ନୂଆଦିଲ୍ଲୀ: କେନ୍ଦୁପତ୍ର ଉପରେ ଜିଏସଟି କମାଇବାକୁ ରାଜ୍ୟସଭାରେ ଦାବି ରଖିଲେ ବିଜେଡି ସାଂସଦ ସୁବାସ ସିଂ । 18 ପ୍ରତିଶତରୁ 5 ପ୍ରତିଶତ କରିବାକୁ ସେ ରାଜ୍ୟସଭାରେ କହିଛନ୍ତି ।
ଓଡିଶାରେ ମୁଖ୍ୟତଃ ପଶ୍ଚିମ ଓଡିଶାରେ ପାଖାପାଖି 10 ଲକ୍ଷ କେନ୍ଦୁପତ୍ର କର୍ମଚାରୀ କାମ କରୁଛନ୍ତି । ଏଥିରେ 80 ପ୍ରତିଶତ ମହିଳା ଅଛନ୍ତି । ତେଣୁ ଜିଏସଟିକୁ କେନ୍ଦୁପତ୍ରରୁ କମାଇଲେ ଏହାର ଲାଭ ଏହି କର୍ମଚାରୀ ମାନେ ପାଇବେ ବୋଲି ସେ କହିଛନ୍ତି ।
ସେହିପରି ମାର୍ଚ୍ଚ ମାସରୁ ଜୁନ ମାସ ପର୍ଯ୍ୟନ୍ତ ଏହି କେନ୍ଦୁପତ୍ର କାର୍ଯ୍ୟ ହେଉଥିବାରୁ ଏଥିରେ ହିଁ ଏମାନେ ବର୍ଷ ସାରା ଚଳନ୍ତି । ତେଣୁ ସରକାର ଏଥିପ୍ରତି ଧ୍ୟାନ ଦେଇ ଜିଏସଟିକୁ କମାଇବାକୁ ସେ କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଦୁଇ ଥର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଥିବାବେଳେ କୌଣସି ଫଳପ୍ରଦ ହୋଇନଥିବାରୁ ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରି ନିର୍ଦ୍ଦେଶନାମା ଦିଅନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତୁ । ଓଡିଆରେ ନିଜ ପକ୍ଷ ରଖି ସୁବାସ ସିଂ ଏପରି କହିଛନ୍ତି ।