ETV Bharat / bharat

ଜେଲ୍‌ରୁ ମୁକୁଳିଲେ ୧୧ ଦୁଷ୍କର୍ମକାରୀ, ନ୍ୟାୟ ଉପରୁ ଭରସା ଉଠିଗଲା କହିଲେ ପୀଡିତା ବିଲକିସ

author img

By

Published : Aug 18, 2022, 1:00 PM IST

୧୧ ଦୁଷ୍କର୍ମକାରୀ ଜେଲ୍‌ରୁ ମୁକୁଳିବା ପରେ ଅସନ୍ତୋଷ ଜାହିର କଲେ ପୀଡିତା ବିଲକିସ ବାନୋ । ସରକାରଙ୍କ ଏପରି ନିଷ୍ପତ୍ତି ପରେ ନ୍ୟାୟ ଉପରୁ ତାଙ୍କର ଭରସା ଉଠି ଯାଇଥିବା କହିଲେ । ଅଧିକ ପଢନ୍ତୁ

ଜେଲ୍‌ରୁ ମୁକୁଳିଲେ ୧୧ ଦୁଷ୍କର୍ମକାରୀ, ନ୍ୟାୟ ଉପରୁ ଭରସା ଉଠିଗଲା କହିଲେ ପୀଡିତା ବିଲକିସ ବାନୋ

ଅହମ୍ମଦାବାଦ: 2002 ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା ଓ ତାଙ୍କ ପରିବାରର 7 ଜଣଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଥିବା 11ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ରାଜ୍ୟ ସରକାର ଗୋଧ୍ରା ସବଜେଲରୁ ଖଲାସ୍ କରିଛନ୍ତି । ସ୍ବତନ୍ତ୍ର କ୍ଷମା ନୀତି ଅନୁସାରେ ସ୍ବାଧୀନତା ଦିବସରେ ସେମାନଙ୍କ ମୁକ୍ତ କରାଯାଇଛି । ତେବେ ଦୁଷ୍କର୍ମକାରୀମାନଙ୍କୁ ବାହାର କରିବାର ଏହି ନିଷ୍ପତ୍ତି ଉପରେ ଦୁଃଖ ପ୍ରକାଶ ପୀଡିତା ବିଲକିସ ବାନୋ । ଏତେ ବଡ ଏବଂ ଅନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ସୁରକ୍ଷା ବିଷୟରେ କେହି ଚିନ୍ତା କରିନାହାନ୍ତି ବୋଲି ସେ କହିଛନ୍ତି ।

ବିଲକିସ ବୋନ ଗୁଜୁରାଟ ସରକାରଙ୍କୁ ନିଜର ଏହି ନିଷ୍ପତ୍ତି ବଦଳାଇବାକୁ ଏବଂ ତାଙ୍କୁ ନିର୍ଭୟରେ, ଶାନ୍ତିରେ ବଞ୍ଚିବା ପାଇଁ ଅଧିକାର ଦେବାକୁ ନିବେଦନ କରିଛନ୍ତି । ବାନୋଙ୍କ ପକ୍ଷରୁ ତାଙ୍କ ଆଇନଜୀବୀଙ୍କ ଦ୍ବାରା ଜାରି ବୟାନରେ କୁହାଯାଇଛି, ଦୁଇ ଦିନ ପୂର୍ବରୁ ଅଗଷ୍ଟ ୧୫ ତାରିଖ ଦିନ ମୁଁ ଶୁଣିଲି ଯେ, ମୋ ପରିବାର, ମୋ ଜୀବନ ବର୍ବାଦ କରିଥିବା ଓ ମୋର ତିନି ବର୍ଷର ଝିଅକୁ ମୋ ଠାରୁ ଅଲଗା କରିଥିବା ସେହି ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିଦିଆଯାଇଛି । ଯାହାଫଳରେ ମୋର ୨୦ ବର୍ଷ ପୁରୁଣା ସେହି ଭୟାନକ ଅତୀତ ପୁଣିଥରେ ମୋ ସାମ୍ନାରେ ଆସି ଛିଡା ହୋଇଛି ।

ସରକାରଙ୍କ ଏହି ନିଷ୍ପତ୍ତି ନେଇ ମୋ ପାଖରେ କିଛି ଶବ୍ଦ ନାହିଁ । ଏବେ ବି ମୁଁ ନିଜ ହୋସ୍‌ରେ ନାହିଁ । କେବଳ ଏତିକି କହିପାରିବି ଯେ, କୌଣସି ମହିଳା ପାଇଁ ନ୍ୟାୟ ଏମିକି କେମିତି ଶେଷ ହୋଇପାରେ । ମୁଁ ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ବାସ କରି ନିଜର ଭୟାନକ ଅତୀତ ସହ ଜୀଇଁବା ଶିଖୁଥିଲି । କିନ୍ତୁ ଦୋଷୀମାନେ ମୁକ୍ତ ହେବା ପରେ ମୋର ଶାନ୍ତି ହଜିଯାଇଛି ଏବଂ ନ୍ୟାୟ ଉପରୁ ଭରସା ଉଠିଯାଇଛି ।'' ସେ ଆହୁରିମଧ୍ୟ କହିଛନ୍ତି ଯେ, ମୋ ଦୁଃଖ ଆଉ ମୋର ଶେଷ ହେଉଥିବା ଭରସା କେବଳ ମୋର ସମସ୍ୟା ନୁହେଁ, ବରଂ ଅଦାଲତରେ ନ୍ୟାୟ ପାଇଁ ଲଢେଇ କରୁଥିବା ସବୁ ମହିଳାଙ୍କର ଅଟେ । ଏହାସହିତ ସେ ନିଜ ପରିବାରକୁ ସୁରକ୍ଷା ଯୋଗାଇବାକୁ ରାଜ୍ୟ ସରାକାରଙ୍କ ପାଖରେ ଗୁହାରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.