ETV Bharat / bharat

ସଂଖ୍ୟାଲଘୁ ଭୋଟ ଭାଗ ଭାଗ କରିବାକୁ ବିଜେପି ୟୁନାଇଟେଡ ଆଲାଏନସକୁ ଲାଞ୍ଚ ଦେଇଛି: ମମତା - mamata banarjee

ସଂଖ୍ୟାଲଘୁ ଭୋଟକୁ ଭାଗ ଭାଗ କରିବା ଏବଂ ବିଜେପିର ସୁବିଧା ପାଇଁ ୟୁନାଇଟେଡ ଆଲାଏନସ ବିଜେପିଠାରୁ ଟଙ୍କା ନେଇଛି ବୋଲି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ପ୍ରଥମ ଥର ପାଇଁ ଏଭଳି ଅଭିଯୋଗ ଆଣି ମମତା କହିଛନ୍ତି, ବାମ ସାମ୍ମୁଖ୍ୟ, କଂଗ୍ରେସ ଏବଂ ଆବାସ ସିଦ୍ଦିକ ଗଠନ କରିଥିବା ଅଲ୍ ଇଣ୍ଡିଆ ସେକୁଲାର ଫ୍ରଣ୍ଟ (ଏଆଇଏସଏଫ)କୁ ନେଇ ଗଠିତ ୟୁନାଇଟେଡ ଆଲାଏନସକୁ ବିଜେପି ଏଥିପାଇଁ ଲାଞ୍ଚ ଦେଇଛି । ଗୁରୁବାର ଦିନ ପଶ୍ଚିମ ବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲା ପାଥରପ୍ରତିମାଠାରେ ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେଇ ଯଦିଓ ସେ ମୁଖ୍ୟତଃ ବିଜେପିକୁ ଟାର୍ଗେଟ୍ କରିଛନ୍ତି, ସେ ତାଙ୍କ ଭାଷଣରେ ୟୁନାଇଟେଡ ଆଲାଏନସକୁ ମଧ୍ୟ ବାଦ୍ ଦେଇନାହାଁନ୍ତି ।

ସଂଖ୍ୟାଲଘୁ ଭୋଟ ଭାଗ ଭାଗ କରିବାକୁ ବିଜେପି ୟୁନାଇଟେଡ ଆଲାଏନସକୁ ଲାଞ୍ଚ ଦେଇଛି: ମମତା

author img

By

Published : Mar 25, 2021, 9:19 PM IST

କୋଲକାତା: ସଂଖ୍ୟାଲଘୁ ଭୋଟକୁ ଭାଗ ଭାଗ କରିବା ଏବଂ ବିଜେପିର ସୁବିଧା ପାଇଁ ୟୁନାଇଟେଡ ଆଲାଏନସ ବିଜେପିଠାରୁ ଟଙ୍କା ନେଇଛି ବୋଲି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ପ୍ରଥମ ଥର ପାଇଁ ଏଭଳି ଅଭିଯୋଗ ଆଣି ମମତା କହିଛନ୍ତି, ବାମ ସାମ୍ମୁଖ୍ୟ, କଂଗ୍ରେସ ଏବଂ ଆବାସ ସିଦ୍ଦିକ ଗଠନ କରିଥିବା ଅଲ୍ ଇଣ୍ଡିଆ ସେକୁଲାର ଫ୍ରଣ୍ଟ (ଏଆଇଏସଏଫ)କୁ ନେଇ ଗଠିତ ୟୁନାଇଟେଡ ଆଲାଏନସକୁ ବିଜେପି ଏଥିପାଇଁ ଲାଞ୍ଚ ଦେଇଛି । ଗୁରୁବାର ଦିନ ପଶ୍ଚିମ ବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲା ପାଥରପ୍ରତିମାଠାରେ ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେଇ ଯଦିଓ ସେ ମୁଖ୍ୟତଃ ବିଜେପିକୁ ଟାର୍ଗେଟ୍ କରିଛନ୍ତି, ସେ ତାଙ୍କ ଭାଷଣରେ ୟୁନାଇଟେଡ ଆଲାଏନସକୁ ମଧ୍ୟ ବାଦ୍ ଦେଇନାହାଁନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି, “ସଂଖ୍ୟାଲଘୁ ଭୋଟ ଭାଗ ଭାଗ କରିବାକୁ ଯୋଜନା କରି ବାମ ସାମ୍ମୁଖ୍ୟ, କଂଗ୍ରେସ ଏବଂ ଅନ୍ୟ ଏକ ଦଳ ମିଶି ବିଜେପି ସହିତ ଏକ ଗୁପ୍ତ ବୁଝାମଣା କରିଛନ୍ତି । ଏହି ମେଣ୍ଟ ବିଜେପିଠାରୁ ଅନେକ ଟଙ୍କା ନେଇଛନ୍ତି । ତେଣୁ ସେମାନଙ୍କ ଚକ୍ରାନ୍ତରେ ପଡ଼ି ଆପଣଙ୍କ ଭୋଟ ନଷ୍ଟ ନକରିବାକୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି।”

