ETV Bharat / bharat

ସଫଳ ହେଲା ବିହାର ବନବିଭାଗ, ଟଳିଲା ମଣିଷଖିଆ ବାଘ

author img

By

Published : Oct 8, 2022, 6:24 PM IST

ଟଳିଲା ମଣିଷଖିଆ ବାଘ । ବିହାରର ବଗହା ଅଞ୍ଚଳରେ ଗତ ୧ ମାସରେ ୯ ଜଣଙ୍କ ଜୀବନ ନେଇଥିବା ନରହନ୍ତା ବାଘର ଶେଷରେ ମୃତ୍ୟୁ ଘଟିଛି । ବନ ବିଭାଗ ଗୁଳି ଦ୍ବାରା ଟଳିଛି ଏହି ହିଂସ୍ର ପଶୁ । ଅଧିକ ପଢନ୍ତୁ

ସଫଳ ହେଲା ବିହାର ବନବିଭାଗ, ଟଳିଲା ମଣିଷଖିଆ ବାଘ
ସଫଳ ହେଲା ବିହାର ବନବିଭାଗ, ଟଳିଲା ମଣିଷଖିଆ ବାଘ

ପାଟନା: ଗତ ୧ ମାସ ଧରି ବିହାରର ବଗହା ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ବାଘର ଶେଷରେ ଅନ୍ତ ଘଟିଛି (Tiger Killed in Bagaha) । ବନ ବିଭାଗ ଏହି ହିଂସ୍ର ନରହନ୍ତା ବାଘକୁ ଗୁଳି ମାରି କାବୁ କରିଛନ୍ତି । ଆଖୁ କ୍ଷେତରେ ଲୁଚି ରହିଥିବା ବାଘକୁ ଚାରିପଟୁ ବନ ବିଭାଗ କର୍ମଚାରୀ ଘେରି ୪ଟି ଗୁଳି କରିଥିଲେ (Man eater tiger killed in Bagaha) । ଗତ ୩ ଦିନ ମଧ୍ୟରେ ଜଣକ ପରେ ଜଣେ ଲୋକଙ୍କୁ ନିଜ ଶିକାର ବନାଉଥିଲା ଏହି ମଣିଷ ଖିଆ ବାଘ ।

ଗୁରୁବାର ଜଣେ ଯୁବକକୁ ବାଘଟି ଆକ୍ରମଣ କରିଥିବା ବେଳେ ଶୁକ୍ରବାର ଆଉ ଏକ ଯୁବକକୁ ନିଜ ଶିକାର ବନାଇଥିଲା । ଏହାର କିଛି ସମୟ ପରେ ପୁଣି ମାଆ-ପୁଅଙ୍କ ଉପରେ ଆକ୍ରମଣ କରିଥିଲା । ଏହିପରି ଭାବରେ ଗତ ୧ ମାସ ମଧ୍ୟରେ ଅନେକଙ୍କୁ ଆକ୍ରମଣ କରିଥିବା ବେଳେ ମୋଟ ୯ ଜଣଙ୍କ ମୃତ୍ୟୁ ଘଟିଛି । ଗତ ଗୁରୁବାର ରାତିରେ ସଞ୍ଜୟ ମହାତୋ (୩୫)ଙ୍କୁ ବାଘ ଆକ୍ରମଣ କରିଥିଲା । ସେ ନିଜ ଜମିକୁ ରାତିରେ ଯାଇଥିବା ବେଳେ ବାଘ ତାଙ୍କୁ ଆକ୍ରମଣ କରିଥିଲା । ଏହା ଦ୍ବିତୀୟ ଥର ଥିଲା ଯେତେବେଳେ ବାଘ ଜନବସତି ମଧ୍ୟକୁ ପ୍ରବେଶ କରି ଲୋକଙ୍କୁ ଆକ୍ରମଣ କରିଛି । ବୁଧବାର ରାତିରେ ମଧ୍ୟ ଜିଲ୍ଲାର ସିଙ୍ଘି ଗ୍ରାମରେ ଏକ ବାସଭବନ ମଧ୍ୟକୁ ପଶିଥିଲା ଏହି ହିଂସ୍ର ପଶୁ । ଘରେ ଶୋଇଥିବା ୧୨ ବର୍ଷର ଝିଅ ଉପରେ ଆକ୍ରମଣ କରିଥିଲା ।

ଏହା ବି ପଢନ୍ତୁ- ମାସକରେ ୭ ଜୀବନ ନେଲାଣି ନରହନ୍ତା ବାଘ, ଦେଖିବା କ୍ଷଣି ନିଶା ଗୁଳି ମାରିବାକୁ ନିର୍ଦ୍ଦେଶ

