ETV Bharat / bharat

Bihar hooch tragedy: ମୃତ୍ୟୁ ସଂଖ୍ୟା 20କୁ ବୃଦ୍ଧି, ବିଧାନସଭାରେ ଉତ୍ତେଜିତ ହେଲେ ନୀତିଶ କୁମାର - ବିହାର ଖବର

ମଦ ନିଷେଧ ବିହାରରେ ମଦ ମୃତ୍ୟୁ ସଂଖ୍ୟା 20କୁ ବୃଦ୍ଧି । ଅନ୍ୟ କିଛି ଗୁରୁତର ହସ୍ପିଟାଲରେ ଚିକିତ୍ସାଧୀନ (Death toll rises in Bihar hooch tragedy)। ବିଧାନସଭାରେ ପ୍ରସଙ୍ଗ ଆଲୋଚନା ବେଳେ ଉତ୍ତେଜିତ ହେଲେ ମୁଖ୍ୟମନ୍ତ୍ରୀ ନୀତିଶ । ଅଧିକ ପଢନ୍ତୁ

Bihar hooch tragedy: ମୃତ୍ୟୁ ସଂଖ୍ୟା 20କୁ ବୃଦ୍ଧି

author img

By

Published : Dec 14, 2022, 6:01 PM IST

ହାଇଦ୍ରାବାଦ: ମଦ ନିଷେଧ ରାଜ୍ୟ ବିହାରର ଛାପ୍ରା ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା 20ରେ ପହଞ୍ଚିଛି (Death toll rises in Bihar hooch tragedy)। ପ୍ରଥମେ ମୃତକଙ୍କ ସଂଖ୍ୟା 6 ନେଇ ସୂଚନା ମିଳିଥିଲା । ଅନ୍ୟ କିଛି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ମୃତ୍ୟୁ ସଂଖ୍ୟା କ୍ରମାଗତ ବଢିବା ସହ ଏବେ ଏହି ସଂଖ୍ୟା 20ରେ ପହଞ୍ଚିଛି । ଛପରା ଜିଲ୍ଲାର ସାରଣର ଇସୁଆପୁର ଥାନା କ୍ଷେତ୍ରରେ ଏହି ଅଭାବନୀୟ ଘଟଣା ଘଟିଛି ।

  • #WATCH | Sharab bandi ke paksh mein aap sab the ya nahi?...Kya ho gaya?..Sharabi ho gaye tum log...Ab tolerate nahi kiya jaayega: Bihar CM Nitish Kumar on opposition BJP's reaction to Chhapra hooch tragedy, in Bihar Assembly pic.twitter.com/t9VjraoLtA

    — ANI (@ANI) December 14, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ ଏହି ବ୍ୟକ୍ତିମାନେ ସଙ୍ଘବଦ୍ଧ ଭାବେ ଦେଶୀ ମଦ ପିଇଥିଲେ । ପିଇବାର କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇପଡିବା ସହ କେତେ ଜଣ ଅଚେତ ହୋଇପଡିଥିଲେ । ଗ୍ରାମରେ 5ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଥିବା ଅସୁସ୍ଥଙ୍କୁ ମିଶାଇ ମୋଟ 20 ପ୍ରାଣ ହରାଇ ସାରିଲେଣି । ଏବେ ମଧ୍ୟ ପ୍ରାୟ 10ରୁ ଅଧିକ ଗୁରୁତର ଅସୁସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

ଜିଲ୍ଲା ଓ ପୋଲିସ ପ୍ରଶାସନର ଅଧିକାରୀ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ଏହି ପ୍ରସଙ୍ଗ ବିଧାନସଭାରେ ମଧ୍ୟ ଉଠିଛି । ତେବେ ବିହାରର ନୀତିଶ ସରକାର ରାଜ୍ୟରେ ମଦ ନିଷେଧ କରିଛନ୍ତି । ମଦ ବିକ୍ରି, କିଣା, ଆମଦାନୀ କିମ୍ବା ଗଚ୍ଛିତ ରଖିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହୋଇଛି । ଏହାସତ୍ତ୍ବେ ମଧ୍ୟ ମଦଜନିତ ମୃତ୍ୟୁରେ 20ଜଣ ପ୍ରାଣ ହରାଇବା ନୀତିଶ ସରକାରକୁ ଅଡୁଆରେ ପକାଇଛି ।

ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ନୀତିଶ ସରକାରଙ୍କ ମଦ ବ୍ୟାନ ନିଷ୍ପତ୍ତିକୁ ଟାର୍ଗେଟ କରିଥିଲେ ବିରୋଧୀ ବିଜେପି ସଦସ୍ୟ । ଆଲୋଚନା ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉତ୍ତେଜିତ ହୋଇପଡିଥିଲେ । ବିଜେପି ସଦସ୍ୟଙ୍କୁ ଟାର୍ଗେଟ କରି ନୀତିଶ କହିଥିଲେ ମଦ ନିଷେଧକୁ ସେତେବେଳେ ବିଜେପି ସଦସ୍ୟ ସମର୍ଥନ କରିଥିଲେ । ଏବେ ପୁଣି କ’ଣ ହେଲା ବୋଲି ପ୍ରଶ୍ନ କରିଥିଲେ ନୀତିଶ । ନୀତିଶଙ୍କ ଏପରି ଉତ୍ତେଜିତ ବ୍ୟବହାର ପାଇଁ ବିରୋଧୀ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.