ETV Bharat / bharat

Karnataka Exit Polls: ୟେଦୁରପ୍ପା କହିଲେ 115, ଶିବକୁମାର କହିଲେ 140 ଜିତି କରିବେ ସରକାର

author img

By

Published : May 11, 2023, 10:40 PM IST

13ରେ କର୍ଣ୍ଣାଟକ ଜନାଦେଶକୁ ଅପେକ୍ଷା । ବିଜେପି ଓ କଂଗ୍ରେସର ଦମ୍ଭୋକ୍ତି ଗଠନ କରିବେ ସରକାର । ୟେଦୁରପ୍ପା କହିଲେ 115 ଆସନ, ଶିବ କୁମାର କହିଲେ 140 ଜିତି କଂଗ୍ରେସ କରିବ ସରକାର । ଅଧିକ ପଢନ୍ତୁ

Karnataka Exit Polls: ୟାଦ୍ଦିରୋପ୍ପା କହିଲେ 115, ଶିବକୁମାର କହିଲେ 140 ଜିତି କରିବେ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତକାଲି 72.81 ପ୍ରତିଶତ ସହ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ମାତ୍ର ଦୁଇ ଦିନ ବ୍ୟବଧାନରେ ଫଳାଫଳ ପ୍ରକାଶିତ ହେବାକୁ ଥିବା ବେଳେ ଏକଜିଟ ପୋଲର ପୂର୍ବାକଳନ ପରେ ସମସ୍ତେ ଏବେ ଚିନ୍ତାରେ । କାରଣ ପାରମ୍ପରିକ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ତଥା ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଉଭୟ ବହୁମତ ଠାରୁ ଦୂରରେ ରହିବେ । ଏହାରି ମଧ୍ୟରେ ସମସ୍ତ ଦଳ କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ଜନତାଙ୍କ ଆର୍ଶୀବାଦ ପାଇବାକୁ ଯାଉଥିବା ଦମ୍ଭ ଦେଖାଇବାରେ ଲାଗିଛନ୍ତି । ତେବେ ନଜର ପକାନ୍ତୁ କିଏ କେତେ ଆସନ ନେଇ ଆଶାବାଦୀ ।

ୟେଦୁରପ୍ପା:-

ନିର୍ବାଚନ ଲଢିନଥିଲେ ସୁଦ୍ଧା କର୍ଣ୍ଣାଟକରେ ବିଜେପିର ସବୁଠୁ ଲୋକପ୍ରିୟ ଓ ବଡ ଚେହେରା କୁହାଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସରକାର ଗଠନ କରିବା ନେଇ ଆଶାବାଦୀ ରହିଛନ୍ତି । ଦଳ ନିର୍ବାଚନ ପୂର୍ବରୁ 150 ରୁ ଅଧିକ ଆସନ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିବା ବେଳେ ଏବେ ମଧ୍ୟ 115 ଆସନ ସହ ସରକାର ଗଢିବାରେ ସକ୍ଷମ ହେବ ବୋଲି ୟେଦୁରପ୍ପା କହିଛନ୍ତି । ସେହିପରି ନିର୍ବାଚନ ଲଢିଥିବା ତାଙ୍କ ପୁଅ ବିଜୟେନ୍ଦ୍ର ମଧ୍ୟ 40,000 ରୁ ଅଧିକ ଭୋଟ୍ ଜିତିବେ ବୋଲି ୟେଦୁରପ୍ପା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ବୋମ୍ମାଇ:

ତେବେ ମୁଖ୍ୟମନ୍ତ୍ରୀ ବୋମ୍ମାଇ ଏକଜିଟ ପୋଲ କେବେ ଏକଜାଟ ପୋଲ ନୁହେଁ କହି ଆକଳନକୁ ଅତି ହାଲୁକା ଭାବରେ ରହିଛନ୍ତି । ଏକଜିଟ ପୋଲ କେବେ 100 ପ୍ରତିଶତ ସତ୍ୟ ହୁଏ ନାହିଁ କହି ସେ 2018 ମହିସାର ଟ୍ରେଣ୍ଡର ଉଦାହରଣ ଦେଇଛନ୍ତି । 2018 ନିର୍ବାଚନରେ କଂଗ୍ରେସ 107 ଏବଂ ବିଜେପି 80 ପାଇବା ନେଇ ଏକଜିଟ ପୋଲ କହିଥିଲା, ହେଲେ ଫଳାଫଳ କିଛି ଭିନ୍ନ ହୋଇଥିଲା । ଚଳିତ ଥର ମଧ୍ୟ ବିଜେପି ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ସରକାର ଗଠନ କରିବାକୁ ଯାଉଥିବା ସେ ଦାବି କରିଛନ୍ତି ।

