କୋଲକାତା: ପଶ୍ଚିମବଙ୍ଗ ଉତ୍ତର ଦିନାଜପୁରର ଏକ ରାଲିରେ ବିଜେପି ବିରୁଦ୍ଧରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି ବିଜେପି ଘୃଣା ଓ ହିଂସା ବ୍ୟତୀତ ଅନ୍ୟ କିଛି ଦେବାକୁ ଚାହୁଁନାହଁ । ବିଜେପି ପଶ୍ଚିମବଙ୍ଗକୁ ଧ୍ବଂସ ଓ ବିଭାଜନ କରିବାକୁ ଚାହୁଁଛି । ଆସାମ ଓ ତାମିଲନାଡୁରେ ବିଜେପି ଏମିତି କରୁଛି ।
ସୋନାର ବଙ୍ଗଳା ତିଆରି ପାଇଁ ବିଜେପି ଆଲୋଚନା କରୁଛି କିନ୍ତୁ ଏହା ସମଗ୍ର ଦେଶକୁ ନଷ୍ଟ କରିଦେଇଛି । ଏଥିସହ ଶାସକ ଦଳ ଟିଏମସିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗ ଏକମାତ୍ର ରାଜ୍ୟ ଯେଉଁଠାରେ ଚାକିରୀ ପାଇବା ପାଇଁ ଲାଞ୍ଚ ଦେବାକୁ ପଡିଥାଏ । ତେବେ ପଶ୍ଚିମବଙ୍ଗରେ ଏବେ ନିର୍ବାଚନ ଚାଲିଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆଗକୁ ଆଉ 4ଟି ପର୍ଯ୍ୟାୟ ମତଦାନ ଥିବାବେଳେ ଏକ ସମାବେଶକୁ ସମ୍ବୋଧନ କରି ଏପରି କହିଛନ୍ତି ରାହୁଲ ଗାନ୍ଧୀ ।