ETV Bharat / bharat

ପକ୍ଷୀ ମାଡ ହେବାରୁ ଜରୁରୀକାଳୀନ ଅବତରଣ କଲା ଆକାଶ ଏୟାର ବିମାନ

author img

By

Published : Oct 27, 2022, 10:59 PM IST

1900 ଫିଟ ଉପରେ ଉଡୁଥିବା ବେଳେ ଆକାଶ ଏୟାର ବିମାନରେ ମାଡ ହେଲା ପକ୍ଷୀ । ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କଲା ବିମାନ । ଅଧିକ ପଢନ୍ତୁ

ପକ୍ଷୀ ମାଡ ହେବାରୁ ଜରୁରିକାଳୀନ ଅବତରଣ କଲା ଆକାଶ ଏୟାର ବିମାନ

ନୂଆଦିଲ୍ଲୀ: ଆକାଶରେ ଉଡୁଥିବା ବେଳେ ବିମାନରେ ମାଡ ହେଲା ପକ୍ଷୀ, ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଆକାଶ ଏୟାର ବିମାନ (Akasa Air Flight)। ସୁରକ୍ଷିତ ଭାବେ ଦିଲ୍ଲୀ ଏୟାରପୋର୍ଟରେ ଆକାଶ ଏୟାର ବିମାନ ଅବତରଣ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (DGCA) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଡିଜିସିଏ ସୂଚନା ଅନୁଯାୟୀ , ଆଜି ଆକାଶ ଅକାଶ B -73778 (Max) ବିମାନ VT-YAF ଅପରେଟିଂ ଫ୍ଲାଇଟ୍ QP -1333 ଅହମ୍ମଦାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଭୂପୃଷ୍ଠରୁ 1900 ଫିଟ ଅତିକ୍ରମ କରିବା ପରେ ଏକ ପକ୍ଷୀ ବିମାନରେ ମାଡ ହୋଇଥିବା ଘଟଣା ରିପୋର୍ଟ କରାଯାଇଥିଲା, ଆକାଶରେ ଉଡୁଥିବା ବେଳେ ପକ୍ଷୀ ମାଡ ହେବାରୁ ବିମାନଟି ସାମାନ୍ୟ କ୍ଷତି ଗ୍ରସ୍ତ ହୋଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି, ଏବଂ ଡିଜିସିଏ ଏହି ଘଟଣାର ଅନୁସନ୍ଧାନ କରୁଛି।

ଏହା ମଧ୍ୟ ପଢନ୍ତୁ-Kulgam Encounter: ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀ ନିପାତ

"ଆଜି (ଗୁରୁବାର) ଅକ୍ଟୋବର 27ରେ ଅହମ୍ମଦାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଆକାM ବିମାନ QP 1333ରେ ପକ୍ଷୀ ମାଡ ହୋଇଥିଲା। ଏହାପରେ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ବିମାନଟି ନିରାପଦରେ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି। ଏହାପରେ ବିମାନକୁ ଯାଞ୍ଚ କରାଯାଇଥିଲା। ଏହି ଦୁର୍ଘଟଣା ଘଟିବା ପରେ ପରବର୍ତ୍ତୀ ବିମାନ ମଧ୍ୟ ପ୍ରଭାବିତ ହୋଇଛି । ଏନେଇ ଆକାଶ ଏୟାର ଦ୍ୱାରା ଏକ ବିବୃତ୍ତିରେ ସୂଚନା ଦିଆଯାଇଛି ।''

ଗତ ଅକ୍ଟୋବର 15 ରେ, ବେଙ୍ଗାଲୁରୁ ଅଭିମୁଖେ ଆକାଶ ଏୟାର ବିମାନ ଉଡାଣ ଆରମ୍ଭ କରିଥିବା ବେଳେ ଏକ ପକ୍ଷୀ ମାଡ ହୋଇଥିଲା, ଏହା ପରେ କ୍ୟାବିନରେ ପୋଡା ଗନ୍ଧ ହେବାରୁ ମୁମ୍ବାଇ ବିମାନ ବନ୍ଦରକୁ ଫେରି ଆସିଥିଲା ଆକାଶ ଏୟାର ବିମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.