ETV Bharat / bharat

ଲଭ ଜିହାଦ ଆଇନ: ହରିୟାଣାରେ ଭାଜପା-ଜଜପା ମଧ୍ୟରେ ଫାଟ! - ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା

ହରିୟାଣାରେ ଲଭ ଜିହାଦ ଆଇନ ଗଠନକୁ ବିରୋଧ କରିଛନ୍ତି ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା । ଦୁଷ୍ୟନ୍ତ କହିଛନ୍ତି, ଲଭ ଜିହାଦ ନାଁରେ କୌଣସି ଆଇନ ଆସିବ ନାହିଁ । ଯଦି କୌଣସି ଧର୍ମ ବିରୋଧରେ ଆଇନ ଆସିବ ତେବେ ଆମ ତାକୁ ସମର୍ଥନ କରିବୁ ନାହିଁ । ଅଧିକ ପଢନ୍ତୁ...

ଲଭ ଜିହାଦ ଆଇନ: ହରିୟାଣାରେ ଭାଜପା-ଜଜପା ମଧ୍ୟରେ ଫାଟ!

author img

By

Published : Mar 4, 2021, 8:26 PM IST

ଚଣ୍ଡିଗଡ: ଲଭ ଜିହାଦ ଆଇନକୁ ନେଇ ହରିୟାଣା ସରକାରରେ ଫାଟ । ରାଜ୍ୟରେ ଲଭ ଜିହାଦ ଆଇନ ଗଠନକୁ ବିରୋଧ କରିଛନ୍ତି ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା । ଦୁଷ୍ୟନ୍ତ କହିଛନ୍ତି, ଲଭ ଜିହାଦ ନାଁରେ କୌଣସି ଆଇନ ଆସିବ ନାହିଁ । ଯଦି କୌଣସି ଧର୍ମ ବିରୋଧରେ ଆଇନ ଆସିବ ତେବେ ଆମ ତାକୁ ସମର୍ଥନ କରିବୁ ନାହିଁ ।

ଚୌଟାଲା କହିଛନ୍ତି, ଯଦି ଗୋଟିଏ ଧର୍ମରୁ ଅନ୍ୟ ଧର୍ମକୁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବା ବିରୋଧରେ ଆଇନ ଆସିବ ତେବେ ଆମେ ଏହାକୁ ସମର୍ଥନ କରିବୁ । ହେଲେ କୌଣସି ନିର୍ଦ୍ଧିଷ୍ଟ ଧର୍ମ ପାଇଁ ଆଇନର ସମର୍ଥନ କରିବୁ ନାହିଁ । ଚଣ୍ଡିଗଡରେ ଦଳର ସଂଖ୍ୟାଲଘୁ ମୋର୍ଚ୍ଚା ବୈଠକରେ ଏହି ବଡ ବୟାନ ଦେଇଛନ୍ତି ଦୁଷ୍ୟନ୍ତ ଚୌଟାଲା ।

ନିକଟରେ ରାଜ୍ୟର ଗୃହମନ୍ତ୍ରୀ ଅନିଲ ବିଜ ବଜେଟ ଅଧିବେଶନ ସମୟରେ ଲଭ ଜିହାଦ ଆଇନ ଆଣିବାର ଘୋଷଣା କରିଥିଲେ । ଏହା ପରେ ହରିୟାଣା ରାଜ୍ୟ ରାଜନୀତିରେ ନିଆଁ ଲାଗିବା ପରି ନଜର ଆସୁଛି ।

ବର୍ତ୍ତମାନସୁଦ୍ଧା ଦେଶର 3 ବିଜେପି ଶାସିତ ରାଜ୍ୟରେ ଲଭ ଜିହାଦ ଆଇନ ଲାଗୁ ହୋଇସାରିଛି । ଏଥିରେ ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଓ ମଧ୍ୟପ୍ରଦେଶ ସାମିଲ ରହିଛି । ମଧ୍ୟପ୍ରଦେଶ କ୍ୟାବିନେଟ ଧାର୍ମିକ ସ୍ବତନ୍ତ୍ରତା ବିଧେୟକ 2020କୁ ଏକ ଅଧ୍ୟାଦେଶ ରୂପେ ମଞ୍ଜୁରୀ ଦେଇସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.