ETV Bharat / bharat

ପଶ୍ଚିମବଙ୍ଗରେ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ନିର୍ବାଚନୀ ରାଲିରେ ଆକ୍ରମଣ

କ୍ରବାର ପଶ୍ଚିମବଙ୍ଗରେ କାଶୀପୁର ସତଗାଛିଆ ବିଧାନସଭା ଆସନରେ ବିଜେପି କର୍ମୀ ଓ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 24, 2021, 12:52 PM IST

BJP candidate injured in clash with mob in Kolkata
ପଶ୍ଚିମବଙ୍ଗ ନିର୍ବାଚନ: ବିଜେପି ସଂସାଦ ଅର୍ଜୁନ ସିଂ ଙ୍କ ନିର୍ବାଚନୀ ରାଲିରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ରାଜନୈତିକ ହିଂସା । ଶୁକ୍ରବାର ପଶ୍ଚିମବଙ୍ଗରେ କାଶୀପୁର ସତଗାଛିଆ ବିଧାନସଭା ଆସନରେ ବିଜେପି କର୍ମୀ ଓ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛନ୍ତି । ଏହି ହିଂସାରେ ବିଜେପି କର୍ମୀମାନେ ଗୁରୁତର ହୋଇଛନ୍ତି ।

ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନ । ବର୍ତ୍ତମାନ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର ପ୍ରସାର । ଏହି ଅବସରରେ ବିଜେପି ସାଂସଦ ଅର୍ଜୁନ ସିଂ ମଧ୍ୟ ପ୍ରଚାର ପ୍ରସାର କରୁଛନ୍ତି । ଶୁକ୍ରବାର ଏକ ନିର୍ବାଚନୀ ସଭାରେ ପ୍ରଚାର ପାଇଁ ବିଜେପି ସାଂସଦ ଅର୍ଜୁନ ସିଂ ଓ ସିହ୍ନା ରୟ ପହଞ୍ଚିଲାବେଳେ ହଠାତ ବିଜେପି କର୍ମୀ ଉପରେ ସଂଘବଧ ଭାବରେ ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ଫେରାର ହୋଇଯାଇଛନ୍ତି ଆକ୍ରମଣକାରୀ ।

ଏହି ଘଟଣାରେ ସାଂସଦଙ୍କ ସୁରକ୍ଷା କର୍ମୀମାନେ ଜନଗହଳିକୁ ଦେଖି ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ନିଜକୁ ଦୂରେଇ ରଖିଛି ଏବଂ ଏଥିରେ କିଛି ସତ୍ୟାସତ୍ୟ ନାହିଁ ବୋଲି କହିଛନ୍ତି । ଘଟଣାପରେ ତୁରନ୍ତ ନିର୍ବାଚନ କମିସନ ପ୍ରତିକ୍ରିୟା ପ୍ରକାଶ କରିବା ସହ ରିପୋର୍ଟ ମାଗଛନ୍ତି ।

ସୂଚନାଅନୁଯାୟୀ, ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବାବେଳେ ଛଅ ପର୍ଯ୍ୟାୟର ନିର୍ବାଚନ ଶେଷ ହୋଇଛି । ପଞ୍ଚମ ପର୍ଯ୍ୟାୟ ନିର୍ବାଚନବେଳେ କୁଚବିହାରରେ ହିଂସା ହୋଇଥିଲା ଏହି ହିଂସାରେ 4 ଜଣ ରାଜନୈତିକ ବ୍ୟକ୍ତି ପ୍ରାଣ ହରାଇଥିଲେ । ଆସନ୍ତା 27 ଓ 29 ରେ ରହିଛି ଶେଷ ପର୍ଯ୍ୟାୟ ନିର୍ବାଚନ । ମେ 2ରେ ବାହାରିବ ଫଳାଫଳ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.