ETV Bharat / bharat

ଇସ୍ତଫା ଦେଲେ ବିହାର ମନ୍ତ୍ରୀ କାର୍ତ୍ତିକେୟ ସିଂହ

ଇସ୍ତଫା ଦେଲେ ବିହାର ମନ୍ତ୍ରୀ କାର୍ତ୍ତିକେୟ ସିଂହ । ଆଇନ ମନ୍ତ୍ରଣାଳୟ ଦାୟିତ୍ବ ପ୍ରତ୍ୟାହାରର କିଛି ସମୟରେ ସେ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ବିହାର ମନ୍ତ୍ରୀ କାର୍ତ୍ତିକେୟ ସିଂହ
ଇସ୍ତଫା ଦେଲେ ବିହାର ମନ୍ତ୍ରୀ କାର୍ତ୍ତିକେୟ ସିଂହ
author img

By

Published : Sep 1, 2022, 8:58 AM IST

ପାଟନା: ମହାଗଠବନ୍ଧନ ସରକାରରେ ମନ୍ତ୍ରୀ ହେବା ପରଠୁ ବିବାଦରେ ରହିଥିବା ମନ୍ତ୍ରୀ କାର୍ତ୍ତିକେୟ ସିଂହ ଇସ୍ତଫା ଦେଇଛନ୍ତି(Bihar minister Kartik Kumar resigns ) । ଏକ ଅପହରଣ ମାମଲାରେ ଅଭିଯୁକ୍ତ ଥିବା କାର୍ତ୍ତିକେୟଙ୍କ ଠାରୁ ବୁଧବାର ଆଇନ ମନ୍ତ୍ରଣାଳୟ ଦାୟିତ୍ବ ଛଡାଇ ନିଆଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କୁ ଆଖୁ ଓ ଶିଳ୍ପ ବିଭାଗର ଦାୟିତ୍ବ ପ୍ରଦାନ କରିଥିଲେ । ହେଲେ ବୁଧବାର ସନ୍ଧ୍ୟା ସମୟରେ କାର୍ତ୍ତିକେୟ ସିଂହ ମନ୍ତ୍ରୀ ପଦ ଛାଡିବାକୁ ଘୋଷଣା କରିଛନ୍ତି । ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ନିକଟଙ୍କୁ ପଠାଇଛନ୍ତି । ତେବେ ବିଭାଗ ଅଦଳବଦଳ ଯୋଗୁଁ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର(Chief Minister Nitish Kumar) କାର୍ତ୍ତିକେୟ ସିଂହଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ଏବଂ ଏହାକୁ ରାଜ୍ୟପାଳ ଫଗୁ ଚୌହାନ( Governor Phagu Chauhan) ନିକଟକୁ ପଠାଇଛନ୍ତି । ରାଜ୍ୟପାଳ ମଧ୍ୟ ଇସ୍ତଫା ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନୀତିଶଙ୍କ ମନ୍ତ୍ରୀମଣ୍ଡଳରୁ ଏହା ପ୍ରଥମ ଇସ୍ତଫା ଅଟେ ।

ଏହାମଧ୍ୟ ପଢନ୍ତୁ: ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ

ଆରଜେଡି ବିଧାୟକ କାର୍ତ୍ତିକେୟ ସିଂହଙ୍କ ନାଁରେ ଅପହରଣ ମାମଲା ରୁଜୁ ହୋଇଛି । ଏହି ମାମଲାରେ କୋର୍ଟ ତାଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି କରି ଆତ୍ମସମର୍ପଣ କରିବାକୁ କହିଥିଲେ । ହେଲେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ସେ ମହାଗଠନବନ୍ଧନ ସରକାରରେ ଆଇନ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କାର୍ତ୍ତିକେୟଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ବିଜେପି ଲଗାତାର ନୀତିଶ ସରକାରଙ୍କୁ ଟାର୍ଗେଟ କରୁଥିଲା । ଏହାପରେ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କାର୍ତ୍ତିକେୟ ସିଂହ ଠାରୁ ଆଇନ ମନ୍ତ୍ରଣାଳୟ ଛଡାଇ ନେଇ ତାଙ୍କୁ ଆଖୁ ଓ ଶିଳ୍ପମନ୍ତ୍ରୀ ପଦ ଦେଇଥିଲେ । ମନ୍ତ୍ରୀ ପଦ ଅଦଳବଦଳର କିଛି ସମୟ ପରେ ସେ ଇସ୍ତଫା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.