ETV Bharat / bharat

Bihar Politics: ପାୱାର ଫାଇଟ ପାଇଁ ଫାଇନାଲ ରାଉଣ୍ଡ, ଆଗାମୀ 48 ଘଣ୍ଟାରେ ନୂଆ ସରକାର !

author img

By

Published : Aug 8, 2022, 9:50 PM IST

ନୀତିଶ କୁମାର ଏନଡିଏ ହାତ ଛାଡିବାର ଚର୍ଚ୍ଚା ମଧ୍ୟରେ ପାଟଣାରୁ-ନୂଆଦିଲ୍ଲୀ ଯାଏଁ ରାଜନୀତି ପାରା ବଢିଯାଇଛି । ପାଟଣା ନୂଆଦିଲ୍ଲୀରେ ତୁହାକୁ ତୁହା ବୈଠକ ଜାରି ରହିଛି । ନୀତିଶ କୁମାର ଆସନ୍ତାକାଲି (ମଙ୍ଗବାର) ଦଳୀୟ ବିଧାୟକ, ସାଂସଦ ଓ ବିଧାନ ପରିଷଦ ସଦସ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ସେପଟେ ବିଜେପି ମଧ୍ୟ ଆକ୍ଟିଭ ହୋଇଯାଇଛି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ବିଜେପି ପ୍ରସ୍ତୁତ ହେଉଛି । ଅଧିକ ପଢନ୍ତୁ ।

Etv Bharat
Etv Bharat

ନୂଆଦିଲ୍ଲୀ: ବିହାର ରାଜନୀତି (Bihar Politics) ରେ ଆସିଥିବା ସଙ୍କଟ ଥମିବା ବଦଳରେ ଘନୀଭୂତ ହେବାରେ ଲାଗିଛି । କୌଣସି ମୂହୁର୍ତ୍ତରେ ଭାଙ୍ଗିପାରେ ମେଣ୍ଟ ସରକାର । ବିଜେପିକୁ ବଡ ଝଟକା ଦେଇପାରନ୍ତି ନୀତିଶ କୁମାର । ଜେଡି(ୟୁ) ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(NDA)ରୁ ବାହାରିଯାଇପାରେ । ଏହାକୁ ନେଇ ପାଟଣାରୁ ଆରମ୍ଭ କରି ନୂଆଦିଲ୍ଲୀ ଯାଏଁ ଜାରି ରହିଛି ବୈଠକ ପରେ ବୈଠକ । ସାରା ଦେଶରେ ବିରୋଧୀଙ୍କୁ ଝଟକା ଦେଉଥିବା ବିଜେପି, ବିହାରରେ ଖାଇପାରେ ଝଟକା ।

ବର୍ତ୍ତମାନ ବୈଠକ ପରେ ବୈଠକ ଜାରି ରହିଛି । ଏଥିରୁ ସ୍ପଷ୍ଟ ଯେ ବିହାରରେ ବିଜେପି-ଜେଡିୟୁ ମେଣ୍ଟ ସରକାରର ସମୟ ସରି ସରି ଆସୁଛି । ନେତାଙ୍କ ବୟାନବାଜୀକୁ ବିଶ୍ବାସ କରାଗଲେ ଆସନ୍ତା 24 ରୁ 48 ଘଣ୍ଟା ମେଣ୍ଟ ସରକାର ଓ ବିହାର ରାଜନୀତି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କ୍ଷମତା ଲଢେଇର ଫାଇନାଲ୍ ଫାଇଟ ଏବେ ଅନ୍ତିମ ପର୍ଯ୍ୟାୟରେ । ଗଠବନ୍ଧନ ସରକାର ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Chief Minister Nitish Kumar) ରଣନୀତିକୁ ଫାଇନାଲ ଟଚ୍ ଦେଉଛନ୍ତି ।

ନୀତିଶ କୁମାର ଏନଡିଏ ହାତ ଛାଡିବାର ଚର୍ଚ୍ଚା ମଧ୍ୟରେ ପାଟଣାରୁ-ନୂଆଦିଲ୍ଲୀ ଯାଏଁ ରାଜନୀତି ପାରା ବଢିଯାଇଛି । ପାଟଣା ନୂଆଦିଲ୍ଲୀରେ ତୁହାକୁ ତୁହା ବୈଠକ ଜାରି ରହିଛି । ନୀତିଶ କୁମାର ଆସନ୍ତାକାଲି (ମଙ୍ଗବାର) ଦଳୀୟ ବିଧାୟକ, ସାଂସଦ ଓ ବିଧାନ ପରିଷଦ ସଦସ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଆକଳନ କରାଯାଉଛି, ଏହି ବୈଠକରେ ନୀତିଶ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିବେ । ଏହାବାଦ ମୁଖ୍ୟ ବିରୋଧୀ ଦଳ ଥିବା ରାଷ୍ଟ୍ରୀୟ ଜନତା ଦଳ (RJD) ମଧ୍ୟ ସକ୍ରିୟ ହୋଇପଡିଛି । ତେଜସ୍ୱୀ ଯାଦବ (Tejaswi Jadav) ଦଳୀୟ ବିଧାୟକଙ୍କୁ ପାଟଣା ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ ଆସନ୍ତାକାଲି ଆରଜେଡି ମଧ୍ୟ ଏକ ବଡ ବୈଠକ ଡାକିଛି । ବୈଠକରେ ରାବଡୀ ଦେବୀଙ୍କ ସମେତ ସମସ୍ତ ବରିଷ୍ଠ ନେତା ସାମିଲ ହେବେ । ବୈଠକରେ ରାଜ୍ୟ ରାଜନୀତିରେ ଆସୁଥିବା ବା ହେବାକୁ ଯାଉଥିବା ବିସ୍ଫୋରଣ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ ସ୍ଥିର ହେବ । ଯଦି ନୂଆ ସରକାର ଗଠନ ହୁଏ କିଏ ହେବ ମୁଖ୍ୟମନ୍ତ୍ରୀ ତାହା ମଧ୍ୟ ସ୍ଥିର କରାଯିବ ।

