ETV Bharat / bharat

ପିଇବାର ଅଛି ଯଦି ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଅ: ବିହାର ଶିଳ୍ପ ମନ୍ତ୍ରୀ

author img

By

Published : Dec 15, 2022, 4:23 PM IST

ବିହାର ଛପରା ମଦ ମୃତ୍ୟୁ ଘଟଣା ନେଇ ମନ୍ତ୍ରୀ ସମୀର ମହାସେଠଙ୍କ ବିବାଦୀୟ ମନ୍ତବ୍ୟ (Bihar Hooch Tragedy) । ମଦ ପିଇବାର ଅଛି ଯଦି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି କହିବା ସହିତ ମଦ ନିଷେଧ ବିହାରର ମଦ ଆସୁଥିବା ନେଇ ମଧ୍ୟ ସେ ସ୍ବୀକାର କରିଛନ୍ତି । ଅଧିକ ପଢନ୍ତୁ

ପିଇବାର ଅଛି ଯଦି ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଅ: ବିହାର ଶିଳ୍ପ ମନ୍ତ୍ରୀ
ପିଇବାର ଅଛି ଯଦି ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଅ: ବିହାର ଶିଳ୍ପ ମନ୍ତ୍ରୀ

ପାଟନା: ବଢିବାରେ ଲାଗିଛି ବିହାର ଛପରା ଜିଲ୍ଲା ସାରଣ ଅଞ୍ଚଳର ମଦ ମୃତ୍ୟୁ ମାମଲା (Bihar Hooch Tragedy) । ଏବେ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଛି । ଏହାରି ମଧ୍ୟରେ ବିହାର ଶିଳ୍ପ ମନ୍ତ୍ରୀ ସମୀର ମହାସେଠ (Industry Minister Samir Mahaseth) ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ଯେ ମଦ ନିଷେଧ ବିହାରରେ ଯଦି ବିଷାକ୍ତ ମଦ ପିଇବାର ଅଛି ତେବେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କର । ରୋଗ ପ୍ରତିରୋଧକ ଶକ୍ତିକୁ ଏପରି ବୃଦ୍ଧି କର ଯେପରି ବିଷାକ୍ତ ମଦ ପିଇଲେ ମଧ୍ୟ କିଛି କ୍ଷତି ହେବ ନାହିଁ । ବିହାରରେ ଏପରି ବିଷାକ୍ତ ମଦ ଆସୁଥିବାରୁ ରାଜ୍ୟବାସୀଙ୍କୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା କହି ଏବେ ବିବାଦରେ ମନ୍ତ୍ରୀ ସମୀର ।

ବୈଶାଲୀରେ ଆୟୋଜିତ ହୋଇଥିବା ଏକ ଖେଳ ପ୍ରତିଯୋଗିତାରେ ମନ୍ତ୍ରୀ ସମୀର ମହାସେଠ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି କହିଛନ୍ତି, " ଯେତେବେଳେ ସରକାର ମଦ ନିଷେଧ କରିଛନ୍ତି ଯେ ତେବେ ଏହାଠୁ ଦୂରେଇ ରହିବା ଆବଶ୍ୟକ । ଏବେ ବିହାରକୁ ମଦ ନୁହେଁ, ବିଷାକ୍ତ ଧରଣର ମଦ ଆସୁଛି । ଏଥିଲାଗି ସରକାର ମଧ୍ୟ ରାଜ୍ୟବାସୀଙ୍କୁ ସତର୍କ କରିଛନ୍ତି । ସରକାରଙ୍କ ସହିତ ଗଣମାଧ୍ୟମ ଲୋକଙ୍କୁ ସତର୍କ କରାଇ କହିଛନ୍ତି ଯେ ବିହାରର ମଦ ନୁହେଁ, ବିଷ ଆସୁଛି । ଏଭଳି ପ୍ରଚାର ହେଲେ ଲୋକେ ବିଷାକ୍ତ ମଦ ପିଇବା ଛାଡିଦେବ । ଏହି ମଦ ବିକ୍ରି କରୁଥିବା ବ୍ୟବସାୟୀ ମଧ୍ୟ ବିକ୍ରି କରିବା ବନ୍ଦ କରିଦେବ ।"

