ETV Bharat / bharat

ଆଜିଠୁ ଆସନ୍ତା 15 ତାରିଖ ଯାଏଁ ବିହାରରେ ଲକଡାଉନ

author img

By

Published : May 4, 2021, 12:27 PM IST

କୋରୋନାର ଦ୍ବିତୀୟ ଲହରୀ ମାଡି ଚାଲିଥିବାରୁ ବିହାର ସରକାର ଆଜି(ମଙ୍ଗଳବାର) ଲକଡାଉନ ଘୋଷଣା କରିଛନ୍ତି । ଆଜିଠାରୁ ଆସନ୍ତା ମେ ’ 15 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାଲାବନ୍ଦ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅଧିକ ପଢନ୍ତୁ...

ଆଜିଠୁ ଆସନ୍ତା 15 ତାରିଖ ଯାଏଁ ବିହାରରେ ଲକଡାଉନ
ଆଜିଠୁ ଆସନ୍ତା 15 ତାରିଖ ଯାଏଁ ବିହାରରେ ଲକଡାଉନ

ପାଟନା: କୋରୋନା ସଂକ୍ରମଣ ରୋକିବାକୁ ଆଉ ଏକ ରାଜ୍ୟର ଲକଡାଉନ ଘୋଷଣା । କୋରୋନାର ଦ୍ବିତୀୟ ଲହରୀ ମାଡି ଚାଲିଥିବାରୁ ବିହାର ସରକାର ଆଜି(ମଙ୍ଗଳବାର) ଲକଡାଉନ ଘୋଷଣା କରିଛନ୍ତି । ଆଜିଠାରୁ ଆସନ୍ତା ମେ ’ 15 ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ତାଲାବନ୍ଦ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ବିଟ କରି କହିଛନ୍ତି, ସହଯୋଗୀ ମନ୍ତ୍ରଣାଳୟ ଏବଂ ଅଧିକାରୀଙ୍କ ଆଲୋଚନା ପରେ ବିହାରରେ ମେ’ 15 ତାରିଖ ପର୍ଯ୍ୟନ୍ତ ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ଗାଇଡଲାଇନ ସମ୍ପର୍କରେ ଆଜି ବିପର୍ଯ୍ୟୟ ପରିଚାଳନାକୁ ନିର୍ଦ୍ଦେଶ ଦିଆଯାଇଛି । ସୋମବାର ରାଜ୍ୟରେ 11 ହଜାର 407 ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । 82 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା 2821ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5,09,047 ରେ ପହଞ୍ଚିଛି । ଏପରି ସ୍ଥିତିରେ ସରକାର ଲକଡାଉନ ଲାଗୁ କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରମାନଙ୍କୁ ଲକଡାଉନକୁ ଶେଷ ବିକଳ୍ପ ଭାବେ ଚୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଶବ୍ୟାପୀ କୋରୋନାର ଦ୍ବିତୀୟ ଲହରୀ ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି । ରେକର୍ଡ ସଂଖ୍ୟକ ଦୈନିକ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ଅକ୍ସିଜେନ ଓ ବେଡ ଅଭାବରୁ ହଜାର ହଜାର ସଂଖ୍ୟକ ଆକ୍ରାନ୍ତ ଆଖି ବୁଜୁଛନ୍ତି । ରାଜଧାନୀ ଦିଲ୍ଲୀରେ ସ୍ଥିତି ଅତି ଦୟନୀୟ ହୋଇପଡିବାରୁ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ ଲକଡାଉନ ଘୋଷଣା କରିଛନ୍ତି । ହରିୟାଣାରେ 7 ଦିନିଆ ଲକଡାଉନ ଲାଗୁ କରାଯାଇଛି । ଓଡିଶାରେ ଆସନ୍ତା 5 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଲକଡାଉନ ଲାଗୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.