ETV Bharat / bharat

ତେଜପ୍ରତାପଙ୍କ ବିବାଦୀୟ ବୟାନ, କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଡାକ୍ତରଙ୍କ ଜ୍ୱର ଛଡାଇ ଦେଇଥିଲି - ଡାକ୍ତରଙ୍କ ଜ୍ବର ଛଡ଼ାଇ ଦେଇଥିଲି କହିଲେ ତେଜପ୍ରତାପ

ନିଜ ବୟାନକୁ ନେଇ ବିବାଦରେ ରହୁଥିବା ତେଜ ପ୍ରତାବ ଯାଦବ ଏବେ ପୁଣି ଚର୍ଚ୍ଚାରେ ରହଛନ୍ତି । ବର୍ତ୍ତମାନ ଡାକ୍ତରଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Bihar Minister Tej Pratap Yadav Controversial Statement On Doctors
ତେଜପ୍ରତାପଙ୍କ ବିବାଦୀୟ ବୟାନ: କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଡାକ୍ତରଙ୍କ ଜ୍ବର ଛଡ଼ାଇ ଦେଇଥିଲି
author img

By

Published : Oct 13, 2022, 9:48 PM IST

ପାଟନା: ସବୁବେଳେ ନିଜ ବୟାନକୁ ନେଇ ବିବାଦରେ ରହୁଥିବା ତେଜପ୍ରତାପ ଯାଦବ ଏବେ ପୁଣି ଚର୍ଚ୍ଚାରେ ରହଛନ୍ତି । ବର୍ତ୍ତମାନ ଡାକ୍ତରଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇ ଲାଲୁଙ୍କ ବଡ଼ ପୁଅ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ । ଏକ ବ୍ୟକ୍ତଗତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କିଛି ବୟାନବାଜୀ କରିଛନ୍ତି ତେଜ ପ୍ରତାପ ଯାଦବ । ତା ସହିତ ସେ ଯୁବଗୋଷ୍ଠୀଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ବର୍ତ୍ତା ଦେଇଛନ୍ତି ।

କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଡାକ୍ତରଙ୍କ ଜ୍ୱର ଛଡାଇ ଦେଇଥିଲି

ତେଜ ପ୍ରତାପ ଯାଦବ କହିଛନ୍ତି, "ଗତ ସରକାର ମୁଁ ଯେତେବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲି ସେତେବେଳେ ସବୁ ଡାକ୍ତରଙ୍କ ଜ୍ବର ଛଡ଼ାଇ ଦେଉଥିଲି । ଯେଉଁଠି ଔଷଧ ପହଞ୍ଚୁନଥିଲା ସେଠାରେ ଔଷଧ ପହଞ୍ଚାଉଥିଲି । ଗାଁ ଗାଁରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଥିଲି । ସବୁକିଛି କରିଥିଲି । କିନ୍ତୁ ଏବେ ମୋତେ ଜଙ୍ଗଲର ରାଜା ହେବାର ଅଛି । ମୋତେ ଜଙ୍ଗଲ ବିଭାଗ ମିଳିଛି ।"

ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ତେଜପ୍ରତାପ ଡାକ୍ତରଙ୍କୁ ସଜାଗ କରାଉଥିଲେ । ଲୋକଙ୍କୁ ଚିକିତ୍ସା ମିଳି ପାରିବ ସେନେଇ ଧ୍ୟାନ ଦେଉଥିଲେ । ସ୍ବାସ୍ଥ୍ୟସେବା କ୍ଷେତ୍ରେ ଅନେକ କାମ କରିଥିବା ସତ୍ତ୍ବେ ତାଙ୍କୁ ବର୍ତ୍ତମାନ ଜଙ୍ଗଲ ବିଭାଗ ମିଳିଛି ବୋଲି ଅଭିଯୋଗ ଢଙ୍ଗରେ କହିଛନ୍ତି ତେଜପ୍ରତାପ ଯାଦବ ।

ଏଭଳି ମନ୍ତବ୍ୟ ଦେଇ ତେଜପ୍ରତାପ ସାନ ଭାଇ ତେଜସ୍ବୀ ଯାଦବଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । କାରଣ ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ତେଜସ୍ବୀ ଯାଦବଙ୍କ ପାଖରେ ରହିଛି । ଏହି କ୍ରମରେ ଦେଶର ଯୁବଗୋଷ୍ଠୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି ତେଜ ପ୍ରତାପ ଯାଦବ । ସେ କହିଛନ୍ତି, "ଆଜିକାଲିର ଯୁବଗୋଷ୍ଠୀ କଥା କଥାରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି । ନଦୀକୁ ଡେଇଁ ପଡ଼ୁଛନ୍ତି । ଏଭଳି କାର୍ଯ୍ୟ କଲେ କେହି ହନୁମାନ ହୋଇଯିବେନି । ଏ କଥା ପ୍ରତି ଯୁବଗୋଷ୍ଠୀଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ଯୁବଗୋଷ୍ଠୀଙ୍କ ଉପରେ ଦେଶର ଦାୟିତ୍ବ ରହିଛି ।"

ଜାହାନାବାଦ ଜିଲ୍ଲା ମୁଖ୍ୟାଳୟ ନିକଟରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ତେଜପ୍ରତାପ ଯାଦବ । ଆସନ୍ତା ଲୋକସଭା ନିର୍ବାଚନରେ ମହାମେଣ୍ଟର ସରକାର ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ବିହାର ବନସୁରକ୍ଷା ଓ ପରିବେଶ ମନ୍ତ୍ରୀ । ବିହାରରେ ଯେଉଁଭଳି ଭାବରେ ସରକାର ଗଠନ ହେଲା ସେହିଭଳି ଭାବରେ ଦେଶରେ ମଧ୍ୟ ସରକାର ଗଠନ ହେବ ସେ ବୟାନ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.