ସେପଟେ କଂଗ୍ରେସ ମଧ୍ୟ ସ୍ଥିତି ଦେଖି ବନ୍ଧ ବାନ୍ଧିବାରରେ ଲାଗିପଡିଛି । ଦଳୀୟ ବିଧାୟକଙ୍କୁ ଏକାଠି ରହିବା ପାଇଁ ନିର୍ଦ୍ଦେଶ ହୋଇଛି । ଏହାସହ ଦଳ ସ୍ଥିତି ଉପରେ ନଜର ରଖିଛି । ଯଦି ସବୁ କିଛି ଠିକ ଠାକ ହୁଏ ଦଳ ମେଣ୍ଟ ସରକାରକୁ ସାଥ ଦେବା ପାଇଁ ପ୍ରସ୍ତୁତ ରହିଛି । ଏହାବାଦ ଜିତନ ରାମ ମାଞ୍ଝି ମଧ୍ୟ ଆସନ୍ତାକାଲି ଏକ ଗୁରୁତ୍ବପୂର୍ଣ୍ଣ ଦଳୀୟ ବିଧାୟକଙ୍କ ବୈଠକ ଡାକିଛନ୍ତି ।

ଅନ୍ୟପଟେ ନୀତିଶଙ୍କ ଆଭିମୁଖ୍ୟ ଦେଖି ଅନ୍ୟତମ ଖେଳାଳି ତଥା ବିଜେପି ଧୀରେ ଧୀରେ ଗୋଟି ଚାଳନା କରୁଛି । ରାଜ୍ୟ ନେତା ସ୍ଥିତି ଉପରେ ନଜର ରଖିବା ସହ ବୈଠକ ଜାରି ରଖିଛନ୍ତି । ରାଜ୍ୟ ବିଜେପି ସଭାପତି ସଞ୍ଜୟ ଜୈସ୍ବାଲ (BJP State President Sanjay Jaiswal ) ଉପ-ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ (Deputy Chief Minister Tarkishore Prasad) ଓ ରେଣୁ ଦେବୀ ( Renu Devi) ଦଳୀୟ ବିଧାୟକଙ୍କ ସହ ରଣନୀତି ନେଇ ଆଲୋଚନା କରୁଛନ୍ତି । ଏହାସହ ବିଜେପି ମଧ୍ୟ ଆସନ୍ତାକାଲି ବଡ ବୈଠକ ଡାକିଛି । ସରକାର ବଞ୍ଚାଇବା ପାଇଁ କେନ୍ଦ୍ରୀୟ ନେତା ଶେଷ ନିଷ୍ପତି ନେବେ ବୋଲି କୁହାଯାଉଛି । ତେବେ ଚର୍ଚ୍ଚା ଅନୁସାରେ ନୀତିଶ କୁମାର ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କୁ ନେଇ ବିଜେପି ଗୁରୁତ୍ବର ସହ ନେଇଛି । ସୂତ୍ର ଅନୁସାରେ ଆଜି ବିଳମ୍ବିତ ରାତିରେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ବିହାର ସ୍ଥିତି ନେଇ ଆଲୋଚନା କରିବେ । ଆଲୋଚନା ପରେ ପରବର୍ତ୍ତୀ ରଣନୀତି ଯାହା ହେବ ତାହାକୁ ନେଇ ଦଳ ଆଗକୁ ବଢିବ । ଅର୍ଥାତ ଆଗାମୀ 24 ଘଣ୍ଟା ବିଜେପି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । କାରଣ ଯେଉଁ ପରି ଭାବେ ବିଜେପି ଠାରୁ ନୀତିଶ କୁମାର ଦୂରକୁ ଦୂରକୁ ଯାଛନ୍ତି ବିଜେପି ଏହାକୁ ଗମ୍ଭୀରତାର ସହ ନେଇଛି । ବିଜେପି ଚାହୁଁଛି ସରକାର ପୂରା କାର୍ଯ୍ୟକାଳ ଶାସନ କରୁ । କିନ୍ତୁ ନୀତିଶ ଏବେ ମେଣ୍ଟ ଭାଙ୍ଗି ଆରଜେଡି ସହ ଯିବାକୁ ମନବଳାଇଥିବା କୁହାଯାଉଛି ।

ଏହି ରଜନୀତି ସଂକଟ ମଧ୍ୟରେ ଜେଡିୟୁ ନେତା ତଥା ଦଳର ମହାସଚିବ ଅଲ୍ଲୀ ଅସରଫ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶ କୁମାର ଉପଯୁକ୍ତ ବ୍ୟକ୍ତି । ନୀତିଶ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ । ଅସରଫଙ୍କ ଏହି ବୟାନ ବେଶ ଗୁରୁ୍ତ୍ବ ରଖୁଛି । ବିରୋଧୀ ଆସନ୍ତା 2024 ରେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଘୋଷଣା କରିପାରନ୍ତି । ଯାହାର ମୂଳଦୂଆ ଆଗାମୀ 48 ଘଣ୍ଟା ମଧ୍ୟରେ ପଡିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.