ETV Bharat / bharat

Delhi Hit and Drag Repeat: ବାଇକ ଚାଳକଙ୍କୁ 500 ମିଟର ଘୋଷାଡି ନେଲା କାର, ଯୁବକ ମୃତ

author img

By

Published : May 1, 2023, 10:16 AM IST

ବାଇକକୁ ଧକ୍କା ଦେବା ପରେ କାର ବୋନେଟ ଉପରେ ପଡିଲେ ଯୁବକ । 500 ମିଟର ଘୋଷାଡି ନେବାରୁ ବାଇକ ଚାଳକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Delhi Hit and Run Repeat
Delhi Hit and Run Repeat

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥମୁନି ହିଟ୍‌ ଆଣ୍ଡ ଡ୍ରାଗ ମାମଲା । ବାରମ୍ବାର ଘଟଣା ଏଭଳି ସାମ୍ନାକୁ ଆସୁଥିବା ବେଳେ ଏଥର ବି ରାଜଧାନୀରୁ ସାମ୍ନାକୁ ଆସିଛି ସମାନ ଘଟଣା । ବାଇକକୁ ଧକ୍କା ଦେବା ପରେ ଚାଳକଙ୍କୁ 500 ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା କାର । ଫଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କସ୍ତୁରବା ଗାନ୍ଧୀ ମାର୍ଗରେ ଏପରି ଘଟଣା ଘଟିଥିବା ଜଣାପଡିଛି । କାର ଡ୍ରାଇଭର ହରନିତ ସିଂ ଚାୱଲାଙ୍କୁ ପୋଲିସ ଗିରଫ କରିଛି । ଗତ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ମୃତ ଯୁବକ ଜଣଙ୍କ ହେଉଛନ୍ତି ଦିପାଂଶୁ ।

ପୋଲିସର ସୂଚନା ଅନୁଯାୟୀ, ''ରବିବାର ବିଳମ୍ବିତ ରାତିରେ ଦୁଇଜଣ ବ୍ୟକ୍ତି ବାଇକରେ ଯାଉଥିଲେ । ଏହି ସମୟରେ କସ୍ତୁରବା ଗାନ୍ଧୀ ମାର୍ଗରେ ଏକ ଏସୟୁଭି କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ଜଣେ ବ୍ୟକ୍ତି ରାସ୍ତାରେ ପଡ଼ିଯାଇଥିଲେ । କିନ୍ତୁ ଦିପାଂଶୁ ଦୁର୍ଘଟଣା ପରେ ବୋନେଟ ଉପରେ ପଡ଼ିଯାଇଥିଲେ । କିନ୍ତୁ କାର ଚାଳକ ଜଣଙ୍କ ଗାଡି ଅଟକାଇବା ପରିବର୍ତ୍ତେ 500 ମିଟର ପର୍ଯ୍ୟନ୍ତ ଯୁବକ ଜଣଙ୍କୁ ଘୋଷାଡି ନେଇଥିଲେ । ପରେ ଘଟଣାସ୍ଥଳରୁ କାର ଚାଳକ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ଦିପାଂଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ''

''ଅନ୍ୟପଟେ ମୃତ ଯୁବକଙ୍କ ବନ୍ଧୁ ଦୁର୍ଘଣାରେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଭଲ ରହିଛି । ମୃତ ଦିପାଂଶୁଙ୍କ ଘର ଗାନ୍ଧୀନଗର ଧରମାପୁର ଏକ୍ସଟେନ୍ସନ୍ ଅଞ୍ଚଳରେ । ତାଙ୍କ ବନ୍ଧୁ ଓ ସେ ବାଇକରେ ଯାତ୍ରୀ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି ପୋଲିସ କହିଛି ।''

ଦିପାଂଶୁଙ୍କ ବନ୍ଧୁଙ୍କ କହିବା ଅନୁଯାୟୀ, ''କାରଟି ଦୁର୍ଘଟଣା ଘଟାଇବା ପରେ ଦିଂପାଶୁ ଉଡି ଉଡି ଯାଇ ବୋନେଟ ଉପରେ ପଡିଥିଲେ । ଏହି ସମୟରେ କାର ଚାଳକ ଜଣଙ୍କ ତାକୁ 500 ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ପରେ ଘଟଣାସ୍ଥଳରେ ଫେରାର ହୋଇଯାଇଥିଲା ।''

ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରୁ ସିସିଟିଭି ଫୁଟଜ ଯାଞ୍ଚ କରି ଡ୍ରାଇଭର ଜଣଙ୍କୁ ପୋଲିସ ଚିହ୍ନଟ କରିବା ପରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ପରେ କାର ଡ୍ରାଇଭର ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ତେବେ ଦୁର୍ଘଟଣା ପରେ କାରଟି ଦିପାଂଶୁଙ୍କୁ ଘୋଷାଡି ନେଇଥିଲା । କିନ୍ତୁ ଏହି ସମୟରେ କାର ଚାଳକ ଜଣଙ୍କ ଡ୍ରାଇଭିଂ ବନ୍ଦ କରିବା ପରିବର୍ତ୍ତେ ଜାରି ରଖିଥିଲେ । ଏହାପରେ ଦିପାଂଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଆରମ୍ଭ କରିଥିଲା । ଏହାପରେ କାର ଡ୍ରାଇଭର ଜଣଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.