ETV Bharat / bharat

ସାରା ଦେଶରେ ୬୦ହଜାର ସରକାରୀ ସ୍କୁଲରେ ତାଲା ପକାଇଛି ବିଜେପି: ସଞ୍ଜୟ ସିଂ

author img

By

Published : Apr 7, 2023, 6:38 PM IST

ବିଜେପି ସାରା ଦେଶରେ ୬୦ହଜାର ସରକାରୀ ସ୍କୁଲରେ ତାଲା ପକାଇଛି । ଦିଲ୍ଲୀ ସ୍ଥିତ ନିଜ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ସ୍କୁଲକୁ ମଧ୍ୟ ଭାଙ୍ଗିବାକୁ ବସିଛି ବୋଲି ଅଭିଯୋଗ ଆଣିଛନ୍ତି ଆପ୍‌ ସାଂସଦ ସଞ୍ଜୟ ସିଂ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ପୁଣି ଆମ ଆଦମୀ ପାର୍ଟି(AAP)ର ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଇଛନ୍ତି ବଡ଼ ବୟାନ । ମୋଦି ସରକାର ସାରା ଦେଶରେ ପ୍ରାୟ ୬୦ ହଜାରରୁ ଅଧିକ ସରକାରୀ ବିଦ୍ୟାଳୟରେ ତାଲା ପକାଇଥିବା ସେ ଅଭିଯୋଗ କରିଛନ୍ତି । ମାଫିଆ, ଗୁଣ୍ଡାଙ୍କ ଉପରେ ବୁଲଡୋଜର ଚଢାଯାଉଥିବା ସମ୍ପର୍କରେ ଦେଶବାସୀ ଶୁଣିଛନ୍ତି, ହେଲେ ମୋଦି ସରକାର ଏବେ ନିରୀହ ଶିଶୁଙ୍କ ଉପରେ ମଧ୍ୟ ବୁଲଡୋଜର ଚଲାଇବା ଆରମ୍ଭ କରିସାରିଲେଣି ବୋଲି କହିଛନ୍ତି ଆପ୍‌ ସାଂସଦ ସଞ୍ଜୟ ସିଂ ।

ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଏକ ସ୍କୁଲକୁ ଭାଙ୍ଗିବାକୁ ଯାଉଛନ୍ତି । ବିଜେପି ହେଉଛି ଦେଶର ଅଶିକ୍ଷିତ ଦଳ । ଦିଲ୍ଲୀରେ ବିଜେପି ନିଜ ଦଳ ଲାଗି ଏକ ମହଲ ନିର୍ମାଣ କରିଛି । ଏଥିଲାଗି ସେମାନେ ଛୋଟଛୋଟ ପିଲାମାନଙ୍କ ସ୍କୁଲ ଉପରେ କବଜା କରିବା ଲାଗି ଯୋଜନା କରିଥିଲେ । ଏଥିଲାଗି ସେମାନେ ନିଜ ଅଫିସ ପାର୍ଶ୍ବରେ ପ୍ରାୟ ୩୫୦ ଛାତ୍ରଛାତ୍ରୀ ପଢୁଥିବା ସ୍କୁଲକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଇଛି । "

ଏହା ବି ପଢନ୍ତୁ-ମୋଦିଙ୍କ ପାଠପଢା ଉପରେ ପ୍ରଶ୍ନ ଉଠାଇଲେ ସିସୋଦିଆ, କମ୍ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ବିପଦ

ସଞ୍ଜୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ଗତ ୨୭ ବର୍ଷ ମଧ୍ୟରେ ଗୋଟିଏ ବି ସ୍କୁଲ ନିର୍ମାଣ କରିପାରିଲେ ନାହିଁ । ଏଣୁ ଦିଲ୍ଲୀରେ ଏକ ଆର୍ଟିଫିସିଆଲ ସ୍କୁଲର ଉଦଘାଟନ କରିଛନ୍ତି । ବିଜେପିର ନୂଆ କାର୍ଯ୍ୟାଳୟ ହେଉଛି ଏକ ଅଶିକ୍ଷିତ ରାଷ୍ଟ୍ରୀୟ ଭବନ । ଯାହାର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନିଷ ଅଭିଭାଷଣରେ ବଡ଼ ବଡ଼ କଥା କହିଥିଲେ । ହେଲେ ଅଶିକ୍ଷିତଙ୍କ ଲାଗି ପାର୍କ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ସ୍କୁଲକୁ ଭାଙ୍ଗି ଦେଲେ । " ସେ ଆହୁରି କହିଛନ୍ତି ଯେ ଜେଲରେ ଥିବା ଦିଲ୍ଲୀ ପୂର୍ବତନ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଚିଠି ଲେଖି ଦେଶର ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଉକ୍ତ ଚିଠିରେ ସେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିବା କହିଛନ୍ତି ସଞ୍ଜୟ ।

ସେପଟେ ଆପ୍‌ ବିଧାୟକ ଦୁର୍ଗେଶ ପାଠକ କହିଛନ୍ତି, "ବିଜେପି ସାରା ଦେଶର ପ୍ରାୟ ୬୦ହଜାର ସରକାରୀ ବିଦ୍ୟାଳୟକୁ ବନ୍ଦ କରିଦେଇଛି । ବିଜେପି ସରକାର ସରକାରୀ ସ୍କୁଲ ବଦଳରେ ଘରୋଇ ସ୍କୁଲ ଚଳାଇବା ଲାଗି ଯୋଜନା କରିଛନ୍ତି । ଯେପରି ପୂର୍ବକାଳରେ ରାଜାମହାରାଜା କହୁଥିଲେ ଆଖପାଖର ଜମି ମିଳିଗଲେ ରାଜପ୍ରାସାଦର ସୁନ୍ଦରତା ବଢିଯିବ, ସେହିପରି ବିଜେପି ସରକାର ନିଜ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ୧୪ କୋଠରୀ ବିଶିଷ୍ଟ ସ୍କୁଲ ଉପରେ କବଜା କରିବା ଲାଗି ଚାହୁଁଛି । ଏଠାରେ ୩୫୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଆପ୍‌ ଏହି କାର୍ଯ୍ୟକୁ ଦୃଢ ବିରୋଧ କରିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.