ବି.ଏଲ୍ ସନ୍ତୋଷ: ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଟ୍ବିଟ କରି ଏକଜିଟ ପୋଲ ଉପରେ ନିଜର ପ୍ରତିକ୍ରିୟା ରଖି ଲେଖିଛନ୍ତି, ପୂର୍ବ ଫଳାଫଳ ସମ୍ପର୍କରେ ମଧ୍ୟ କେହି ସଠିକ ପୂର୍ବାକଳନ କରିପାରିନଥିଲେ । ଏଥର ବିଜେପି କ୍ଷମତାକୁ ଆସିବ ।

ଏମ.ପି ରେଣୁକାଚାର୍ଯ୍ୟ:

ରେଣୁକାଚାର୍ଯ୍ୟ କହିଛନ୍ତି ଯେ ସେ ଗଣମାଧ୍ୟମକୁ ଦାୟୀ କରୁନାହାନ୍ତି । ଯାହା ହେଉନା କାହିଁକି ବିଜେପି କ୍ଷମତାକୁ ଆସିବ । ଗଣମାଧ୍ୟମ ଦ୍ୱାରା ଦିଆଯାଇଥିବା ରିପୋର୍ଟ ମିଥ୍ୟା ବୋଲି ଏହା କହି ହେବନାହିଁ । ବିଜେପିର ଲକ୍ଷ୍ୟ 150 ଥିଲା । ବର୍ତ୍ତମାନ 125 ରୁ ଅଧିକ ଆସିବାର ସମ୍ଭାବନାରେ ଆମେ ଆଶାବାଦୀ ରହିଛି ଦଳ । JDS ସହିତ କୌଣସି ଆଭ୍ୟନ୍ତରୀଣ ଚୁକ୍ତି ନାହିଁ । କିନ୍ତୁ ସବୁକିଛି ଫଳାଫଳ ଉପରେ ନିର୍ଭର କରିବ ବୋଲି ରେଣୁକାଚାର୍ଯ୍ୟ କହିଛନ୍ତି ।

ରଣଦ୍ବୀପ ସୁର୍ଯ୍ୟେୱାଲା:

କଂଗ୍ରେସର କେନ୍ଦ୍ରୀୟ ନେତା ତଥା କର୍ଣ୍ଣାଟକରେ ଦଳର ନିର୍ବାଚନ ଦାୟିତ୍ବରେ ଥିବା ରଣଦ୍ବୀପ ସୁର୍ଯେଓ୍ବାଲା ପରିବର୍ତ୍ତନ ପାଇଁ ଭୋଟ୍ ଦେଇଥିବାରୁ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । 40% ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ଏଥର ରାଜ୍ୟବାସୀ ଭୋଟ୍ ଦେଇଛନ୍ତି । ମେ 13 ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବା ସେ କହିଛନ୍ତି ।

ଡି.କେ ଶିବକୁମାର :

ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କ ଆକଳନ ସମସ୍ତଙ୍କୁ ଟପି ଯାଇଛି । ସେ କହିଛନ୍ତି ଯେ କଂଗ୍ରେସ 141 ଟି ଆସନ ଜିତି କଂଗ୍ରେସ ସରକାର ଗଠନ କରିବ । ନିର୍ବାଚନରେ ଅଂଶଗ୍ରହଣ କରିଥିବା ଏବଂ ଭୋଟ୍ ଦେଇଥିବା ସମସ୍ତ ନାଗରିକଙ୍କୁ ଧନ୍ୟବାଦ । କଂଗ୍ରେସ, ବିଜେପି ଏବଂ ଜେଡି-ଏସ ଏବଂ ଅନ୍ୟମାନେ ରାଜ୍ୟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ହେଲେ କଂଗ୍ରେସ ସର୍ବାଧିକ ଆସନ ସହ ଏକକ ସରକାର ଗଠନ କରିବାକୁ ଯାଉଛି । ରାଜ୍ୟବାସୀଙ୍କୁ କଂଗ୍ରେସ ସୁଶାସନ ଦେବାକୁ ପ୍ରତିଶୃତିବଦ୍ଧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.