ETV Bharat / bharat

Bilkis Bano Case: ଉପସ୍ଥିତ ନଥିଲା ଜଣେ ଦୋଷୀ, ଶୁଣାଣି ଘୁଞ୍ଚାଇ ଦେଲେ ସୁପ୍ରିମକୋର୍ଟ

author img

By

Published : May 9, 2023, 9:38 PM IST

ବିଲିକିସ ବାନୋ ଗଣଦୁଷ୍କର୍ମ ଦୋଷୀଙ୍କୁ ଛାଡ ମାମଲାର ଶୁଣାଣି ବେଳେ ଉପସ୍ଥିତ ନଥିଲା ଜଣେ ଦୋଷୀ । ଶୁଣାଣି ଘୁଞ୍ଚାଇ ଦେଲେ ସର୍ବୋଚ୍ଚ କୋର୍ଟ । କୋର୍ଟଙ୍କ ନୋଟିସ ଖବର କାଗଜରେ ପ୍ରକାଶିତ କରିବା ପାଇଁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଉପସ୍ଥିତ ନଥିଲା ଜଣେ ଦୋଷୀ, ଶୁଣାଣି ଘୁଞ୍ଚାଇ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ 11 ଦୋଷୀଙ୍କୁ ମୁକ୍ତ କରାଯିବା ବିରୋଧରେ ଦାଏର ହୋଇଥିବା ମାମଲାର ଆଜି ସର୍ବୋଚ୍ଚ କୋର୍ଟ ଶୁଣାଣି କରିଛନ୍ତି । ହେଲେ ମାମଲାର ଜଣେ ଦୋଷୀ କୋର୍ଟରେ ଉପସ୍ଥିତ ନଥିବାରୁ ଶୁଣାଣି ବନ୍ଦ କରିଛନ୍ତି କୋର୍ଟ । ମୁକ୍ତ ହୋଇଥିବା ସମସ୍ତ ଦୋଷୀଙ୍କୁ ଶୁଣାଣିରେ ଉପସ୍ଥିତ ରହିବା ପାଇଁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା । ହେଲେ ଜଣେ ଦୋଷୀ କୋର୍ଟରେ ଉପସ୍ଥିତ ରହିନଥିଲା । ଯାହାକୁ ନେଇ କୋର୍ଟ ଗୁଜୁରାଟ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ସମସ୍ତ ଦୋଷୀଙ୍କ ସମ୍ପର୍କରେ ଜାରି କରାଯାଇଥିବା ନୋଟିସକୁ ଆଞ୍ଚଳିକ ଖବର କାଗଜରେ ପ୍ରକାଶିତ କରିବା ନେଇ ମଧ୍ୟ କୋର୍ଟ କହିଥିଲେ । ଆଜି ଏହି କାରଣରୁ ମାମଲାର ଶୁଣାଣି ସ୍ଥଗିତ ରହିଥିବା ବେଳେ 11 ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ମାମଲାର 11 ଦୋଷୀଙ୍କ ମଧ୍ୟରୁ ଜଣେ ପ୍ରଦୀପ ଆର ମୌଡ୍ୟା ଆଜି ଅନୁପସ୍ଥିତ ଥିଲା । ତାକୁ କୋର୍ଟଙ୍କ ନୋଟିସ ମିଳିନଥିବା ମଧ୍ୟ ସୂଚନା ମିଳିଛି ।ସେ ତାର ଘରେ ନାହିଁ ଓ ଫୋନ ଅଫ ଥିବାରୁ ପୋଲିସ ତାହା ସହ ଯୋଗାଯୋଗ କରିବାରେ ସଫଳ ହୋଇନଥିଲା ପୋଲିସ । ଏହି ସୂଚନା ମିଳିବା ପରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ସମସ୍ତ ଦୋଷୀ ଉପସ୍ଥିତ ରହିଲେ ଶୁଣାଣି କରିବା ପାଇଁ କହି 11 ତାରିଖକୁ ସମୟ ଧାର୍ଯ୍ୟ କରିଥିଲେ । କୋର୍ଟଙ୍କ ନୋଟିସ ଗୁଜୁରାଟୀ ଖବର କାଗଜରେ ବିଜ୍ଞାପନ ଦେବାକୁ ମଧ୍ୟ କୋର୍ଟ କହିଥିଲେ । 11 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ସମସ୍ତ 11 ଦୋଷୀଙ୍କୁ ଜେଲରୁ ମୁକ୍ତ କରିସାରିଛନ୍ତି ଗୁଜୁରାଟ ସରକାର । ଯାହା ବିରୋଧରେ ନିଜେ ବାନୋ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଛନ୍ତି । ଆଜି ଏହି ମାମଲାର ଶୁଣାଣି ଥିଲା । ପୂର୍ବରୁ ବାନୋଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ମୁକ୍ତ କରାଯିବା ନିଷ୍ପତ୍ତି ସମ୍ପର୍କିତ ସମସ୍ତ ଦଲିଲ୍‌ କୋର୍ଟରେ ଦାଖଲ କରିବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗୁଜୁରାଟଙ୍କ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସମାଲୋଚନା ମଧ୍ୟ କରିଥିଲେ ।

ସର୍ବୋଚ୍ଚ କୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି । ବାନୋଙ୍କ ମାମଲାକୁ ଅନ୍ୟ କୌଣସି ଅପରାଧ ସହ ତୂଳନା କରାଯିବା ଅନୁଚିତ ବୋଲି କୋର୍ଟ କହି ସାରିଛନ୍ତି । ଏହା ଏକ ଅତ୍ଯନ୍ତ ଗମ୍ଭୀର ଅପରାଧ । ଏହାକୁ ଏକକ ଅପରାଧ ଶ୍ରେଣୀଭୂକ୍ତ କରି ବିଚାର କରିବା ସମ୍ପୂର୍ଣ୍ଣ ଅନୁଚିତ । କେଉଁ ପରିସ୍ଥିତିରେ ସରକାର ସମସ୍ତ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କଲେ ତାହା ସ୍ପଷ୍ଟ କରିବାକୁ କୋର୍ଟ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.