି ।

BJP hits back at Rahul Gandhi
BJP hits back at Rahul Gandhi

ନୂଆଦିଲ୍ଲୀ: ମୋଦି ସାଙ୍ଗିଆକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୁରଟ ସେସନ କୋର୍ଟ ପ୍ରଥମେ ଏହି ମାମଲାରେ ତାଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ଲୋକସଭା ସାଂସଦ ପଦକୁ ରଦ୍ଦ କରାଯାଇଛି । ସଦସ୍ୟତା ରଦ୍ଦ ପରେ ମୋଦି ସରକାର ଗଣତନ୍ତ୍ରକୁ ହତ୍ୟା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହା ଉପରେ ପାଲଟା ଜବାବ ରଖିଛି ବିଜେପି । ରାହୁଲ ଗାନ୍ଧୀ ଉଦ୍ଦେଶ୍ୟମୂଳକ ଭାବେ ପଛୁଆ ବର୍ଗଙ୍କୁ ଅପମାନିତ କରିଆସୁଛନ୍ତି । ତାଙ୍କ ପାଇଁ ଆଇନ ଅଲଗା ହେବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବରିଷ୍ଠ ନେତା ରବି ଶଙ୍କର ।

ଏନେଇ ରବି ଶଙ୍କର ପ୍ରସାଦ କହିଛନ୍ତି, "ଆପଣଙ୍କ ନିକଟରେ ଅଧିକାର ରହିଛି ସମାଲୋଚନା କରିବାର, ମାତ୍ର ଗାଳି ଦେବା ବା ଅପମାନିତ କରିବାର ଅଧିକାର ନାହିଁ । ହେଲେ ରାହୁଲ ଗାନ୍ଧୀ ମୋଦି ସମ୍ପ୍ରଦାୟକୁ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିଛନ୍ତି । ଏହି ସତ୍ତ୍ବେ ସେ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ । ରାହୁଲ ଗାନ୍ଧୀଙ୍କ ପୂର୍ବରୁ ୩୨ ଜଣଙ୍କ ସଦସ୍ୟତା ରଦ୍ଦ କରାଯାଇଛି । ତେବେ କଂଗ୍ରେସ ପାଇଁ କଣ ସ୍ବତନ୍ତ୍ର ଆଇନ ଗ୍ରହଣ କରାଯିବ ?" ବୋଲି ସେ ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧୀ ୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ରାଲିରେ ସମ୍ବୋଧିତ କରି କହିଥିଲେ ସମସ୍ତ ଚୋରଙ୍କ ସରନେମ ମୋଦି କାହିଁକି ? ଏହି ମାମଲାରେ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଏହା ବି ପଢନ୍ତୁ-Adani Issue: 'ସଂସଦରେ ମୋର ପରବର୍ତ୍ତୀ ପ୍ରଶ୍ନକୁ ନେଇ ଭୟଭୀତ ଥିଲେ ମୋଦି'

ପ୍ରସାଦ ଆହୁରି କହିଛନ୍ତି ଯେ ରାହୁଲଙ୍କ ଏହି ମନ୍ତବ୍ୟ ପରେ ମୋଦି ସମ୍ପ୍ରଦାୟ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । କଂଗ୍ରେସ ଯଦି ଭାବୁଛି ଏହି ମାମଲାରେ ସୁରଟ ସେସନ କୋର୍ଟ ରାହୁଲଙ୍କ ବିରୋଧରେ ଶୁଣାଇଥିବା ଦଣ୍ଡାଦେଶ ଭୁଲ, ତେବେ କାହିଁକି ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦଳୀୟ ନେତାମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଉନାହାନ୍ତି, ଯେପରିକି ପୱନ ଖେରାଙ୍କ କେସରେ ହୋଇଥିଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଖେରା ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାପରେ ଦିଲ୍ଲୀ ବିମାନବନ୍ଦରରେ ପୋଲିସ ତାଙ୍କୁ ଅଟକ ରଖିବା ପରେ ସେ ଜାମିନରେ ମୁକୁଳିଥିଲେ ।

ରାହୁଲ ଗାନ୍ଧୀ ସଦସ୍ୟତା ରଦ୍ଦ ନେଇ ପ୍ରେସମିଟ କରିବା ପରେ ବିଜେପି ନେତା ରବି ଶଙ୍କର ଅନ୍ୟ ଏକ ପ୍ରେସମିଟ ଜରିଆରେ ତାଙ୍କୁ ପାଲଟା ଜବାବ ଦେଇଥିଲେ । ଅନ୍ୟପଟେ ରାହୁଲ ପ୍ରେସମିଟରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଓ ଆଦାନୀଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି, ସେ ନେଇ ପ୍ରଶ୍ନ ପଚାରିବା ଜାରି ରଖିବେ । ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ପରେ ମଧ୍ୟ ସେ ନିଜ ଲଢେଇ ଜାରି ରଖିବେ । ସର୍ବଦା ସତ୍ୟପଥରେ ରହିବେ । ଆଉ ଆଦୌ କ୍ଷମା ପ୍ରାର୍ଥନା କରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.