ETV Bharat / bharat

କଂଗ୍ରେସର ମିଶନ ୟୁପି ଫେଲ, ନାକ କାଟିଦେଲେ ବିକନୀ ଗାର୍ଲ-ପୋଷ୍ଟର ଗାର୍ଲ !

author img

By

Published : Mar 10, 2022, 7:52 PM IST

ୟୁପି ବିଧାନସଭା ନିର୍ବାଚନ 2022ରେ ଫେଲ ମାରିଲା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ରଣନୀତି । ଫେଲ୍‌ ହେଲେ ପୋଷ୍ଟର ଗାର୍ଲ ଓ ବିକନୀ ଗାର୍ଲ ।

କଂଗ୍ରେସର ମିଶନ ୟୁପି ଫେଲ, ନାକ କାଟିଦେଲେ ବିକନୀ ଗାର୍ଲ-ପୋଷ୍ଟର ଗାର୍ଲ !
କଂଗ୍ରେସର ମିଶନ ୟୁପି ଫେଲ, ନାକ କାଟିଦେଲେ ବିକନୀ ଗାର୍ଲ-ପୋଷ୍ଟର ଗାର୍ଲ !

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ବିଧାନସଭା ୨୦୨୨ ନିର୍ବାଚନର ଚିତ୍ର ଏବେ ପରିଷ୍କାର ହୋଇଛି । ଏଥର ଯେଉଁ ରଣନୀତି ନେଇ ପ୍ରିୟଙ୍କା ଗାନ୍ଧୀ ୟୁପି ନିର୍ବାଚନକୁ ଓହ୍ଲାଇଥିଲେ ତାଙ୍କୁ ସେଭଳି ସଫଳତା ମିଳିପାରିନାହିଁ । ଯେଉଁ ପୋଷ୍ଟର ଗାର୍ଲ ଓ ବିକନୀ ଗାର୍ଲଙ୍କୁ ନେଇ ୟୁପି ସଂଗ୍ରାମକୁ ଓହ୍ଲାଇଥିଲା କଂଗ୍ରେସ ସେଥିରେ ଦଳକୁ ନିରାଶ ହେବାକୁ ପଡିଛି । ଚାଲନ୍ତୁ ଜାଣିବା କିଏ ଏହି ପୋଷ୍ଟର ଓ ବିକନୀ ଗାର୍ଲ:-

ଅର୍ଚ୍ଚନା ଗୌତମ

ମିରଟର ହସ୍ତିନାପୁର ବିଧାନସଭା ସିଟରୁ ଅଭିନେତ୍ରୀ ଅର୍ଚ୍ଚନା ଗୌତମଙ୍କୁ ଟିକେଟ ଦେଇଥିଲା କଂଗ୍ରେସ । ଅର୍ଚ୍ଚନାଙ୍କୁ ଟିକେଟ ଦେଇ ହସ୍ତୀନାପୁର ଆସନକୁ ଗୁରୁତ୍ବପୂର୍ଣ୍ଣ କରି ଦେଇଥିଲା କଂଗ୍ରେସ । କିନ୍ତୁ ପ୍ରିୟଙ୍କାଙ୍କ ଆଶା ଆକାଂକ୍ଷାକୁ ଧୂଳିସାତ କରିଦେଇଛନ୍ତି ଅର୍ଚ୍ଚନା । ଏହା ପୂର୍ବରୁ ବି ୨୦୧୪ ଲୋକସଭା ନିର୍ବାଚନରେ ଅଭିନେତ୍ରୀ ନଗମାଙ୍କୁ ଟିକେଟ ଦେଇ ଯଦିଓ କଂଗ୍ରେସ ଚର୍ଚ୍ଚାରେ ରହିଥିଲା କିନ୍ତୁ ଦଳକୁ ପରାଜୟର ସାମନା କରିବାକୁ ପଡିଥିଲା । ସେପଟେ ପୁଣିଥରେ ବଲିଉଡ ଅଭିନେତ୍ରୀଙ୍କୁ ଟିକେଟ ଦେଇ ଚ୍ୟାଲେଞ୍ଜ ନେବାକୁ ଚାହିଁଥିଲା କଂଗ୍ରେସ । ହେଲେ ଏଥର ବି ନିରାଶ ହୋଇଛି କଂଗ୍ରେସ ।

