ଅଗରତାଲା: ତ୍ରିପୁରାର ସିପାହୀଜାଲା ଜିଲ୍ଲାରେ ସୋମବାର ବିଜେପି ଓ CPIM ମଧ୍ୟରେ ସଂଘର୍ଷ ଘଟିଛି । ରାଜ୍ୟର ଧାନପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ସଂଘର୍ଷ ଘଟିଥିବା ବେଳେ ୧୨ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ତେବେ ବିଜେପି କର୍ମୀମାନେ ବାଶପୁକୁରଠାରେ ବିରୋଧୀ ଦଳ ନେତା ମଣିକ ସରକାରଙ୍କୁ ଧାନପୁର ମଧ୍ୟକୁ ପ୍ରବେଶ କରିବାକୁ ନ ଦେବାରୁ ଏହି ସଂଘର୍ଷ ଘଟିଥିବା ଜଣାପଡ଼ିଛି ।
ବିରୋଧୀ ଦଳ ନେତା ମାଣିକ ସରକାର ପାର୍ଟି ମିଟିଙ୍ଗରେ ସାମିଲ ହେବା ପାଇଁ ଧାନପୁର ଗସ୍ତ କରିଥିଲେ । ତେବେ ସେ ନିଜ ଲକ୍ଷ୍ୟସ୍ଥଳର ପହଞ୍ଚିବାର ୫ରୁ ୬ କିଲୋମିଟର ପୂର୍ବ ବାଶପୁକୁରଠାରୁ ବିଜେପି କର୍ମୀମାନେ ତାଙ୍କ ରାସ୍ତା ଅବରୋଧ କରିଥିଲେ । ଏହି ସଂଘର୍ଷ ସମ୍ପର୍କରେ ସ୍ଥାନୀୟ ପୋଲିସ ଖବର ପାଇବା ପରେ ସେଠାରେ ପହଞ୍ଚିଥିଲା । ପୋଲିସ ଅଧିକାରୀମାନେ ମଧ୍ୟ ମଣିକ ସରକାରଙ୍କୁ ଧାନପୁର ଭିତରକୁ ପ୍ରବେଶ କରିବା ପାଇଁ ବାରଣ କରିଥିଲେ, କାରଣ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିଲା । ତେବେ CPIMର ସୂଚନା ଅନୁସାରେ, ମଣିକ ପୋଲିସ ସହିତ ଯୁକ୍ତିତର୍କ କରିବା ସହିତ ତାଙ୍କ ସୁରକ୍ଷା ସମ୍ପର୍କରେ କଥାବାର୍ତ୍ତା ହେଉଥିବା ସମୟରେ ଶହେରୁ ଅଧିକ CPIM କର୍ମୀମାନେ ତାଙ୍କୁ ସୁରକ୍ଷା ଦେବା ପାଇଁ ଘେରି ଯାଇଥିଲେ ।
ଏହି ବାମପନ୍ଥୀ ଦଳ ପ୍ରତିରକ୍ଷା ପ୍ରକାର ୨ ପାର୍ଶ୍ବରେ ଠିଆ ହୋଇ ଏକ ରାଲି ଆରମ୍ଭ କରିଥିଲେ । ତେବେ ଏହି ସମୟ ମଧ୍ୟରେ CPIM ଓ ବିଜେପି ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସଂଘର୍ଷରେ ଦଳର ପତାକାକୁ ଫିଙ୍ଗିବା ସହିତ ଘର, ମୋଟର ସାଇକେଲ ଓ ଦୋକାନ ଭଙ୍ଗାରୁଜା ହୋଇଥିଲା । ଏହାସହିତ ୧୨ ଜଣ ବିଜେପି କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସଂଘର୍ଷ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଣିକ ଏକ ଜନସଭା କରି ତାଙ୍କ ଦଳ CPIM କର୍ମୀଙ୍କୁ ପ୍ରଶଂସା କରିଥିଲେ ।
ସେପଟେ ବିଜେପି ଏହି ଆକ୍ରମଣକୁ ଖଣ୍ଡନ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ମଣିକ ସରକାରଙ୍କ ଏହି ଯୋଜନା ବୋଲି ବିଜେପି କହିଛି । CPIM କ୍ଷମତାକୁ ଆସିବା ପାଇଁ ଏପରି କରୁଛି ବୋଲି ବିଜେପି ଅଭିଯୋଗ କରିଛି । ତେବେ ସୂଚନା ଥାଉ କି ବର୍ତ୍ତମାନ ତ୍ରିପୁରାରେ ବିଜେପି ଓ IPFT (ଇଣ୍ଡିଜିନିଅସ ପିପଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା)ସରକାର ମିଳିତ ଭାବରେ ଶାସନ କରୁଛନ୍ତି । ବିଜେପି ଶାସନକୁ ଆସିବା ପରେ CPIM ତାର ବଳ ପ୍ରଦର୍ଶନ କରିଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