ETV Bharat / bharat

ରାଣେଙ୍କୁ ବାନ୍ଧିଲା ମହାରାଷ୍ଟ୍ର ପୋଲିସ, ରାଗି ନିଆଁ ହେଲେ ନଡ୍ଡା - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଉଦ୍ଧବ ସରକାରଙ୍କ ପୋଲିସ କେନ୍ଦ୍ରମନ୍ତ୍ରୀଙ୍କୁ ଉଠାଇନେଯିବା କାରଣରୁ ନିଆଁ ହୋଇଛି ବିଜେପି । ଘଟଣାକୁ ନେଇ ଖୋଦ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୟାନ ଦେଇ ଠାକରେ ସରକାରଙ୍କୁ କରିଛନ୍ତି ଟାର୍ଗେଟ । ଅଧିକ ପଢନ୍ତୁ...

ରାଣେଙ୍କ ଗିରଫରେ ନିଆଁ ହେଲେ ନଡ୍ଡା
ରାଣେଙ୍କ ଗିରଫରେ ନିଆଁ ହେଲେ ନଡ୍ଡା
author img

By

Published : Aug 24, 2021, 9:13 PM IST

ମୁମ୍ବାଇ: ମହାରାଷ୍ଟ୍ରରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫ ପରେ ବିଜେପି ଓ ଶିବସେନା ମଧ୍ୟରେ ସୃଷ୍ଟି ହୋଇଛି ମହାବିବାଦ । ଉଦ୍ଧବ ସରକାରଙ୍କ ପୋଲିସ କେନ୍ଦ୍ରମନ୍ତ୍ରୀଙ୍କୁ ଉଠାଇନେଯିବା କାରଣରୁ ନିଆଁ ହୋଇଛି ବିଜେପି । ଘଟଣାକୁ ନେଇ ଖୋଦ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୟାନ ଦେଇ ଠାକରେ ସରକାରଙ୍କୁ କରିଛନ୍ତି ଟାର୍ଗେଟ ।

କୌଣସି ବି ପରିସ୍ଥିତିରେ ଭୟ କିମ୍ବା ଚାପରେ ଦବିଯିବୁ ନାହିଁ ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ପକ୍ଷରୁ କଡା ପ୍ରତିକ୍ରିୟା ଦିଆଯାଇଛି । ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବା ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ । ଏହିପରି କାର୍ଯ୍ୟ ଦ୍ୱାରା ଆମେ ଭୟଭୀତ ହେବୁ ନାହିଁ କିମ୍ବା ଦବିଯିବୁ ନାହିଁ । ଜନଆଶୀର୍ବାଦ ଯାତ୍ରାରେ ବିଜେପିର ବିପୁଳ ସମର୍ଥନ ଯୋଗୁଁ ବିରୋଧୀ ବିଚଳିତ ହୋଇପଡିଛନ୍ତି । ଆମେ ଗଣତାନ୍ତ୍ରିକ ଉପାୟରେ ଯୁଦ୍ଧ ଜାରି ରଖିବୁ ଓ ଏହି ଯାତ୍ରା ଜାରି ରହିବ ବୋଲି କହିଛନ୍ତି ନଡ୍ଡା ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମଙ୍ଗଳବାର ଗିରଫ କରିଛି ରତ୍ନଗିରି ପୋଲିସ । ଠାକରେଙ୍କ ବିରୋଧରେ ବୟାନ ଦେବାପରେ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଥିଲେ ରାଣେ । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପକ୍ଷରୁ ରତ୍ନଗିରି କୋର୍ଟରେ ଆଗୁଆ ଜାମିନ ଆବେଦନ କରାଯାଇଥିଲା । ଏହାକୁ ଅଦାଲତ ଖାରଜ କରିଦେଇଛନ୍ତି । ଏହାପରେ ରାଣେଙ୍କୁ ହେପାଜତକୁ ନେବା ପାଇଁ ରତ୍ନଗିରି ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ନାସିକ ପୋଲିସ କମିଶନର ।

ବିଜେପିର ଜନଆଶୀର୍ବାଦ ରାଲି ସମୟରେ ରାଇଗଡରେ ଦେଇଥିବା ବୟାନକୁ ନେଇ ବିବାଦ ଘନେଇଥିଲା । ରାଣେ କହିଥିଲେ, ଦେଶ କେବେ ସ୍ବାଧୀନ ହୋଇଥିଲା, ଏହା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭୁଲିଯାଇଛନ୍ତି । ଏହା ଲଜ୍ଜାଜନକ । ଯଦି ମୁଁ ସେଠାରେ ଥାନ୍ତି, ତାହେଲେ ତାଙ୍କୁ ଚାପୁଡା ମାରିଥାନ୍ତି ବୋଲି ନିଜ ବୟାନରେ କହିଥିଲେ ରାଣେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.