ETV Bharat / bharat

'ବିହାର ମଦ ମୃତ୍ୟୁ ମାମଲାରେ ନୀତିଶ ସରକାରଙ୍କ ସିଣ୍ଡିକେଟ କାମ କରୁଛି’ - ନିତୀଶ ସରକାରଙ୍କୁ ଦାୟୀ କଲା ଆରଜେଡି

ବିହାରରେ ବିଶାକ୍ତ ମଦ ପିଇ ଗତ ୭୨ ଘଣ୍ଟା ମଧ୍ୟରେ ୩୩ ଜଣଙ୍କ ମୃତ୍ୟୁ, ରାଜ୍ୟ ସରକାରଙ୍କୁ ଦାୟୀ କଲେ ଆରଜେଡି ନେତା । ଅଧିକ ପଢନ୍ତୁ...

'ବିହାର ମଦ ମୃତ୍ୟୁ ମାମଲାରେ ନିତୀଶ ସରକାରଙ୍କ ସିଣ୍ଡିକେଟ କାମ କରୁଛି'

author img

By

Published : Nov 6, 2021, 8:43 AM IST

ପାଟନା: ବିହାରରେ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ନିତିଶ କୁମାର ସରକାରଙ୍କୁ ଦାୟୀ କଲେ RJD ନେତା । ଏହି ମଦ ମୃତ୍ୟୁ ମାମଲାରେ ନିତିଶ ସରକାରଙ୍କ ଏକ ସିଣ୍ଡିକେଟ କାମ କରୁଛି ବୋଲି ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ ଝା ଅଭିଯୋଗ କରିଛନ୍ତି ।

ଝା କହିଛନ୍ତି ଯେ, 'ବିହାରରେ ମଦ ମୃତ୍ୟୁ ପଛରେ କାମ କରୁଥିବା ସିଣ୍ଡିକେଟ ସହ ନୀତିଶ ସରକାରଙ୍କ ହାତ ଅଛି । ରାଜ୍ୟରେ ମଦ ବ୍ୟାନ ଏକ ଡ୍ରାମା । କାମ କରୁଥିବା ମଦ ସିଣ୍ଡିକେଟ ଚେର ଗାଁରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି । ଏଥିରେ ଅଧିକାରୀ ଏବଂ ଅମଲାତନ୍ତ୍ର ଅଛନ୍ତି, ଯେଉଁମାନେ ମଦ ସିଣ୍ଡିକେଟ ଚଳାଉଛନ୍ତି । ଯଦି ରାଜ୍ୟର ଲୋକେ ବିଷାକ୍ତ ମଦପିଇ ଜୀବନ ହାରିବେ ତେବେ ଏହା ହେଇଛି ସରକାରଙ୍କ ବଡ ବିଫଳତା ।'

ରାଜ୍ୟରେ ମଦ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା କଥା ମିଛ ଏବଂ ଏଥିରେ ସରକାରଙ୍କ ଅଧିକାରୀମାନେ ଜଡିତ ଥିବା ଝା ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ବିହାରର ଗୋପାଳଗଞ୍ଜ ଏବଂ ପଶ୍ଚିମ ଚମ୍ପାରନରେ ବିଷାକ୍ତ ମଦ, ମୃତ୍ୟୁର ବିଭୀଷିକା ରଚିଛି । ଗତ ୭୨ ଘଣ୍ଟା ମଧ୍ୟରେ ପାଖାପାଖି ୩୩ ଜଣଙ୍କ ମୃତ୍ୟୁ ଘଟିଲାଣି । ଏଥିସହ ଏକାଧିକ ଲୋକ ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ପୋଲିସ ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗୋପାଳଗଞ୍ଜ ଜିଲ୍ଲାପାଳ ଏବଂ ଏସପି ଆନନ୍ଦ କୁମାର ପୋଲିସ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି । କେଉଁ କାରଣରୁ ଏପରି ଏକ ଘଟଣାର ପୁନରାବୃତ୍ତି ହେଲା ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.