ETV Bharat / bharat

OTT Platform-Web Channel ଲାଗି ନିୟମ ଅଣାଯାଉ: MP Prasanna Acharya - ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ରାଜ୍ୟସଭାରେ ଓଟିଟି ଆପ୍ ଓ ୱେବ ଚ୍ୟାନେଲ ନେଇ ବିବୃତି ରଖିଲେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ସିନେମା ପାଇଁ ଯେଉଁ ଭଳି ସେନ୍ସର ବୋର୍ଡ(censor board ) ରହିଛି । ସେହିପରି OTT Platform-Web Channel ପାଇଁ ମଧ୍ୟ ସେନ୍ସର ବୋର୍ଡ ରହୁ ବୋଲି ସେ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଓଟିଟି ପ୍ଲାଟଫର୍ମ ଓ ୱେବ ଚ୍ୟାନେଲ ଲାଗି ନିୟମ ଅଣାଯାଉ: BJD MP Prasanna Acharya

author img

By

Published : Mar 30, 2022, 9:03 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଓଟିଟି ପ୍ଲାଟଫର୍ମ୍ସ ଓ ୱେବ ଚ୍ୟାନେଲ ନେଇ ବିବୃତି ରଖିଲେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ସିନେମା ପାଇଁ ଯେଉଁ ଭଳି ସେନ୍ସର ବୋର୍ଡ (censor board ) ରହିଛି । ସେହିପରି ଓଟିଟି ଆପ୍ଲିକେସନ୍ ତଥା ପ୍ଲାଟଫର୍ମ ଓ ୱେବ ଚ୍ୟାନେଲ ପାଇଁ ମଧ୍ୟ ସେନ୍ସର ବୋର୍ଡ (censor board ) ରହୁ ବୋଲି ସେ ଦାବି କରିଛନ୍ତି ।

ସେହିଭଳି ଓଟିଟି ଆପ ଓ ୱେବ ଚ୍ଯାନେଲ ଗୁଡିକ ପାଇଁ ଏକ ନିର୍ଦ୍ଧିଷ୍ଟ ଆଇନ ଅଣାଯାଉ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ତେବେ ଓଟିଟି ଆପ ଓ ୱେବ ଚ୍ଯାନେଲ ଉପରେ କୌଣସି ପ୍ରତିରବନ୍ଧକ ନଥିବା କାରଣରୁ ଏଥିରେ ବିଭିନ୍ନ ଅଶ୍ଳୀଳ ଭିଡିଓ ଓ ଭାଷା ପ୍ରୟୋଗ କରାଯାଉଛି ବୋଲି ସେ କହିଛନ୍ତି । ଏହା ଦ୍ବାରା ସମାଜରେ ଏକ ନକରାତ୍ମକ ପ୍ରଭାବ ପଡୁଛି ବୋଲି ଆଚର୍ଯ୍ୟ କହିଛନ୍ତି ।

ଅପରପକ୍ଷରେ ଆଜି ରାଜ୍ୟସଭାର ପ୍ରଶ୍ନକାଳ ସମୟରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ସବୁ ପ୍ରଶ୍ନ ଉଠାଇବା ସହ ଏହା ବିରୋଧରେ କଠୋର ଆଇନ ଆଣିବା ଲାଗି ସେ ଦାବି କରିଛନ୍ତି । ଏଥିସହ କରୋନା ସମୟରେ ପାରମ୍ପାରିକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ନିର୍ମାତା ଓ ଚ୍ୟାନେଲ ଲାଗିଥିବା ପ୍ରତିବନ୍ଧକ ଲାଗି ବହୁତ ମାତ୍ରରେ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ଏହି ସମୟରେ ଓଟିଟି ଆପ ଓ ୱେବ ଚ୍ଯାନେଲ ଆଶାତୀତ ଦର୍ଶକ ବଢିଥିବା ଦେଖିବାକୁ ମିଳିଛି ।

ଏମିତି ଦେଖିବାକୁ ଗଲେ ଏହାର ସୁଯୋଗ ନେଇ ଓଟିଟି ଆପ ଓ ୱେବ ଚ୍ଯାନେଲ ଗୁଡିକ ବହୁତ ଅଶ୍ଲୀଳ ଓ ଖରାପ ଭାଷା ପ୍ରୟୋଗ ହେଉଥିବା କାର୍ଯ୍ୟକ୍ରମ ପ୍ରସାରଣ କରିଛନ୍ତି । ଏହା ଦ୍ବାରା ଯୁବପିଢୀ ଖରାପ ସ୍ଥିତକୁ ଗତି କରୁଥୁିବା ବେଳେ ଏହା ସମାଜ ଉପରେ କୁପ୍ରଭାବ ପକାଉଛି ବୋଲି ପ୍ରସନ୍ନ କହିଛନ୍ତି । ଏଥିସହ ଏହି ସବୁ କାର୍ଯ୍ୟକ୍ରମରେ ଜାତିବାଦ ଓ ଧାର୍ମିକ ଭାବନାକୁ ଆକ୍ଷେପ କଲା ଭଳି ଭାଷା ପ୍ରୟୋଗ ହେଉଥିବା ସେ କହିଛନ୍ତି । ଫଳରେ ଏହା ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଅନ୍ୟପଟେ କିଛି ଦିନ ତଳେ ଦିଲ୍ଲି ହାଇକୋର୍ଟ ଏକ ମାମଲାର ଶୁଣାଣି କରିବା ସହ ମାଇକ୍ରୋ ବ୍ଲଗିଙ୍ଗ ଆପ, ଯଥା ଟ୍ବିଟର ଓ ଅନ୍ୟ ଆପରେ ବ୍ୟବହାର କରାଯାଉଥିବା ଅଶ୍ଲୀଳ ଭାଷା ଉପରେ ଅଙ୍କୁଶ ଲଗାଇବା ପାଇଁ ନିୟମ ଆଣିବାକୁ କହିବା ସହ ମହିଳା ଓ ଧାର୍ମିକ ଭାବନକୁ ନେଇ କରାଯାଉଥିବା ପୋଷ୍ଟ ଉପରେ ରୋକ ଲାଗାଇବା ସହ କାର୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଭଳି ଓଟିଟି ପ୍ଲାଟଫର୍ମ ଓ ୱେବ ଚ୍ୟାନେଲକୁ ନେଇ ମଧ୍ୟ ଏକ ଆଇନ ଅଣାଯାଉ ବୋଲି ସେ କହିଛନ୍ତି । ଯେମିତି ସିନେମା ପାଇଁ ସେନ୍ସର ବୋର୍ଡ ରହିଛି, ଏହି ଭଳି ଓଟିଟି ଓ ୱେବ ଚ୍ୟାନେଲ ପାଇଁ ମଧ୍ୟ ନିୟମ ରହୁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.