ETV Bharat / bharat

‘ଆରପିଓ ଟାର୍ଗେଟ ପୂରଣରେ ରାଜ୍ୟକୁ ମିଳୁ ସ୍ବାଧୀନତା’

ରାଜ୍ୟସଭାରେ ବିକଳ୍ପ ଶକ୍ତି ଉତ୍ସ ଉତ୍ପାଦନ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ...

author img

By

Published : Feb 11, 2021, 11:23 AM IST

ବିକଳ୍ପ ଶକ୍ତି ଉତ୍ସ ଉତ୍ପାଦନ
ବିକଳ୍ପ ଶକ୍ତି ଉତ୍ସ ଉତ୍ପାଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିକଳ୍ପ ଶକ୍ତି ଉତ୍ସ ଉତ୍ପାଦନ ପାଇଁ ସମସ୍ତ ରାଜ୍ୟକୁ କିଛି ଟାର୍ଗେଟ ଦେଇଛନ୍ତି । ତେବେ ସବୁ ରାଜ୍ୟରେ ସମାନ ପରିମାଣର ବିକଳ୍ପ ଶକ୍ତି ଉତ୍ସ ନଥିବା ତଥା ଉତ୍ପାଦନ ହେଉନଥିବାରୁ ଏହାର ଟାର୍ଗେଟ ପୂରଣ କରିବାରେ କଷ୍ଟ ସାଧ୍ୟ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆରପିଓ(renewable purchase obligation) ଟାର୍ଗେଟ ପୂରଣ ପାଇଁ ରାଜ୍ୟକୁ ସ୍ବାଧୀନତା ଦିଆଯାଉ ବୋଲି ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ବିକଳ୍ପ ଶକ୍ତି ଉତ୍ସ ଉତ୍ପାଦନ

ଏହାସହ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ବିକଳ୍ପ ଶକ୍ତି ଉତ୍ସ ରହିଛି । ତେଣୁ ସମସ୍ତଙ୍କୁ ଗୋଟିଏ ଟାର୍ଗେଟ ଦେବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି । ଏହା ସହ ଓଡିଶାକୁ 2030 ସୁଦ୍ଧା 41 ପ୍ରତିଶତ ଆରପିଓ ଟାର୍ଗେଟ ପାଇଁ କୁହାଯାଇଥିବା ସେ ଦର୍ଶାଇଥିବାବେଳେ ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ସ୍ବାଧୀନତା ଦିଆଯାଉ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.