ETV Bharat / bharat

ମଝି ଆକାଶରେ ବିମାନ ଭିତରେ ଧୂମପାନ, ଯାତ୍ରୀଙ୍କୁ ବାନ୍ଧିଲା ପୋଲିସ

author img

By

Published : Mar 31, 2023, 8:42 PM IST

ବିମାନ ଶୌଚାଳୟରେ ଧୂମ୍ରପାନ କଲେ ବିହାର ଯୁବକ । ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

Indigo flight
Indigo flight

ଲକ୍ଷ୍ନୌ: ମଝି ଆକାଶରେ ବିମାନ ଭିତରେ ଧୂମପାନ କରି ଫସିଲେ ଯାତ୍ରୀ । ଗୁରୁବାର ମୁମ୍ବାଇରୁ ଗୋରଖପୁରକୁ ଉଡ଼ାଣ ଭରୁଥିବା ଇଣ୍ଡିଗୋ ବିମାନରେ ଯାତ୍ରୀ ଜଣକ ଧୂମପାନ କରୁଥିବା ନେଇ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଧୂଆଁ ହେବା ପରେ ଫାୟାର ଆଲାର୍ମ ବାଜିଥିଲା । ଏହାପରେ ବିମାନ କର୍ମଚାରୀଙ୍କୁ ତାଗିଦ କରାଯାଇଥିଲା । ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ବିମାନରେ ଥିବା ଶୌଚାଳୟରେ ଧୂମପାନ କରୁଥିଲେ । ଧୂଆଁ ହେବା ପରେ ବିମାନରେ ଫାୟାର ଆଲାର୍ମ ବାଜିଥିଲା । ଏହାପରେ ବିମାନ ଯାତ୍ରୀଙ୍କ ସମେତ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ । ଏ ନେଇ ଗୋରଖପୁର ସିଟି ଏସପି କ୍ରୀଷ୍ଣା କୁମାର ବିଷ୍ଣୋଇ କହିଛନ୍ତି, " ବିମାନ ନଂ 6E-544 ପ୍ରତିଦିନ ମୁମ୍ବାଇରୁ ଉଡାଣ ଭରିଥାଏ । ଏହା ସନ୍ଧ୍ୟା ୬ଟାରେ ଗୋରଖପୁର ଅବତରଣ କରିଥଆଏ । ବିମାନରେ ଧୂମପାନ କରୁଥିବା ଯୁବକଙ୍କ ନାମ କ୍ରୀଷ୍ଣା କୁମାର ମିଶ୍ରା । ସେ ବିହାର ଗୋପାଳଗଞ୍ଜ ଜିଲ୍ଲାର ମହେଶପୁରର ଅଧିବାସୀ ।"

ଏହା ବି ପଢନ୍ତୁ-ନିର୍ଦ୍ଧାରିତ ସମୟ ପୂର୍ବରୁ ଉଡାଣ ଭରିଲା ଏୟାର ଇଣ୍ଡିଆ, ହନ୍ତସନ୍ତ ଯାତ୍ରୀ

ଯୁବକଙ୍କୁ ଯେତେବେଳେ ଏ ନେଇ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ଯେ ବୋର୍ଡିଂ ସମୟରେ ତାଙ୍କର ଯାଞ୍ଚ ନିଆଯାଇନଥିଲା । ତାଙ୍କ ପକେଟରେ ସିଗାରେଟ ସହିତ ଲାଇଟର ଥିଲା । ଯେତେବେଳେ ତାଙ୍କର ସ୍ମୋକିଂ କରିବା ଲାଗି ଇଚ୍ଛା ହୋଇଥିଲା, ଏହାପରେ ସେ ବିମାନ ଟଏଲଟକୁ ଯାଇଥିଲେ । ଉକ୍ତ ଯୁବକଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଛି । ଆଇନ ମୁତାବକ ଉକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ।

ଗତ କିଛି ସପ୍ତାହ ପୂର୍ବରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣେ ୨୪ବର୍ଷର ଯୁବତୀ ବିମାନ ମଧ୍ୟରେ ଧୂମପାନ କରି ଗିରଫ ହୋଇଥିଲେ । ବିମାନରେ ଏଭଳି ଅନେକ ବିରଳ ଘଟଣା ଗଣମାଧ୍ୟମ ସଂସ୍ଥାର ହେଡଲାଇନରେ ସ୍ଥାନ ପାଉଛି । ଆଉ ଏକ ଘଟଣାରେ ଜଣେ ଯୁବକ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇ ଦଣ୍ଡିତ ମଧ୍ୟ କରାଯାଇଥିଲା । ଉକ୍ତ ଯୁବକ ଜଣକ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଏପରି ଅମାନବିକ ଘଟଣା ଭିଆଇଥିବାରୁ ତାଙ୍କୁ ତୀବ୍ର ନିନ୍ଦା କରାଯାଇଥିଲା । ଉକ୍ତ ବିମାନର କର୍ମଚାରୀଙ୍କ ବିରୋଧରେ ମଧ୍ୟ DGCA କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.