ETV Bharat / bharat

ପ୍ରବାସୀ ଶ୍ରମିକଙ୍କ ପୁଅର କମାଲ, ଆଇଆଇଟିରେ ହାସଲ କଲେ ସ୍ୱର୍ଣ୍ଣ ପଦକ - ସ୍ବର୍ଣ୍ଣପଦକ ହାସଲ କଲେ ରାହୁଲ

ଆଇଆଇଟିରେ ଗୋଲ୍ଡମେଡାଲ ସହ ଡିଗ୍ରୀ ହାସଲ କଲେ ପ୍ରବାସୀ ଶ୍ରମିକଙ୍କ ପୁଅ। ବିହାର ନାଳନ୍ଦା ଜିଲ୍ଲା ସସନ୍ଦୀ ଅଞ୍ଚଳର ରାହୁଲ ସିଂହ ନାମକ ଜଣେ ଛାତ୍ର ଏହି ଉପଲବ୍ଧି ହାସଲ କରିଛନ୍ତି। ଅଧିକ ପଢ଼ନ୍ତୁ...

Bihar migrant workers son rahul singh wins gold medal at IIT Roorkee and PhD scholarship in united states
ଆଇଆଇଟିରେ ସ୍ବର୍ଣ୍ଣପଦକ ହାସଲ କଲେ ପ୍ରବାସୀ ଶ୍ରମିକଙ୍କ ପୁଅ
author img

By

Published : Dec 6, 2020, 10:22 PM IST

ଡେରାଡୁନ: ଆଇଆଇଟିରେ ଗୋଲ୍ଡମେଡାଲ ସହ ଡିଗ୍ରୀ ହାସଲ କଲେ ପ୍ରବାସୀ ଶ୍ରମିକଙ୍କ ପୁଅ। ବିହାର ନାଳନ୍ଦା ଜିଲ୍ଲା ସସନ୍ଦୀ ଅଞ୍ଚଳର ରାହୁଲ ସିଂହ ନାମକ ଜଣେ ଛାତ୍ର ଉତ୍ତରାଖଣ୍ଡର ରୁରକି ଆଇଆଇଟିରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାହୁଲଙ୍କ ବାପା ଗୁଜରାଟ ସୁରତର ଏକ ସୂତା କଳରେ ଦିନ ମଜୁରିଆ ଭାବରେ କାମ କରନ୍ତି। ଏଭଳି ଏକ ଉପଲବ୍ଧି ପାଇବା ପରେ ରାହୁଲ ଏକ ଭିଡିଓ ଜାରି କରି ରୁରକି ଆଇଆଇଟି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ଖୁସି ଜାହିର କରିଛନ୍ତି।

ଆଇଆଇଟିରେ ସ୍ବର୍ଣ୍ଣପଦକ ହାସଲ କଲେ ପ୍ରବାସୀ ଶ୍ରମିକଙ୍କ ପୁଅ

କୋରୋନା ମହାମାରୀ ଯୋଗୁଁ ଡିଜିଟାଲ ମୋଡରେ ରୁରକି ଆଇଆଇଟିର ବାର୍ଷିକ ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯାଇଥିଲା। ଏହି ଅବସରରେ ମେଟେରିଆଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ଯୋଗୁଁ ରାହୁଲ ସିଂହଙ୍କୁ ସ୍ବର୍ଣ୍ଣପଦକ ଦିଆଯାଇଥିଲା। କଲେଜ ଅଧ୍ୟକ୍ଷ ଶଙ୍କର ଦୟାଲ ଶର୍ମା ରାହୁଲ ଶର୍ମାଙ୍କୁ ଏହି ସ୍ବର୍ଣ୍ଣ ପଦକରେ ସମ୍ବର୍ଦ୍ଧିତ କରିଥିଲେ। ତେବେ ଡିଜିଟାଲ ମୋଡ ଯୋଗୁଁ ଏହି ପଦକ ରାହୁଲଙ୍କ ପାଖକୁ ପଠାଇ ଦିଆଯାଇଥିଲା।

ଏହି ସ୍ବର୍ଣ୍ଣପଦକ ହାସଲ କରିବା ପରେ ରାହୁଲ ଶର୍ମା ଏକ ଭିଡିଓ ଜାରି କରି ନିଜ ସଂଘର୍ଷର କାହାଣୀ ବଖାଣିଛନ୍ତି । ନାଳନ୍ଦା ଜିଲ୍ଲା ସସନ୍ଦୀ ଅଞ୍ଚଳରେ ତାଙ୍କ ପରିବାର ବାସ କରନ୍ତି । ତେବେ ଏହି ଅଞ୍ଚଳରେ ରୋଜଗାରର କୌଣସି ପନ୍ଥା ନ ମିଳିବାରୁ ତାଙ୍କ ବାପାଙ୍କୁ ବାଧ୍ୟ ହୋଇ ସୁରତ ସୂତାକଳରେ କାମ କରିବାକୁ ପଡ଼ିଥିଲା। ସୂତାକଳରେ ରାହୁଲଙ୍କ ବାପା ଯେଉଁ ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପୂରା ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି ।

ଭଲ ପାଠ ପଢ଼ିବା ସହ ରାହୁଲ ସମାଜ କଲ୍ୟାଣ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି। ରୁରକି ଆଇଆଇଟିରେ ଜାତୀୟ ସେବା ଯୋଜନାର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ରାହୁଲ ବର୍ତ୍ତମାନ ଆମେରିକାର ଉଟା ବିଶ୍ବବିଦ୍ୟାଳୟରେ ପିଏଚିଡି ଲାଭ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ସ୍କଲାରସିପ ହାସଲ କରିଛନ୍ତି। ବର୍ତ୍ତମାନ ସେ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବରେ ଶିକ୍ଷାଦାନ କରିବେ।

ରୁରକି ଆଇଆଇଟିରେ ରାହୁଲଙ୍କ ନେତୃତ୍ବରେ 1 ହଜାର ଛାତ୍ରଛାତ୍ରୀ ବିଭିନ୍ନ ସାମାଜିକ କାର୍ଯ୍ୟ ପରିଚାଳନା କରିଥିଲେ। ଏଥିପାଇଁ ଉତ୍ତରାଖଣ୍ଡର ବିଭିନ୍ନ ସଂଗଠନ ଓ ଏନଜିଓ ସହଯୋଗ କରିଥିଲେ। ରାହୁଲ ସିଂହଙ୍କ ନେତୃତ୍ବ ଯୋଗୁଁ ବିଭିନ୍ନ ସଂଗଠନ ପକ୍ଷରୁ ସେ ପୁରସ୍କୃତ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.