ଏ ସମ୍ପର୍କରେ ଝିଅର ପରିବାର ଜାଣିବାକୁ ପାଇବା ବେଳେ ଛୋଟ ଝିଅଟିକୁ ନେଇ ବାଘ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ଏହି ମୃତ ଝିଅ ଉକ୍ତ ଗ୍ରାମର ରମାକାନ୍ତ ମାଞ୍ଝିଙ୍କ ଝିଅ ବାଗଦି ବୋଲି ଜଣାପଡ଼ିଛି । ବାଘକୁ ଧରିବା ଲାଗି ବନ ବିଭାଗ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିବା ପରେ ମଧ୍ୟ ସଫଳ ହୋଇପାରିନଥିଲା । ବାଘକୁ ଧରିବା ଲାଗି ପ୍ରାୟ ୧୫୦ ବନ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ।

ବଗହାବାସୀଙ୍କୁ ଆଶ୍ବସ୍ତି:-

ମଣିଷ ଖାଉଥିବା ବାଘକୁ ହତ୍ୟା କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । କାରଣ ଏହି ବାଘଟି କ୍ରମାଗତ ଭାବରେ ଅନେକ ଲୋକଙ୍କୁ ଶିକାର କରିଆସୁଥିଲା । ବାଘକୁ ମାରିବା ପାଇଁ ବିହାର ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ପି.କେ ଗୁପ୍ତା ନିଶା ଗୁଳି ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଦଳ ପ୍ରଥମେ ବାଘକୁ ଧରିବାକୁ ଚେଷ୍ଟା କରିଥିଲା । ​କିନ୍ତୁ ବାଘଟି ନରହନ୍ତା ସାଜିଥିବା ବେଳେ ତା' ଉପରେ ଗୁଳି ଚଳାଇବାକୁ ପଡିଲା । ବାଘଟି ଗୋଟିଏ ପରେ ଗୋଟିଏ ଲୋକଙ୍କୁ ଆକ୍ରମଣ କରି ମୃତ୍ୟୁମୁଖକୁ ଠେଲୁଥିବା ବେଳେ ବନ ବିଭାଗ ଉପରେ ଲୋକଙ୍କ ଆକ୍ରୋଶ ବଢିଥିଲା । ଗ୍ରାମବାସୀ ବନ ବିଭାଗର ଯାନବାହନକୁ ଭାଙ୍ଗି ଦେଇଥିଲେ । ଏବେ ବାଘର ମୃତ୍ୟୁ ଖବର ପାଇବା ପରେ ଗ୍ରାମବାସୀଙ୍କୁ ଆଶ୍ବସ୍ତି ମିଳିଛି ।

ଶେଷରେ ଟଳିଲା ନରହନ୍ତା ବାଘ:-

ଗତ ୨ ଦିନରେ ୨ ଜଣଙ୍କୁ ଆକ୍ରମଣ କରିଥିବା ବାଘ ଆଜି ପୁଣି ମାଆ-ପୁଅଙ୍କୁ ଆକ୍ରମଣ କରିଥିଲା । ଗତ ୩ ଦିନରେ ବାଘଟି ୪ ଜଣଙ୍କୁ ହତ୍ୟା କରିଛି । ବାଘର ଏପରି କାର୍ଯ୍ୟକଳାପ ଯୋଗୁଁ ନିଶା ଗୁଳି ପରିବର୍ତ୍ତେ ବାଘକୁ ଗୁଳି ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବନ ବିଭାଗ ଓ ବିଶେଷଜ୍ଞ ଟିମ ଏହି କାର୍ଯ୍ୟରେ ଲାଗିଥିଲେ । ବାଘକୁ କାବୁ କରିବା ଲାଗି ଗତ ୨୫ ଦିନ ଧରି ବନ ବିଭାଗ ଅକ୍ଳାନ୍ତ ପରିଶ୍ରମ କରିଥିଲା । ମାତ୍ର ବାଘ ବାରମ୍ବାର ନିଜ ସ୍ଥାନ ପରିବର୍ତ୍ତନ କରୁଥିବାରୁ ବାଘକୁ ଧରିପାରିନଥିଲା ବନ ବିଭାଗ । ଏହାସହିତ ଅନେକ ଥର ଜାଲ ବିଛାଯାଇଥିଲେ ମଧ୍ୟ ବାଘଟି ଚତୁରତାର ସହିତ ଖସିବାରେ ସଫଳ ହେଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.