ETV Bharat / bharat

Chhattisgarh Assembly Polls: ଆସିଲା BJP ଷ୍ଟାର ପ୍ରଚାରକ ତାଲିକା, ପ୍ରଚାର କରିବେ ମୋଦି - ପ୍ରଧାନମନ୍ତ୍ରୀ ମୋଦି

ଛତିଶଗଡ ନିର୍ବାଚନୀ ମୈଦାନରେ ନଜର ଆସିବେ ମୋଦି, ଶାହ, ଯୋଗୀ ଓ ରାଜନାଥଙ୍କ ସମେତ ଏକାଧିକ ହେଭିଓ୍ବେଟ । ଆଜି ଦଳ ପ୍ରଥମ ପର୍ଯ୍ୟାୟରେ 40 ତାରକା ପ୍ରଚାରକଙ୍କ ନାମ ଘୋଷଣା କଲା । ନଭେମ୍ବର 7 ରେ ପ୍ରଥମ ଓ 17 ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ଅଧିକ ପଢନ୍ତୁ

Chhattisgarh Assembly elections: ପ୍ରଚାର କରିବେ ପ୍ରଧାନମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟ ପାଇଁ ଆସିଲା BJP ଷ୍ଟାର ପ୍ରଚାରକ ତାଲିକା

author img

By ETV Bharat Odisha Team

Published : Oct 19, 2023, 10:18 PM IST

ରାୟପୁର: ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନୀ ମୈଦାନରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏକାଧିକ କେନ୍ଦ୍ରୀୟ ହେଭିଓ୍ବେଟ । ଆଜି ଦଳ ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ତାରକା ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଦଳର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳ ମୁଖ୍ୟ ଜେପି ନଡ୍ଡାଙ୍କ ସମେତ ମୋଟ 40 ଜଣ ହେଭିଓ୍ବେଟ ନେତା ରହିଛନ୍ତି । ଆଜି ପ୍ରକାଶିତ ତାଲିକାରେ ବିଜେପି ସଭାପତି ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ, ମନସୁଖ ମାଣ୍ଡଭୀୟ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଦଳ ଫାଏରବ୍ରାଣ୍ଡ ହିନ୍ଦୁତ୍ବ ଚେହେରା ଯୋଗୀ ଆଦିତ୍ୟନାଥଙ୍କ ନାମ ମଧ୍ୟ ରହିଛି ।

ସେହିପରି ଏହି ପର୍ଯ୍ୟାୟରେ ପଡୋଶୀ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଜ୍ୟୋତି ରାଦିତ୍ୟ ସିନ୍ଧିଆ ପ୍ରମୁଖ ମଧ୍ୟ ନିର୍ବାଚନୀ ଗ୍ରାଉଣ୍ଡରେ ନଜର ଆସିବେ । ମୋଟ 90 ଆସନ ବିଶିଷ୍ଟ ଏହି କଂଗ୍ରେସ ଶାସିତ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17ରେ ଭୋଟିଂ ହେବାକୁ ଥିବା ବେଳେ ଡିସେମ୍ବର 3ରେ ଜନାଦେଶ ପ୍ରକାଶ ପାଇବ । ଗତ 10 ତାରିଖରେ ବିଜେପି ତାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରମୁଖ ଚେହେରା ରମଣ ସିଂଙ୍କୁ ଦଳ ରାଜନନ୍ଦଗାଓଁରୁ ଟିକେଟ ଦେଇଛି । ପ୍ରଥମ ପର୍ଯ୍ୟାୟରେ ଦଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଭୋଟ ମାଗିବେ ।

ଏହା ମଧ୍ୟ ପଢନ୍ତୁ:- Chhattisgarh polls: 2ୟ ପର୍ଯ୍ୟାୟରେ 53 ପ୍ରାର୍ଥୀ ଦେଲା କଂଗ୍ରେସ

2018 ନିର୍ବାଚନରେ କଂଗ୍ରେସ ଏଠାରେ ସରକାର ଗଠନ କରିଥିଲା । ମୋଟ 90 ଆସନରୁ 68 ଆସନରେ ହାତେଇଥିଲା କଂଗ୍ରେସ । ବିଜେପିକୁ ମାତ୍ର 15ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ଚଳିତ ଥର ମଧ୍ୟ କଂଗ୍ରେସ କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଥିବା ବେଳେ କ୍ଷମତା ଛଡାଇ ନେବାକୁ ବିଜେପି ଅଣ୍ଟା ଭିଡିଛି । ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ 40 ଷ୍ଟାର ପ୍ରଚାରକଙ୍କ ନାମ ଦଳ ଘୋଷଣା କରିଛି ।

ଚଳିତ ଥର ନିର୍ବାଚନ ହେବାକୁ ଥିବା 5 ରାଜ୍ୟ ମଧ୍ୟରେ 2ଟି ରାଜ୍ୟ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଶାସନରେ ରହିଛି । ଅନ୍ୟ ସମସ୍ତ ରାଜ୍ୟରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । ମାତ୍ର କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17 ତାରିଖରେ ଭୋଟିଂ ହେବ । ସମସ୍ତ 5 ରାଜ୍ୟରେ ଡିସେମ୍ବର 3 ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ତିନି ପ୍ରମୁଖ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରମୁଖ ପ୍ରତିଦ୍ବନ୍ଦ୍ବିତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.