ଏହା ବି ପଢନ୍ତୁ- Bihar Hooch Tragedy: ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି, ୨ ପୋଲିସ କର୍ମୀ ନିଲମ୍ବିତ

ବିହାରରେ ମଦ ନିଷେଧ ଥିବା ସମୟରେ ରାଜ୍ୟକୁ ମଦ ଆସୁଥିବା ମଧ୍ୟ ଖୋଦ ମନ୍ତ୍ରୀ ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ ବିହାରକୁ ଉନ୍ନତମାନର ମଦ ଆସୁନାହିଁ । ସବୁ ବିଷାକ୍ତ ମଦ ଆସୁଛି । ଏହି ନିଶାଦ୍ରବ୍ୟକୁ ପାନ କରିବା ଦ୍ବାରା ଲୋକଙ୍କ ବୃକକ, ଯକୃତ ପ୍ରଭାବିତ ହେଉଛି । ଫଳରେ ରାଜ୍ୟର ବିକାଶରେ ମଧ୍ୟ ବାଧା ଉପୁଜିଛି । ଏଭଳି ମନ୍ତବ୍ୟ ଦେବା ସମୟରେ ମନ୍ତ୍ରୀ କହିଥିଲେ, " ଆମେ ଅଧିକ ଖେଳକୁଦ କରିବା ଆବଶ୍ୟକ । ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ଯାହାଦ୍ବାରା ବିଷାକ୍ତ ମଦ ପିଇଲେ ମଧ୍ୟ ଆମର କୌଣସି କ୍ଷତି ପହଞ୍ଚିବ ନାହିଁ ।"

ହେଲେ ଏଠାରେ ବଡ଼ ପ୍ରଶ୍ନ ହେଉଛି ଯଦି ବିହାର ସରକାରଙ୍କ ମନ୍ତ୍ରୀ ଜାଣିଛନ୍ତି ବିହାରକୁ ମଦ ଆସୁଛି, ତେବେ ମଦ ନିଷେଧ କାହିଁକି କରାଯାଇଛି ? ମଦ ଆସୁଥିବା ନେଇ କିଏ ଦାୟୀ ? ଏହାସହିତ ବିଷାକ୍ତ ମଦ ଜାଣିଶୁଣି କାହିଁକି ରାଜ୍ୟକୁ ଆମଦାନୀ ହେଉଛି ? ସୂଚନା ଥାଉ କି ବୁଧବାର ବିହାରର ଛପରା ଜିଲ୍ଲା ସାରଣ ଅଞ୍ଚଳରେ ମଦ ମୃତ୍ୟୁ ମାମଲା ସାମନାକୁ ଆସିଥିଲା । ବିହାରରେ ମଦ ନିଷେଧ ଥିବା ବେଳେ ରାଜ୍ୟକୁ ମଦ ଆସୁଛି ଏବଂ ଏହି ମଦ ପିଇ ପ୍ରାୟ ୩୯ ଜଣଙ୍କ ମୃତ୍ୟୁ ଘଟିଲାଣି ।

ଗତକାଲି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ନୀତିଶ ସରକାରଙ୍କ ମଦ ବ୍ୟାନ ନିଷ୍ପତ୍ତିକୁ ଟାର୍ଗେଟ କରିଥିଲେ ବିରୋଧୀ ବିଜେପି ସଦସ୍ୟ । ଆଲୋଚନା ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉତ୍ତେଜିତ ହୋଇପଡିଥିଲେ । ବିଜେପି ସଦସ୍ୟଙ୍କୁ ଟାର୍ଗେଟ କରି ନୀତିଶ କହିଥିଲେ ମଦ ନିଷେଧକୁ ସେତେବେଳେ ବିଜେପି ସଦସ୍ୟ ସମର୍ଥନ କରିଥିଲେ । ଏବେ ପୁଣି କ’ଣ ହେଲା ବୋଲି ପ୍ରଶ୍ନ କରିଥିଲେ ନୀତିଶ । ନୀତିଶଙ୍କ ଏପରି ଉତ୍ତେଜିତ ବ୍ୟବହାର ପାଇଁ ବିରୋଧୀ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.