୨୬ ବର୍ଷୀୟ ଅର୍ଚ୍ଚନା ୨୦୧୫ରେ ବଲିଉଡ ଫିଲ୍ମ ଗ୍ରେଟ ଗ୍ରାଣ୍ଡ ମସ୍ତିରେ ଡେବ୍ୟୁ କରିଥିଲେ । ସେହିପରି ହସୀନା ପାରକର ଓ ବରୋଟା କମ୍ପାନୀ ଭଳି ଫିଲ୍ମରେ ଅଭିନୟର ଜଲୱା ଦେଖାଇ ସାରିଛନ୍ତି ମିରଟରେ ଜନ୍ମଗ୍ରହଣ କରିଥିବା ଅର୍ଚ୍ଚନା । ସାମ୍ବାଦିକତାରେ ପାଠପଢା ପରେ ସେ ମିସ ଉତ୍ତର ପ୍ରଦେଶ, ମିସ ବିକନୀ ଇଣ୍ଡିଆ, ମିସ କୁଓମୋ ଇଣ୍ଡିଆ, ମିସ ଟ୍ୟାଲେଣ୍ଟ ପ୍ରତିଯୋଗିତା ଟ୍ରଫି ନିଜ ନାମରେ କରିପାରିଥିଲେ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ ଅର୍ଚ୍ଚନାଙ୍କୁ କଂଗ୍ରେସ ସଦସ୍ୟ ପଦ ଗ୍ରହଣ କରାଇଥିଲେ ।

ପ୍ରିୟଙ୍କା ମୌର୍ଯ୍ୟ

କଂଗ୍ରେସର ପୋଷ୍ଟର ଅଭିଯାନରେ ସର୍ବପ୍ରଥମେ ପ୍ରିୟଙ୍କା ମୌର୍ଯ୍ୟଙ୍କୁ ଦେଖିବାକୁ ମିଳିଥିଲା । ଟିକେଟ ଦେବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ଲାଞ୍ଚ ମାଗୁଥିବା ସେ ଅଭିଯୋଗ କରିଥିଲେ । ପ୍ରିୟଙ୍କା କହିଥିଲେ ଲଡକି ହୁଁ, ଲଡ ସକତି ହୁଁ (ଝିଅ ଅଟେ, ଲଢି ପାରିବି) । କିନ୍ତୁ ଓବିସି କାରଣ ଦର୍ଶାଇ କଂଗ୍ରେସ ତାଙ୍କୁ ଟିକେଟ ଦେଇ ନଥିଲା । ୩ ମାସ ପୂର୍ବରୁ କଂଗ୍ରେସ ତାଙ୍କୁ ଦଳରେ ମିଶାଇଥିବା ନେଇ ସଫେଇ ଦେଇଥିଲା । ହେଲେ ଏହାର ଠିକ ପରେ ବିଜେପିରେ ସାମିଲ ହୋଇଥିଲେ ପ୍ରିୟଙ୍କା ମୌର୍ଯ୍ୟ ।

ବନ୍ଦନା ସିଂ

ପୋଷ୍ଟର ଗର୍ଲ ବନ୍ଦନା ସିଂ ୫ ବର୍ଷ ଧରି କଂଗ୍ରେସର ସକ୍ରିୟ କାର୍ଯ୍ୟକର୍ତ୍ତା ଥିବା ଦାବି କରିଥିଲେ । ପୋଷ୍ଟର ଅଭିଯାନକୁ ଦେଖି ସେ ନିଜ ପାଇଁ ଟିକେଟ ମଧ୍ୟ ମାଗିଥିଲେ । ଏପରିକି ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାକୁ ବି ପ୍ରୟାସ କରିଥିଲେ । ହେଲେ ତାଙ୍କୁ ଭେଟିବାକୁ ଦିଆଯାଇ ନଥିଲା । ପାର୍ଟିରେ କେବଳ ନୂଆ ଚେହେରାଙ୍କୁ ସମ୍ମାନ ଦିଆଯାଇଥାଏ ବୋଲି ଅଭିଯୋଗ କରିଥିଲେ ବନ୍ଦନା । ପରିଶ୍ରମୀ ମହିଳାଙ୍କ ଦଳରେ କୌଣସି ସମ୍ମାନ ନାହିଁ ଅଭିଯୋଗ କରି ବିଜେପିରେ ମିଶିିଥିଲେ ବନ୍ଦନା ।

ପଲ୍ଲବୀ ସିଂ

କଂଗ୍ରେସର ପୋଷ୍ଟର ଗର୍ଲ ପଲ୍ଲବୀ ସିଂ ୬ ବର୍ଷ ଧରି ଦଳ ସହିତ ଜଡିତ ଥିଲେ । କଂଗ୍ରେସ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଉଥିବା କଥା କହୁଥିବାବେଳେ ଦଳ କିନ୍ତୁ ସେମାନଙ୍କୁ ସମ୍ମାନ ଦେଉନଥିବା ଅଭିଯୋଗ କରିଥିଲେ ପଲ୍ଲବୀ । ନେତୃତ୍ବ ନେଉଥିବା ପଦାଧିକାରୀଙ୍କୁ ଟିକେଟ ନଦେଇ ବାହାରୁ ଆସୁଥିବା ନେତାଙ୍କୁ ଟିକେଟ ଦେବା ଘଟଣାରେ ଅସନ୍ତୁଷ୍ଟ ହୋଇଥିଲେ ପଲ୍ଲବୀ । ଏଥିଯୋଗୁଁ ସେ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.