ETV Bharat / bharat

ବିହାର ପୋଲିସକୁ ବଡ ସଫଳତା, ୧୬୨ଟି IED ବୋମା ଉଦ୍ଧାର

author img

By

Published : Jan 28, 2023, 12:34 PM IST

ବିହାରରୁ ୧୬୨ଟି IED ଜବତ । ମାଓ ଅପରେସନ ବେଳେ ଜବତ କରିଲା ବିହାର ପୋଲିସ । ଅଧିକ ପଢନ୍ତୁ

IED
IED

ପାଟନା: ଟଳିଲା ବଡ ମାଓ ହମଲା ଯୋଜନା । ବିହାରରୁ ୧୬୨ଟି IED ଜବତ କରିଛି ସୁରକ୍ଷାବାହିନୀ । ଏନେଇ CRPF ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଅନୁସାରେ, ବିହାରରେ ମାଓ ବିରୋଧି ଅପରେସନ ଜାରି ରହିଥିବା ବେଳେ ଆଜି ବିହାର ପୋଲିସ ୧୬୨ଟି IED ଜବତ କରିଛି । ଏହାସହ ମାଓ ପ୍ରବଣ ଅଞ୍ଚଳରେ ଅପରେସନ ଜାରି ରହିଛି । ପୋଲିସ ୧୩ଟି ଆଇଇଡି ନଷ୍ଟ କରିଥିବା ବେଳେ ଆହୁରି ଜୀବନ୍ତ IED ବାକି ରହିଛି । ପ୍ରତ୍ୟେକ ଆଇଇଡିର ଓଜନ ୧ କିଲୋଗ୍ରାମ ରହିଛି । ୧୪୯ଟି IEDକୁ ଗୁମ୍ଫାରୁ ଜବତ କରିଛନ୍ତି ସୁରକ୍ଷା ବାହିନୀ ।

  • Bihar | Police recover 162 IEDs in intensive operations against Maoists. Operations continue in Maoist prone areas to recover planted arms and ammunition. Police destroyed 13 IEDs in Aurangabad and 149 IEDSs weighing a kg each were discovered in a cave nearby and destroyed: CRPF pic.twitter.com/31zcqlHMTv

    — ANI (@ANI) January 28, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ମଧ୍ୟପ୍ରଦେଶରେ ସୁଖୋଇ-ମିରାଜ ଏୟାରାକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ପ୍ରକାଶଥାଉକି, ଗତ ଜାନୁଆରୀ ୧୨ ତାରିଖ ଦିନ ଝାଡ଼ଖଣ୍ଡରେ IED ବିସ୍ଫୋରଣ ହୋଇଥିଲା । ନକ୍ସଲଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିବା କୁହାଯାଉଥିବା ବେଳେ ୩ ଜଣ CRPF ଯବାନ ଆହତ ହୋଇଥିଲେ । ବିସ୍ଫୋରଣରେ ପ୍ରାଣ ହରାଇଥିବା ଶିକାର ହୋଇଥିବା ୩ CRPF ଯବାନ ହେଉଛନ୍ତି ଅମରେଶ ସିଂ, ସୌରଭ କୁମାର ଓ ସନ୍ତୋଷ ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.