ଏହି ଅବସରରେ ସେ ଦିଲ୍ଲୀ ବିଲ୍ 2021କୁ ଅନୁମୋଦନ କଥା ମଧ୍ୟ ଉଲ୍ଲେଖ କରିଥିଲେ । ଏହି ବିଲରେ ଦିଲ୍ଲୀର ଲେଫଟନାଣ୍ଟ ଗଭର୍ଣ୍ଣରଙ୍କୁ ଅଧିକ କ୍ଷମତା ପ୍ରଦାନର ବ୍ୟବସ୍ଥା ରହିଛି । ମମତା କହିଛନ୍ତି, ଦିଲ୍ଲୀ ରାଜ୍ୟ ସରକାରଙ୍କ ସମସ୍ତ କ୍ଷମତା ଛଡାଇ ନେବାକୁ ବିଜେପି ଷଡଯନ୍ତ୍ର ଚଳାଇଛି । ଏପରିକି ଆଡୋଲଫ ହିଟଲର୍ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ବୋଲି ସେ କହିଛନ୍ତି ।

ତ୍ରୁଣମୂଳ କଂଗ୍ରେସ ନେତାମାନେ ବିଭିନ୍ନ ପ୍ରକାର ଭ୍ରଷ୍ଟାଚାର ଓ ବଳପୂର୍ବକ ଚାନ୍ଦା ଆଦାୟରେ ସମ୍ପୃକ୍ତ ଥିବା ନେଇ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ପରି ରାଜ୍ୟ ନେତାମାନେ ବିଭିନ୍ନ ନିର୍ବାଚନ ସଭାରେ ଆଣୁଥିବା ଅଭିଯୋଗର ଉତ୍ତର ପାଥରପ୍ରତିମା ରାଲିରେ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ ମୁଁ କ’ଣ ଏକ ଚୋର? ମୁଁ କ’ଣ ଏକ ଡକାୟତ? ମୁଁ କ’ଣ ଏକ ହତ୍ୟାକାରୀ? ମୁଁ ଲୋକଙ୍କୁ ଭଲ ପାଏ । ବରଂ ତୁମେ ଏକ ଚୋର, ତୁମେ ପିଏମ୍ କେୟାର ପାଣ୍ଠିରୁ ଟଙ୍କା ଲୁଟି ନେଇଛ । ରେଳବାଇ ସମେତ ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ତୁମେ ବିକ୍ରି କରି ଦେଇଛ । କୁଆଡେ ଗଲେ ସେ ଟଙ୍କା? ଲୋକେ କଦାପି ଏହି ଟଙ୍କା ପାଇନାହାଁନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ପୂର୍ଣ୍ଣ ଅଧିକାର ଥିବା ଅମ୍ଫାନ ଫଣ୍ଡ ପାଇଁ ମଧ୍ୟ ବିଜେପି ସମସ୍ତ ବାହାଦୂରୀ ନେବାକୁ ଉଦ୍ୟମ କରୁଛି ।

ବିଜେପି ନେତାମାନେ ଗଣମାଧ୍ୟମକୁ ମଧ୍ୟ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ ମଧ୍ୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ବାରମ୍ବାର ମିଡିଆ ସଂସ୍ଥାଗୁଡ଼ିକର ମାଲିକମାନଙ୍କ ସହ ନିୟମିତ ବୈଠକ ଡାକି ଭୁଲ୍ ଖବର ପ୍ରସାର କରିବାକୁ ସେମାନଙ୍କୁ ଧମକଚମକ ହେଉ କିମ୍ବା ଲାଞ୍ଚ ଦେଇ ବାଧ୍ୟ କରୁଛି । ଯଦି ପ୍ରାକ୍-ନିର୍ବାଚନ ସର୍ଭେରେ ତ୍ରୁଣମୂଳ କଂଗ୍ରେସ ଅଧିକ ଆସନରେ ଜିତିବା ରିପୋର୍ଟ ଆସୁଛି ତେବେ ବିଜେପି ନେତାମାନେ ସେମାନଙ୍କୁ ଏହା କମାଇ ଦର୍ଶାଇବାକୁ ବାଧ୍ୟ କରୁଛନ୍ତି ।

ଏହି ଅବସରରେ ମମତା ବିଜେପି ଶାସୀତ ତ୍ରିପୁରା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ତ୍ରିପୁରାରେ କ୍ଷମତାକୁ ଫେରିବା ପରେ ବିଜେପି ସରକାର ଗ୍ରାଚ୍ୟୁଟି ପ୍ରଦାନ ବନ୍ଦ କରିଦେଇଛି । ଶିକ୍ଷକମାନଙ୍କୁ ସେମାନଙ୍କ ଚାକିରୀରୁ ହଟାଇ ଦିଆଯାଇଛି । ବେଙ୍ଗଲରେ ଯଦି ସେମାନେ ଲୁଟିବାକୁ ଚେଷ୍ଟା କରିବେ ତେବେ ମହିଳାମାନେ ଘରୋଇ ରୋଷେଇ ଉପକରଣ ନେଇ ଏହାକୁ ବିରୋଧ କରିବେ । ସେମାନଙ୍କୁ ଏଥିରେ ବାଡେଇବେ । ଯଦି ସେ କୌଣସି ଭୁଲ୍ କରିଥାନ୍ତି ତାଙ୍କୁ ମଧ୍ୟ ଅନୁରୂପ ପ୍ରଦର୍ଶନ କରିବାକୁ ସେ କହିଛନ୍ତି । ଆଗାମୀ ଦିନରେ ସୁନ୍ଦରବନରେ 5 କୋଟି ଝାଉଁ ଗଛ ଲଗାଯିବ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.