ETV Bharat / bharat

କୃଷି ଆଇନ ତାତି, ଜମିରେ ଟ୍ରାକ୍ଟର ମଡାଇ ନିଜ ଫସଲ ନଷ୍ଟ କଲେ ଚାଷୀ

author img

By

Published : Feb 21, 2021, 7:38 PM IST

ଉତ୍ତରପ୍ରଦେଶରେ କୃଷି ଆଇନ ପ୍ରତିବାଦରେ ଚାଷୀ ନିଜର ଅମଳକ୍ଷମ ଫସଲ ଉପରେ ଟ୍ରାକ୍ଟର ମଡାଇ ନଷ୍ଟ କରିଦେଇଛନ୍ତି । ଅଧିକ ପଢନ୍ତୁ...

କୃଷି ଆଇନ ପ୍ରତ୍ୟାହାର ଦାବିରେ ନିଜ ଫସଲ ନଷ୍ଟ କଲା ଚାଷୀ

ଲକ୍ଷ୍ନୌ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ତାତି । ଆଇନ ପ୍ରତ୍ୟାହାର ଦାବିରେ ନିଜ ପରିଶ୍ରମର ଫସଲକୁ ଖିନଭିନ୍ କରିଦେଲେ ଚାଷୀ । ଉତ୍ତରପ୍ରଦେଶ ବିଜନର ଅଞ୍ଚଳର ଜଣେ କୃଷି ଆଇନ ବିରୋଧୀ ଚାଷୀ ନିଜ 4 ବିଘା ଅମଳକ୍ଷମ ଗହମ ଫସଲ କ୍ଷେତରେ ଟ୍ରାକ୍ଟର ମଡାଇ ନଷ୍ଟ କରିଦେଇଛନ୍ତି । ଚାଷୀ ଜଣକ ନଗିନା ତହସିଲ ଅନ୍ତର୍ଗତ ତେଲିପୁରା ଗାଁର ଟୋନି ଅଟନ୍ତି । ଏହାସହ କେନ୍ଦ୍ର ସରକାର ଯଦି କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ନିଜର ସମସ୍ତ ଫସଲରେ ନିଆଁ ଲଗାଇବାକୁ ଚେତାବନୀ ଦେଇଛନ୍ତି ।

ତେବେ ଶନିବାର ମଧ୍ୟ ଚାନ୍ଦପୁର ଥାନା ଅନ୍ତର୍ଗତ କୁଲଚାନ ଗ୍ରାମର ସୋହିତ ଅହଲାବତ ନାମକ ଜଣେ ଚାଷୀ ନିଜ 5 ବିଘା ଫସଲ ଉପରେ ଟ୍ରାକ୍ଟର ମଡାଇଛନ୍ତି । ଫଳରେ ଆଉ କେଇଟା ଦିନରେ ଅମଳ ହେବାକୁ ଥିବା ଗହମ ଫସଲ ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଯାଇଛି । ଯେ ପର୍ଯ୍ୟନ୍ତ ମୋଦି ସରକାର କୃଷି ଆଇନ ପ୍ରତ୍ୟାହାର ନ କରନ୍ତି, ସେତେଦିନ ଯାଏଁ ଏପରି ବିରୋଧ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.